ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ବରୀ ମନ୍ଦିର ଉନ୍ନତ୍ତି କରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୦’ ଲକ୍ଷ ଟଙ୍କା ଅନୁଦାନ ନେଇ ଅଂଚଳବାସୀକ ତରଫରୁ ଧନ୍ୟବାଦ ଅର୍ପଣ 

ମୟୂରଭଞ୍ଜ:- ୨୫/୦୩ (ମସିହା) ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ତଥା ବହଳଦାର ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ କିଚକେଶ୍ବରୀ ।ଦିର୍ଘବର୍ଷ ହେଲା ରାଜାରୁଜୁଡା ଅମଳର ଏହି ପୁରାତନ ଐତିହ୍ୟ ମନ୍ଦିରର ଉନ୍ନତ୍ତି କରଣ ପାଇଁ ଅଂଚଳବାସୀ,ଶ୍ରଦ୍ଧାଳୁ ଏବଂ ଦେବୋତ୍ତର କମିଟି ତରଫରୁ ଦାବି ହୋଇ ଆସୁଥିଲା ।ନିକଟରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ରାଇରଙ୍ଗପୁର ଗସ୍ତ ସମୟରେ ଦେବୋତ୍ତର କମିଟି ଏବଂ ବହଳଦାର ମାନ୍ୟଗଣ୍ୟ ବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମା’କୀଚକେଶ୍ବରୀ ମନ୍ଦିର ଏବଂ ପାରିପାର୍ଶ୍ବିକ ପରିବେଶର ଉନ୍ନତିକରଣ ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଏହି ଲିଖିତ ଦାବିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଳୁ ଏବଂ ଅଂଚଳବାସୀଙ୍କ ଅନୁରୋଧକୁ ରକ୍ଷା କରି ଟଙ୍କା ବାକ୍ସରୁ କରି ୨୦ ଲକ୍ଷ ଟଙ୍କାର ଅନୁଦାନ ରାଶି ମଂଜୁର କରିଛନ୍ତି । ମାନ୍ଯଵର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଂଚଳବାସୀ ଏବଂ ଶ୍ରଦ୍ଧାଳୁଙ୍କ ଭାବନାକୁ ବୁଝିପାରି ଅନୁଦାନ ରାଶି ମଂଜୁର କରିଥିବାରୁ ଆଜି ମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଧନ୍ୟବାଦ ସଭା ଅଂଚଳବାସୀଙ୍କ ତରଫର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନନୀୟା ବାସନ୍ତୀ ହେମ୍ବ୍ରମ’ ପହଞ୍ଚିବାପରେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ମନ୍ଦିରକୁ ପାଛୋଟି ନିଆଯାଇଥିଲା । ତାଙ୍କ ସହିତ ମୟୂରଭଞ୍ଜ ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ମୟୂରଭଞ୍ଜ (୨) ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ନବକିଶୋର ଗିରି,ରାଜ୍ଯ

 ଶିକ୍ଷା ସଚିବ ଉପଦେଷ୍ଟା ଶିଶିର ପରିଜା, ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା,ପ୍ରାକ୍ତନ ତିରିଂ ବ୍ଳକ ଅଧ୍ୟକ୍ଷା ଜେମାମଣି ଷୁଣ୍ଢି, ଜିଲ୍ଲା ପରିଷଦ ସଦସ୍ୟା ଭଗବତୀ ମିଶ୍ର ପ୍ରମୁଖ ସାମିଲ ହେବା ସହ ମନ୍ଦିରରେ ପୂଜାର୍ଚ୍ଚନା କରିବାପରେ ସଭା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଵହଳଦା ଅଂଚଳବାସୀଙ୍କ ଭଲ ପାଇବା,ବିଶାଳ ହୃଦୟ ସହ ଅର୍ଥ ମଂଜୁର କରିଥିବାରୁ ଅଂଚଳବାସୀଙ୍କ ତରଫରୁ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କ ଜରିଆରେ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଅତିଥି ଗଣ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଉପରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଂଚଳବାସୀ ଯୋଗ ଦେଇ ମନ୍ଦିର ଉନ୍ନତିକରଣ ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ରାହୁଲ ଯାଦବ,ନିଖିଲ ଅଗ୍ରୱାଲ, ମନ୍ଦିର କମିଟି ସଂପାଦକ ସତ୍ୟନାରାୟଣ ଦୀକ୍ଷିତ, ଜିଲ୍ଲା ସଂପାଦକ ପଙ୍କଜ ରାଉତ, ସମାଜସେବୀ ଅତନୁ ମହାନ୍ତି, ଜିଲ୍ଲା ବିଜେଡ଼ି ସଂପାଦକ ଲାଲମୋହନ ବାରିକ ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତା ମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବି ଓ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ମନ୍ଦିର ବିକାଶ ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ମନ୍ଦିର କମିଟିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୦ ଲକ୍ଷ ଟଙ୍କା ଅନୁଦାନ ରାଶି ଖବର ପାଇ ଭକ୍ତବୃନ୍ଦ ଓ ଅଂଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ମନ୍ଦିର ଉନ୍ନତିକରଣ ହେଲେ ଦେବୀସ୍ଥଳୀ ଓ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ବଢିବା ସହ ପଡୋଶୀ ଝାଡଖଣ୍ଡ,ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଏବଂ ପଶ୍ଚିମବଙ୍ଗର ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିବ ‌। ଏଠାକା ଲୋକଙ୍କର ଅଧିକ ରୋଜଗାରର ବାଟ ଫିଟିବାର ସମ୍ଭାବନା ଦେଖାଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଵହଳଦା ମନ୍ଦିରକୁ ଅର୍ଥ ରାଶି ମଂଜୁର କରିଥିବାରୁ ଶ୍ରଦ୍ଧାଳୁ ଏବଂ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଡ଼ିଡ଼ିସିଏ ଦୁର୍ନୀତିରେ ରାଜ୍ୟ ଉବୁଟୁବୁ,ବିଦା ହେବ ଅଣଓଡ଼ିଆ ନିର୍ଦ୍ଧେଶକ

masiha

ଗୋଇପଟା ଠାରେ ସିଆରପିଏଫର ଜନସମ୍ପର୍କ କାର୍ଯ୍ୟକ୍ରମ

Sunil Chandra Nayak

ରାମଲାଲାଙ୍କ ରାଜାଭିଷେକ ଓ କଳସ ଶୋଭାଯାତ୍ରା

masiha

Leave a Comment

error: Content is protected !!