ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଯାପକ ଦୁର୍ନୀତିରେ ଚାଲିଛି ଆଳଦା ଗ୍ରାମ ବାଲିସାହି ଅଙ୍ଗନବାଡି କେନ୍ଦ୍ର

ବ୍ଯାପକ ଦୁର୍ନୀତିରେ ଚାଲିଛି ଆଳଦା ଗ୍ରାମ ବାଲିସାହି ଅଙ୍ଗନବାଡି କେନ୍ଦ୍ର

ଖଇରା,୨୦/୬/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ସମନ୍ବିତ ଶିଶୁବିକାଶ କେନ୍ଦ୍ର ଅଧିନସ୍ଥ ଖଇରା ପଞ୍ଚାୟତ ଆଳଦା ଗ୍ରାମ ବାଲିସାହି ଅଙ୍ଗନବାଡ଼ି କେନ୍ଦ୍ର ବ୍ଯାପକ ଦୁର୍ନୀତି ମଧ୍ୟରେ ଚାଲିଛି । ସରକାରଙ୍କ ନୀତି ନିୟମ ଭିତରେ ପିଲାମାନଙ୍କ ସେବାଯତ୍ନ ଠିକ୍ ଭାବରେ ନିଆଯାଉ ନାହିଁ । ପିଲା ମାନଙ୍କୁ ଠିକ୍ ଭାବେ ରନ୍ଧା ଖାଦ୍ୟ ଦିଆଯାଉନାହିଁ । ଠିକ୍ ସମୟରେ କେନ୍ଦ୍ର ଖୋଲାଯାଉ ନାହିଁ, ଏପରିକି କାର୍ଯ୍ୟ ଦିବସରେ ମଧ୍ୟ କେନ୍ଦ୍ର ବନ୍ଦ ରହୁଥିବାର ରିପୋର୍ଟ ସଂଗ୍ରହରୁ ଜଣାପଡିଛି । ୱାର୍କର ସ୍ବର୍ଣ୍ଣଲତା ସାହୁଙ୍କ ବିବାହ ପରେ ସେ ନିୟମିତ କେନ୍ଦ୍ର ଖୋଲିବାରେ ଅସମର୍ଥ ହେଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ସରକାରଙ୍କ ତରଫରୁ ପିଲାଙ୍କ ପାଇଁ ଆସୁଥିବା ଖେଳଣା ମଧ୍ୟ ସବୁଦିନ ଖେଳିବାକୁ ଦିଆଯାଉନାହିଁ, ଅଣ୍ଡା, ଚାଉଳ ଇତ୍ୟାଦିରେ ବ୍ଯାପକ ଦୁର୍ନୀତି ହେଉଥିବାର ଅଭିଯୋଗ ମିଳିବା ପରେ ଗଣମାଧ୍ୟମ ପ୍ରତିନିଧି କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା କେନ୍ଦ୍ରରେ ଝୁଲୁଥିବା କଳଙ୍କି ଲଗା ତାଲାରୁ ନିୟମିତ କେନ୍ଦ୍ର ଖୋଲା ଯାଉନଥିବାର ଜଣାପଡିଥିଲା । ଅନେକ ସମୟରେ ଅନେକ ପିଲା କେନ୍ଦ୍ରକୁ ଆସୁ ନଥିବାର ନଜିର ମଧ୍ୟ ଅଛି । କେନ୍ଦ୍ରରେ ପଢୁଥିବା ବାହାର ରାଜ୍ୟର ବିହାରୀ ପିଲାମାନେ ତାଙ୍କର ମୂଳ ଘରକୁ ଯେତେବେଳେ ଯାଉଛନ୍ତି, ସେତେବେଳେ ସେମାନେ ମାସ ମାସ ଧରି ଅନୁପସ୍ଥିତି ରହୁଛନ୍ତି, ସେତେବେଳେ ସେହି ପିଲା ମାନଙ୍କ ପାଇଁ ଆସୁଥିବା ଅଣ୍ଡା, ଚାଉଳ ଇତ୍ୟାଦି ହେଉଛି କ’ଣ ? ଏଭଳି ଅନେକ ସମୟରେ ଅନେକ ଅନୁପସ୍ଥିତ ପିଲା ମାନଙ୍କ ଅଣ୍ଡା, ଚାଉଳ ଓ ଇତ୍ୟାଦି ଯାଉଛି କୁଆଡ଼େ ? ହେଉଛି କ’ଣ ନେଉଛି କିଏ ? ପ୍ରକୃତରେ କେତେ ଜଣ ପିଲା ପଢୁଛନ୍ତି, ପ୍ରତି ମାସରେ ସିଡିପିଓ ଅଫିସକୁ କେତେ ପିଲାଙ୍କ ଉପସ୍ଥାନ ୱାର୍କର ପ୍ରଦାନ କରୁଛନ୍ତି, କମିଟି କି ଅଭିଭାବକ କେହି ଜାଣିପାରୁ ନାହାନ୍ତି । କାରଣ ପ୍ରକୃତ ତଥ୍ୟକୁ କମିଟି ସଭ୍ୟସଭ୍ୟା ମାନଙ୍କ ନିକଟରେ ଉପସ୍ଥାପନ ନକରି ଏଣୁତେଣୁ ମିଛକଥା କହି ସେମାନଙ୍କ ଠାରୁ ୱାର୍କର ଶ୍ରୀମତୀ ସାହୁ ଦସ୍ତଖତ କରାଇ ନେଇ ମାସ ଶେଷରେ ଅଫିସକୁ ରିପୋର୍ଟ ପ୍ରଦାନ କରୁଛନ୍ତି । ପ୍ରକୃତରେ ସେହି ମାସର ତଥ୍ୟ ବିଷୟରେ ସଭ୍ୟ ସଭ୍ୟା ମାନେ ଅଜ୍ଞ ରୁହନ୍ତି । ପୂର୍ବରୁ ଏ ବିଷୟରେ ସିଡିପିଓଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ ହଠାତ୍ ସିଡିପିଓ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ, ହେଲେ ସେଦିନ କେନ୍ଦ୍ର ବନ୍ଦ ଥିଲା ଯାହା ସିଡିପିଓ ନିଜେ ଅନୁଭବ କରିଥିଲେ । ସେ ଦିନର ଅନୁପସ୍ଥିତି ବାବଦରେ ସିଡିପିଓ ଅଦ୍ୟାବଧି କ’ଣ ପଦକ୍ଷେଦ ନେଇଛନ୍ତି, ତାହା ସାଧାରଣରେ ଆଲୋଚ୍ଯର ବିଷୟବସ୍ତୁ ହୋଇଛି । ଏମିତି ଅନେକ ପ୍ରକାର ବ୍ଯାପକ ଦୁର୍ନୀତିରେ ଚାଲିଛି ଖଇରା ପଞ୍ଚାୟତ ଆଳଦା ଗ୍ରାମ ବାଲିସାହି ଅଙ୍ଗନବାଡି କେନ୍ଦ୍ର । ଅଭିଯୋଗ ହେଉଥିଲେ ମଧ୍ୟ ସିଡିପିଓ କାର୍ଯ୍ଯାଳୟ ଜାଣିଶୁଣି ନୀରବ ରହିବା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ଏ ବିଷୟରେ ସିଡିପିଓ ନଳିନୀ କୁମାରୀ ମହାରଣାଙ୍କୁ ଯୋଗାଯୋଗ କରାଯାଇଥିଲା, ହେଲେ ସେ ସନ୍ତୋଷ ଜନକ ଉତ୍ତର ଦେବାରେ ସମର୍ଥ ହେଉ ନାହାନ୍ତି । ଅପରପକ୍ଷେ କେନ୍ଦ୍ରକୁ ଯିବା ପାଇଁ ଉତ୍ତମ ରାସ୍ତାଟିଏ ନାହିଁ କି ପାଚେରୀ ମଧ୍ୟ ନାହିଁ, କେନ୍ଦ୍ର ଚର୍ତୁପାଶ୍ବ ଅବସ୍ଥା ବିପଦପୂର୍ଣ୍ଣ ଭାବେ ରହିଛି ଯାହା ପିଲାମାନଙ୍କ ପ୍ରତି ବିପଦ ଅଛି । ଯଦି ପିଲା ମାନଙ୍କ ପାଇଁ ବିପଦ ଆସେ ସେଥିପାଇଁ ଦାୟୀ କିଏ ? ସିଡିପିଓ ନା କେନ୍ଦ୍ରର ୱାର୍କର ଶ୍ରୀମତୀ ସାହୁ ? ତେଣୁ ଏହାର ଉପଯୁକ୍ତ ତଦନ୍ତ ସହିତ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି ବୋଲି ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କ ଠାରୁ ଖବର ସଂଗ୍ରହରୁ ସ୍ପଷ୍ଟ ଜଣାପଡିଛି । ଯଦି ତୁରନ୍ତ ତଦନ୍ତ କରି କୌଣସି ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ସିଡିପିଓ ଶ୍ରୀମତୀ ମହାରଣା ହିଁ ଦାୟୀ ରହିବେ ବୋଲି କେତେକ ଅଭିଭାବକ ପ୍ରକାଶ କରିଛନ୍ତି ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

1974 ମାଟ୍ରିକ ବ୍ୟାଚ ର ଆଲୁମିନା ମିଟ

Sunil Chandra Nayak

ଖରିଫ୍ ବର୍ଷ ୨୦୨୫-୨୬(ଖରିଫ) ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

ଇସ୍ପାତ କାରଖାନା ବିସ୍ଥାପିତ ଥଇଥାନ କାର୍ଯ୍ୟକ୍ରମକୁ ହମିରପୁର ଗ୍ରାମବାସୀଙ୍କ ବିରୋଧ

Sunil Chandra Nayak

Leave a Comment

error: Content is protected !!