ଗ୍ରାମାଞ୍ଚଳରେ ସ୍ୱଛତା ମିଶନ ଏବେ ଅବ୍ୟବସ୍ଥା ରେ ପରିଣତ, ରାସ୍ତାକଡ଼ ପାଲଟିଛି ମୁଜ୍ତାକାଶ ଶୌଚାଳୟ
କାମାକ୍ଷାନଗର ମନିସ )21/4/25 // କାମାକ୍ଷାନଗର ଅଞ୍ଚଳରେ ପରିବେଶ ସ୍ୱଛ ରଖିବାକୁ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଏବେ କିନ୍ତୁ ତାହା ଅବ୍ୟବସ୍ଥାରେ ପରିଣତ ହୋଇଥିବାର ଦେଖାଯାଉଛି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱଛତା ମିଶନ ରେ ବ୍ୟାପକ ଅର୍ଥ ବିନିଯୋଗ କରାଯାଇ ସ୍ୱଛତା ମିଶନରେ ପ୍ରତ୍ୟେକ ଘରେ ପାଇଖାନା ପାଇଁ ବ୍ୟବସ୍ଥା କରାଯାଇଥିବା, କେତେକ ଗ୍ରାମର ଘରେ ଘରେ ପାଇଖାନା ହୋଇଥିଲେ ମଧ୍ୟ ସେସବୁକୁ ପାଇଖାନା ଭାବେ ବ୍ୟବହାର ନ କରାଯାଇ କେତେକ ପାଇଖାନା ଗୁଡିକରେ କାଠ ଓ ପରିତ୍ୟକ୍ତ ଜିନିଷ ରଖୁଥିବା ବେଳେ ବାଇସିଙ୍ଗା ପଞ୍ଚାୟତ ର ମାଲପୁରା ଗ୍ରାମ ଦଳିତ ବସ୍ତିରେ ଚୋରା ଦେଶିମଦ ରଖାଯାଇ ବିକ୍ରୟ କରୁଥିବାର ଅଭିଯୋଗ ହେଉଛି l କାମାକ୍ଷାନଗର ଉପଖଣ୍ଡର – ଭୁବନ, କଙ୍କଡ଼ାହାଡ଼, ପରଜଙ୍ଗ ଓ କାମାକ୍ଷାନଗର ଆଦି ଚାରିଗୋଟି ବ୍ଲକର ବହୁ ଗ୍ରାମରେ ସଚେତନତା ଅଭାବରୁ ଘରେ ଥିବା ପାଇଖାନାକୁ ନଯାଇ ବାହାରେ ଖୋଲା ଆକାଶ ତଳେ ଶୌଚ ହେବାକୁ ପୁରୁଷ ଓ ମହିଳା ଯାଉଥିବାର ଦେଖାଯାଉଛି l ବାଲିଗୋରଡ଼ ପଞ୍ଚାୟତ କାମାକ୍ଷାନଗର ବ୍ଲକର ର ଖଟଖୁରା ଗ୍ରାମର ପୁରୁଣା ପାତ୍ରସାହିର ପ୍ରତ୍ୟେକ ଗୃହରେ ପାଇଖାନା ବ୍ୟବସ୍ଥା ହୋଇଥିବା ବେଳେ କିନ୍ତୁ ସଚେତନତା ଅଭାବରୁ ବସ୍ତିର ପୁରୁଷ ଓ ମହିଳା ଘରେ ଥିବା ପାଇଖାନାକୁ ନଯାଇ ଖୋଲା ସ୍ଥାନରେ ଶୌଚ ହେବାକୁ ଯାଇଥାନ୍ତି l ଯଦ୍ୱାରକି ରାସ୍ତାରେ ଯାତାୟାତ କରିବା ସମୟରେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି l ଗ୍ରାମ୍ୟ ପରିମଳ ବିଭାଗ ପକ୍ଷରୁ କୌଣସି ସଚେତନ ସୃଷ୍ଟି କରୁ ନଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇ ନାହିଁ l ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ ହେବା ସମୟରେ ବ୍ଲକ ପକ୍ଷରୁ ଅର୍ଥ ର ବ୍ୟବସ୍ଥା କରାଯାଇଥିବା ବେଳେ ଗୃହର ମୁରବି ପାଇଖାନା କରିବାକୁ ଅର୍ଥ ନେବାର ବ୍ୟବସ୍ଥା ହୋଇଥିଲା l କିନ୍ତୁ ବିଭାଗୀୟ ସ୍ତରରେ ସେସବୁକୁ ଗୁରୁତ୍ୱ ନଦେଇ ଗ୍ରାମାଞ୍ଚଳରେ କୁଜି ନେତାଙ୍କ ସହାୟତାରେ ନିମ୍ନ ମାନର ପାଇଖାନା ନିର୍ମାଣ ହୋଇଥିବାର ଜଣାଯାଇଛି l
କେତେକ ସ୍ଥାନରେ ପାଇଖାନା ନକରାଯାଇ ଫଲସ ବିଲ କରାଯାଇଛି l ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ପାଇଖାନା ର ଫଲସ ବିଲ କରିଥିବା ବେଳେ ପାଇଖାନା ଚୋରୀ ହୋଇଥିବାର ଚର୍ଚ୍ଚାର ବିଷୟ ହୋଇଛି l ଗ୍ରାମାଞ୍ଚଳରେ ସଠିକ ଭାବେ ପାଇଖାନା ନିର୍ମାଣ ନହୋଇଥିବା ବେଳେ ଏବେ ସେସବୁକୁ ତଦନ୍ତ ବିତ୍ତିରେ ପଦକ୍ଷେପ ଗ୍ରହଣ କରାଗଲେ ବହୁ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ଦାବି ହେଉଛି
ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

