ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସ୍ବସ୍ତି ଝଙ୍କାର, ରାଉରକେଲା  ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ  “ନାଟ୍ୟମ” ଅନୁଗୁଳର ନାଟକ  “ତ୍ରିଶଙ୍କୁ “ମଞ୍ଚସ୍ଥ 

ସ୍ବସ୍ତି ଝଙ୍କାର, ରାଉରକେଲା 

୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ 

“ନାଟ୍ୟମ” ଅନୁଗୁଳର ନାଟକ  “ତ୍ରିଶଙ୍କୁ “ମଞ୍ଚସ୍ଥ 

ରାଉରକେଲା: ସ୍ବସ୍ତି ଝଙ୍କାର, ରାଉରକେଲା ର ୨୫ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ର ପ୍ରଥମ ଦିବସରେ ଅନୁଗୁଳ ର ନାଟ୍ୟ ସଂସ୍ଥା ନାଟ୍ୟମ ତରଫରୁ ନାଟକ ତ୍ରିଶଙ୍କୁ ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟକାର ତଥା ନିର୍ଦ୍ଦେଶକ ସୁଧାଂଶୁ ମୋହନ ଦ୍ବିବେଦୀଙ୍କ ନିର୍ଦ୍ଦେଶିତ ଏହି ନାଟକର ବିଷୟବସ୍ତୁ ହେଲ ନିମ୍ନ ମଧ୍ୟବିତ୍ତ ପରିବାର ଟିଏ – ପତ୍ନୀ ଧାରା, ବଡ଼ ପୁଅ ଅଭୟ, ସାନପୁଅ ବିନୟ , ଝିଅ ମିନି ଓ ନାତୁଣୀ ପିଙ୍କି ଙ୍କୁ ନେଇ ଗୋବର୍ଦ୍ଧନ ଙ୍କ ପରିବାର । ଆର୍ଥିକ ଅଭାବ ହିଁ ଗୋବର୍ଦ୍ଧନ ଙ୍କ ଅଶାନ୍ତି ର ମୂଳ କାରଣ । ଅବସର ପରେ ଘର ର ସମସ୍ତ ଦାୟୀତ୍ବ ନେବା ପାଇଁ ବଡ ପୁଅ ଅଭୟ କୁ ହିଁ ବାପା ଗୋବର୍ଦ୍ଧନ ବାଧ୍ୟ କରନ୍ତି । ସାଧ୍ୟମତେ ଘର ପାଇଁ ଯେତେ ଯାହା କଲେବି ଅଭୟ ଉପରେ ଗୋବର୍ଦ୍ଧନ ଙ୍କ ଅସନ୍ତୋଷ ଦିନ କୁ ଦିନ ବଢି ଚାଲେ। ନ୍ୟାୟ, ନିଷ୍ଠା ଓ କର୍ତ୍ତବ୍ୟବୋଧ ଆଦି ର ଜ୍ୱଳନ୍ତ ନିଦର୍ଶନ ଅଭୟ ଚରିତ୍ର । ପିତା ଓ ପୁତ୍ର ଙ୍କ ମଧ୍ୟରେ ଉପୁଜିଥିବା ଏ ଅଶାନ୍ତି ପରିସମାପ୍ତି କେଉଁଠି ? ଗୋବର୍ଦ୍ଧନ କଣ ପୁତ୍ର ଅଭୟର ତ୍ୟାଗ ବୁଝିବାରେ ସମର୍ଥ ହେବେ,କର୍ତ୍ତବ୍ୟ କୁ ନିଷ୍ଠା ର ସହିତ ପାଳନ କରି ଅଭୟ କଣ ବାପାଙ୍କ ର ହୃଦୟ ଜିଣି ପାରିବେ,ଏହି ସବୁ ସମସ୍ୟା ର ସମାଧାନକୁ ନେଇ ଗତିଶୀଳ ହୋଇଛି ନାଟକ ” ତ୍ରିଶଙ୍କୁ” । ଏହି ନାଟକରେ ସୁଧାଂଶୁ ମୋହନ ଦ୍ବିବେଦୀ , ରବୀନ୍ଦ୍ର ନାଥ ସାହୁ , ପ୍ରଶାନ୍ତ ଆଚାର୍ଯ୍ୟ,ନିରୋଦ କୁମାର, ବଟକୃଷ୍ଣ ତ୍ରିପାଠୀ, ଅମରେଶ ନାଥ ,ପିନାକୀ ଦାସ ,ଶୁଭଶ୍ରୀ ପାଣ୍ଡେ, ଦୟା ସିଂ ଅଭିନୟ କରିଥିଲାବେଳେ ପ୍ରତାପ ରାଉତ ସଂଗୀତ ରେ,ଆଲୋକ ରେ ବିକାଶ ପ୍ରଧାନ,ମଞ୍ଚସଜ୍ଜା ରେ ରବୀନ୍ଦ୍ର ନାଥ ସାହୁ ଓ ପ୍ରଳୟ ଶତପଥୀ ତଥା ସହ ନିର୍ଦ୍ଦେଶନା ବଟକୃଷ୍ଣ ତ୍ରିପାଠୀ ସହଯୋଗ କରିଥିଲେ। ଆଜିର ନାଟକରେ ପ୍ରାରମ୍ଭରେ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ଉଦଘାଟକ ଭାବେ ନାଟ୍ୟଭିନେତା ସୁଦେଶ ନାୟକ ଓ ଡ଼ଃ ଅଜୟ ମିଶ୍ର ମଞ୍ଚ ସଂଯୋଜନା କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ସୁନୀଲ କାୟଲ,ଋଶି ଆର୍ଯ୍ୟ,ଛଗନଲାଲ ଜୈନ, ରାଜେନ୍ଦ୍ର ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଥିବା ବେଳେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡ ସୁଶାନ୍ତ ପାଣି, ନିରୁପମା ପତି, ସରୋଜ ଶଙ୍ଖୁଆ, ଗୀତାଞ୍ଜଳି ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁକ୍ତିଲାଭ କରିବ ‘ସମୀକ୍ଷା’

masiha

ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବ ଉଦଘାଟିତ ,ଚିନ୍ତାମଣି ଜେନାଙ୍କ ନାଟକ ସୂର୍ଯ୍ୟୋଦୟ ପୂର୍ବେ ମଞ୍ଚସ୍ଥ 

‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଶଂ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବ: ପ୍ରଯୋଜକ 

Leave a Comment

error: Content is protected !!