ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ କାର୍ଯ୍ୟଳୟରେ ନାହାନ୍ତି ନିର୍ବାହୀ ଅଧିକାରୀ, ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି

ବନ୍ଧୁଗାଁ ତା ୨୮/୮/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଥିବା ୧୩ ଟି ପଞ୍ଚାୟତ ରେ ଅନେକ ଦିନ ହେଉଛି ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ ପଞ୍ଚାୟତର ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିର୍ବାହୀ ଅଧିକାରୀ ମାନେ ନିଜର ୩ ଦଫା ଦାବି ଗୁଡ଼ିକୁ ନେଇ ଭୁବନେଶ୍ୱରକୁ ଯାଇ ରାଜ୍ଯ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ସେମାନଙ୍କ ଅନୁପସ୍ଥିତି ମଧ୍ୟରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ବଣ୍ଟନ କରିଛନ୍ତି, ହିତାଧିକାରୀ ମାନେ ୪ ମାସ ମଧ୍ୟରେ ଘର ନିର୍ମାଣ ଶେଷ କଲେ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୨୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି। ଏହା ସହିତ ହିତାଧିକାରୀ ଘର ନିଠାଲ ଲେବଲ ହେଲେ ୬୫ ହଜାର ଟଙ୍କା ପାଇବେ। ଏଥିପାଇଁ ନିର୍ବାହୀ ଅଧିକାରୀ ମାନଙ୍କ ଅନୁପସ୍ଥିତି ଥିବାରୁ ଅନେକ ହିତାଧୀକାରୀ ଘର କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇବା ହୋଇ ପାରୁ ନାହିଁ। ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଥିବା ନୂତନ ଚିହ୍ନଟ ହିତାଧିକାରୀ ଟଙ୍କା ପାଇପାରୁ ନାହାନ୍ତି। ନୂତନ ଭାବେ ଭତ୍ତା ପାଇବା ପାଇଁ ହିତାଧିକାରୀଙ୍କ ତରଫରୁ ଦାଖଲ କରିବା ନଥିପତ୍ରରେ ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଆବଶ୍ୟକ ରହିଛି। ଏହା ସହିତ ପଞ୍ଚାୟତର ଅନେକ ଗାଁ ଗୁଡିକରେ ହେଉଥିବା ଅନେକ ବିକାଶ ମୂଳକ କାମ ନିର୍ବାହୀ ଅଧିକାରୀ ଅନୁପସ୍ଥିତିରେ ବାଧା ସୃଷ୍ଟି ହେଉଛି। ନିର୍ବାହୀ ଅଧିକାରୀ ମାନଙ୍କ ଦାବି କେବେ ରାଜ୍ୟ ସରକାର ଶୁଣିବେ ଓ କେବେ ନିଜ ପଞ୍ଚାୟତକୁ ଫେରି ଆସି ଉକ୍ତ କାମ ଗୁଡ଼ିକ ଅତି ଶୀଘ୍ର ହୋଇପାରିବ। ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତ ସରପଞ୍ଚ ମାନେ ନିଜ ପଞ୍ଚାୟତର ଜନସାଧାରଣ ଦ୍ୱାରା ହଠ ହଠା ହେବାକୁ ପଡୁଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ସାନଜୟଧନି ଆଦର୍ଶ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ବାଦାମ ପାହାଡ଼ ବନାଞ୍ଚଳ ତରଫରୁ ୭୪ ତମ ବନୋତ୍ସଵ ପାଳିତ

ପୁରୀରେ ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଉଦଘାଟିତ

Sunil Chandra Nayak

ଆତ୍ମ ସୁରକ୍ଷା ତାଲିମ ଶିବିର

masiha

Leave a Comment

error: Content is protected !!