ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିର

ପାପଡାହାଣ୍ଡି,28/8, ମନିସ — ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ପାପାଡାହାଣ୍ଡି ବ୍ଳକ ସଭା ଗୃହ ଠାରେ ସୋମବାର ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ବିଡ଼ିଓ ଦିବାକର ବାଗଙ୍କ ଅଧକ୍ଷତାରେ ସମ୍ମାନୀୟ ଜିଲ୍ଲାପାଳ ଡଃ କମଳଲୋଚନ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧୀକ୍ଷିକା ଏସ୍ ସୁଶ୍ରୀ, ଚିଫ ଡେଭଲପମେଣ୍ଟ ଅଫିସର ଅନ୍ୟା ଦାଶ,ସବ୍ କଲେକ୍ଟର ପ୍ରକାଶ କୁମାର ମିଶ୍ର ଏବଂ ଡିଏସପି ଦିବ୍ୟକାନ୍ତି ଲାକ୍ରା ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଜନଶୁଣାଣୀ କରିଥିଲେ। ସର୍ବମୋଟ 39ଟି ଶୁଣାଣୀ ମଧ୍ୟରୁ ବ୍ୟକ୍ତିଗତ 30 ଏବଂ ଦଳଗତ 09ଟିର ଅଭିଯୋଗ ଶୁଣାଣୀ କରାଯାଇଥିଲା। 04ଟି ଜନ ଶୁଣାଣୀକୁ ସଙ୍ଗେସଙ୍ଗେ ସମାଧାନ କରାଯାଇଥିଲା। ଜନଶୁଣାଣୀ କାର୍ଯ୍ୟକ୍ରମ ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ରଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଦ୍ୱାରା MBPY ପେନସନ 10ଟି, ଏଡୁଲଟ ୱାକର 01ଟି ଏବଂ ୟୁଡିଆଇଡି ପ୍ରମାଣପତ୍ର 1ଟି ପ୍ରଦାନ କରାଯାଇଥିଲା।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୋରାପୁଟ ଜିଲ୍ଲାରେ ୮୦ ବର୍ଷ ଓ ତଦୁର୍ଦ୍ଧ ହିତାଧିକାରୀ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ

masiha

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବିଭିର୍ନ୍ନ ସମସ୍ୟା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସହିତ ଆଲୋଚନା 

masiha

Saptagiri Ulaka Receives Sansad Ratna Award 2026 Honoured for Outstanding Performance of Rural Development & Panchayati Raj Committee

Sunil Chandra Nayak

Leave a Comment

error: Content is protected !!