ମଥାନୀ ନିକଟରେ ବାଇକରୁ ଖସିପଡି ଚାଳକ ଆହତ :ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି
ବସ୍ତା,13/03 :ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ବୁଧବାର ଅପରାହ୍ନ ସମୟରେ ମଥାନି ନିକଟରେ ବାଇକରୁ ଖସିପଡି ଚାଳକ ଆହତ ହୋଇ ବସ୍ତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଉକ୍ତ ବାଇକ ଚାଳକ ପଶ୍ଚିମବଙ୍ଗରୁ ବାହାରି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା lଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ପୋଲିସ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇ ଘଟଣାର ଅଧିକ ତଦନ୍ତ ଜାରୀରଖିଛି।