ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲେଡି ଲାୟନ ର ଦୁଇଦିନିଆ ଶିଶୁ ମହୋତ୍ସବ ସମ୍ପନ୍ନ

ଲେଡି ଲାୟନ ର ଦୁଇଦିନିଆ ଶିଶୁ ମହୋତ୍ସବ ସମ୍ପନ୍ନ

ରାଉରକେଲା: ସାମାଜିକ ଅନୁଷ୍ଠାନ ଲେଡି ଲାୟନ ର ଦୁଇଦିନିଆ ଶିଶୁ ମହୋତ୍ସବ ଝିରପାଣି ର ବିଜୟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅନୁଷ୍ଠାନର ମୁଖ୍ୟ ବନ୍ଦିତା ମହନ୍ତଙ୍କ ସଭାପତିତ୍ବ, ସମ୍ପାଦକ ସ୍ନେହଲତା ଗନ୍ତାଘରିଆ ଙ୍କ ଆବାହକତ୍ଵ, କବିତା ମହନ୍ତ ଓ ପ୍ରିୟା ଯାଦବଙ୍କ ସଂଯୋଜନାରେ ରେ ଆୟୋଜିତ ଏହି ମହୋତ୍ସବ ରେ ସମାଜସେବୀ ସୁନିଲ କିଣ୍ଡୋ, କାର୍ତ୍ତିକ ରାଉତ,ବୁଲୁ ପୁହାଣ, ନିହାର ରାୟ, ଅଶୋକ କକ୍କଡ, ସୁନିଲ କାୟଲ, ଜିତେନ୍ଦ୍ର ପ୍ରସାଦ,କମଲ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଛୋଟଛୋଟ ପିଲାମାନଙ୍କ ମଧ୍ୟରେ ବେଙ୍ଗ ଡିଆଁ,ଚାମୁଚ ଗୁଲି ରେସ,ଅଖା ଦୈ।ଡ଼, ପାଣି ବୋତଲ ଭର୍ତ୍ତି, ବେଲୁନ ଫୁଟା ଦୈ।ଡ, ଡ୍ରଇଂ, ନୃତ୍ୟ, କୈାତୁକ ପୋଷାକ, ମୁହଁ ଚିତ୍ର, ବକ୍ତୃତା ଆଦି ପ୍ରତିଯୋଗିତା କରାଯାଇଥିଲା। ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଲୀଳା ବିଶ୍ବାଳ, ପୂର୍ଣ୍ଣିମା ମହାନ୍ତି,ନୀଲମ ସାହୁ, ଦୀପ୍ତି ସୁନ୍ଦରାୟ, କାମିନୀ ମହନ୍ତ, ରାହୁଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନ ତରଫରୁ ଉପସଭାପତି ଧନମାୟା ବିଷ୍ଟ, ସଦସ୍ୟ ସରିତା ସିଂ, ଅନୁପମା ଦାସ, ଲକ୍ଷ୍ମୀ ମିଶ୍ର, ଫୁଲମଣୀ ସମାଦ,ଚନ୍ଦା ଗୁହା, ସୁଚିତ୍ରା ଦର୍ଜୀ, ଶୈଳଭାମା ମହାନ୍ତି, ସରୋଜିନୀ ଦାସ, ନନ୍ଦିତା କେର୍କେଟା,ମୀରା ତିର୍କି, ସୁଜାତା ତିର୍କି, ସରିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଛୋଟ ପିଲାଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନ ରେ ଆଣିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଛି ବୋଲି ସଭାପତି ଶ୍ରୀମତୀ ମହନ୍ତ ଓ ସମ୍ପାଦକ ଶ୍ରୀମତୀ ଗନ୍ତାଘରିଆ ସୂଚନା ଦେଇଥିଲେ ।ଅନୁଷ୍ଠାନ ତରଫରୁ ନୂତନ ପୋଷାକ ଓ ପୁରୁଣା ପୋଷାକ ଆବଶ୍ୟକ କରୁଥିବା ଗରିବ ଲୋକଙ୍କୁ ନିଃଶୁଳ୍କ ବିତରଣ କରାଯାଇଥିଲା । ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାଶିଆ ଚଟାଣ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିଲା ଟ୍ରକ ଚାଳକ ଆହତ

masiha

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକମେଳା ଆସନ୍ତା ଫେବୃୟାରୀ ୧ରୁ ୧୦……

masiha

ମୟୂରଭଞ୍ଜ ଜିଲ୍ଲା ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!