ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଡଃ ମନମୋହନ ସିଂହ ଙ୍କ ଶୋକ ଦିବସ ପାଳିତ 

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଡଃ ମନମୋହନ ସିଂହ ଙ୍କ ଶୋକ ଦିବସ ପାଳିତ 

ନବରଙ୍ଗପୁର:(୨୮|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ବରିଷ୍ଠ ନାଗରିକ ସଙ୍ଘ ଦ୍ଵାରା ସଭାପତି ଡଃ ରାଧାନାଥ ବେହେରା ଙ୍କ ସଭାପତିତ୍ବରେ ସ୍ଵର୍ଗତ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ଙ୍କ ବିୟୋଗରେ ଶୋକ ଦିବସ ପାଳିତ ହୋଇଯାଇଛି l ସର୍ବ ପ୍ରଥମେ ଡଃ ସିଂହ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ଯ ଅର୍ପଣ ଏବଂ ଦୀପ ପ୍ରଜ୍ଜ୍ଵଳନ କରାଯାଇ ଥିଲା । ତତ୍ପରେ ଅମର ଆତ୍ମାର ସଦ୍ ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା l ଉକ୍ତ ସଭାରେ ଉପସ୍ଥିତ ସଭ୍ଯ ବିଜୟ କୁମାର ଚୌଧୁରୀ, ନାରାୟଣ ପଣ୍ଡା, ଜଗଦୀଶ ତ୍ରିପାଠୀ, ନିରଞ୍ଜନ ମିଶ୍ର, ଶଶୀଧର ପଣ୍ଡା, ପ୍ରଶାନ୍ତ ପାଢ଼ୀ, ଦେବେନ୍ଦ୍ର ପ୍ରସାଦ ପାତ୍ର, ଯୁଧିଷ୍ଠିର ପରିଡା, ବିଷ୍ନୁ ମହାପାତ୍ର, ଚନ୍ଦ୍ର କୁମାର ଆଚାର୍ଯ୍ଯ, ଡଃ ମନମୋହନ ସିଂହ ଙ୍କ ବହୁମୂଖୀ ପ୍ରତିଭାର ଆଲୋଚନା କରିବା ସଙ୍ଗେସଙ୍ଗେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରାଯାଇ ଥିଲା । ( ମ ନି ସ )

Related posts

ସିନାପାଲି ବ୍ଲକରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ବଡଝରଣଗ୍ରାମ ପଞ୍ଚାୟତ ତରଫରୁ ନିଟ ପରୀକ୍ଷାର୍ଥୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ମେସିନ ଦ୍ୱାରା ଜାଗା ଚିହ୍ନଟ

Sunil Chandra Nayak

Leave a Comment

error: Content is protected !!