ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଟ ସର୍କିଟରେ ଜଳି ଗଲା ମିକ୍ସଚର୍ ଫ୍ୟାକ୍ଟ୍ରି :୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ

ସଟ ସର୍କିଟରେ ଜଳି ଗଲା ମିକ୍ସଚର୍ ଫ୍ୟାକ୍ଟ୍ରି :୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ

କନ୍ଧମାଳ :୨୯/୧୨: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିରେ ଶନିବାର ବିଳମ୍ବିତ ରାତ୍ରରେ ଏକ ମିକ୍ଚର ଫ୍ୟାକ୍ଟିରରେ ଅଗ୍ନିକାଣ୍ଡ ଘଟିବାରୁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ପ୍ରତିଦିନ ଭଳି ଶନିବାର ଦିନ ମଧ୍ୟ କାମ ସାରି ଫ୍ୟାକ୍ଟ୍ରି ବନ୍ଦ କରିଥିଲେ ମାଲିକ ଅଶୋକ କୁମାର ସାହୁ। ବିଳମ୍ବିତ ରାତିରେ ଫ୍ୟାକ୍ଟ୍ରି ସାମ୍ନାରେ ଥିବା ନିଜ ବାସ ଗୃହରୁ ବାହାରକୁ ବାହାରିଥିବା ବେଳେ ଫ୍ୟାକ୍ଟ୍ରି ଭିତରୁ ଧୁଆଁ ଓ ନିଆଁ ବାହାରୁଥିବା ବିଷୟ ଶ୍ରୀ ସାହୁ ଦେଖି ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ, କିନ୍ତୁ ସେତେବେଳେକୁ ଫ୍ୟାକ୍ଟ୍ରି ଭିତରେ ଥିବା ମିକ୍ଚର ପାଇଁ ବ୍ୟବହୃତ କଞ୍ଚାମାଲ୍, ବିଭିନ୍ନ ମେସିନାରୀ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା କହିଛନ୍ତି । ସେପଟେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବିଷୟ ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଖଡ଼ିଆଳ ଥାନାରେ ନୂତନ ଥାନା ଅଧିକାରୀ

masiha

ବୋକ୍ରାସିଲ ଗ୍ରାମ ପଞ୍ଚାୟତ ଗଠନ ସମିତି ର ଦାବୀ: ବୋକ୍ରାସିଲ କୁ ନୂତନ ଗ୍ରାମ ପଞ୍ଚାୟତ ଗଠନ କରାଯାଉ

Sunil Chandra Nayak

ଖଣି-ନିର୍ଦ୍ଧେଶଳୟରେ ଜୈନିକ କିରାଣୀ କିଏ?ଖଣିବାସୀଙ୍କ ଅଭିଯୋଗ ପତ୍ରକୁ ଚାପି-ଦୁର୍ନୀତିଖୋର ସୋରେନକୁ ସୁରକ୍ଷା ଯୋଗାଉଛି

masiha

Leave a Comment

error: Content is protected !!