ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଟ ସର୍କିଟରେ ଜଳି ଗଲା ମିକ୍ସଚର୍ ଫ୍ୟାକ୍ଟ୍ରି :୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ

ସଟ ସର୍କିଟରେ ଜଳି ଗଲା ମିକ୍ସଚର୍ ଫ୍ୟାକ୍ଟ୍ରି :୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ

କନ୍ଧମାଳ :୨୯/୧୨: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିରେ ଶନିବାର ବିଳମ୍ବିତ ରାତ୍ରରେ ଏକ ମିକ୍ଚର ଫ୍ୟାକ୍ଟିରରେ ଅଗ୍ନିକାଣ୍ଡ ଘଟିବାରୁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ପ୍ରତିଦିନ ଭଳି ଶନିବାର ଦିନ ମଧ୍ୟ କାମ ସାରି ଫ୍ୟାକ୍ଟ୍ରି ବନ୍ଦ କରିଥିଲେ ମାଲିକ ଅଶୋକ କୁମାର ସାହୁ। ବିଳମ୍ବିତ ରାତିରେ ଫ୍ୟାକ୍ଟ୍ରି ସାମ୍ନାରେ ଥିବା ନିଜ ବାସ ଗୃହରୁ ବାହାରକୁ ବାହାରିଥିବା ବେଳେ ଫ୍ୟାକ୍ଟ୍ରି ଭିତରୁ ଧୁଆଁ ଓ ନିଆଁ ବାହାରୁଥିବା ବିଷୟ ଶ୍ରୀ ସାହୁ ଦେଖି ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ, କିନ୍ତୁ ସେତେବେଳେକୁ ଫ୍ୟାକ୍ଟ୍ରି ଭିତରେ ଥିବା ମିକ୍ଚର ପାଇଁ ବ୍ୟବହୃତ କଞ୍ଚାମାଲ୍, ବିଭିନ୍ନ ମେସିନାରୀ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା କହିଛନ୍ତି । ସେପଟେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବିଷୟ ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ କୃଷି ଓ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ

Sunil Chandra Nayak

ମୁନିଗୁଡାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

କୁମ୍ଭାରମୁଳି ପଞ୍ଚାୟତ ଗ୍ରାମ ସଭାରେ ହଟ୍ଟଗୋଳ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ନେଇ ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ    

masiha

Leave a Comment

error: Content is protected !!