ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଜ୍ଞାସା କର୍ମଶାଳାର ଉଦ୍‌ଯାପନ ଦିବସ

ଜିଜ୍ଞାସା କର୍ମଶାଳାର ଉଦ୍‌ଯାପନ ଦିବସ

ଢେଙ୍କାନାଳ, ୨୮/୧୨: ଭାଗିରଥୀ ସାଗର କୂଳରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ଜିଜ୍ଞାସା କର୍ମଶାଳାର ଉଦ୍‌ଯାପନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହା ଗତ ତା୨୫.୧୨.୨୦୨୪ ରିଖ ବୁଧବାର ଦିନ ଆରମ୍ଭ ହୋଇ ତା୨୮.୧୨.୨୦୨୪ରିଖ ଶନିବାର ଦିନ ସରିଥିଲା । ଏଥିରେ ପିଲାମାନେ ପାଠଚକ୍ର, ପାହାଡ ଚଢ଼ିବା, ଚିତ୍ରାଙ୍କନ, ହସ୍ତକର୍ମ, କ୍ଳିଜ୍ ଇତ୍ୟାଦି କାର୍ଯ୍ୟକ୍ରମ ହୋଇଥିଲା । ସଂଧ୍ୟାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ନାଚଗୀତ ଓ ଡ୍ରାମା ପରିବେଷଣ କରିଥିଲେ । ଏଥିରେ ପ୍ରଫୁଲ୍ଲ କୁମାର ସିଂ ସଭାପତିତ୍ୱ କରିଥିବାବେଳେ ଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବଳ ଉପସ୍ଥିତ ରହି ପିଲାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶେଷରେ କ୍ୟାମ୍ପ ଫାୟାର କରି କର୍ମଶାଳା ସାଙ୍ଗ କରିଥିଲେ । ଏହି ଜିଜ୍ଞାସା କାର୍ଯ୍ୟକ୍ରମକୁ ପୂରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଜିଜ୍ଞାସାର ସତ୍ୟ ଗ୍ରୁପ୍‌କୁ ଚମ୍ପିୟନ ପୁରସ୍କାର ପ୍ରଦାନ କରାଯାଇଥିଲା । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

 

Related posts

ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଅଳ୍ପକେ ବର୍ତ୍ତିଲେ ନାବାଳକ ପୁଅ 

masiha

ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁଙ୍କୁ ମିଳିଲା ରାଷ୍ଟ୍ରୀୟ ଗୌରବ ସମ୍ମାନ

masiha

Youth Social Mr.Bubun Pradhan received International Educational Award.

masiha

Leave a Comment

error: Content is protected !!