ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ପରାମର୍ଶ ଶିବିର

ବ୍ଲକ ସ୍ତରୀୟ ପରାମର୍ଶ ଶିବିର

ଡାବୁଗାଁ, ୬/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ପରାମର୍ଶ ଶିବିର ମାଧ୍ୟମରେ କିପରି ଯୁବତୀଯୁବକ ମାନେ ତାଲିମ ନେଇ ରୋଜଗାର କ୍ଷମ ହୋଇପାରିବେ, ବୈଷୟିକ ଶିକ୍ଷା ମାଧ୍ୟମରେ ବାଳିକା ବାଳକ ମାନଙ୍କର କିପରି ଉତ୍ତୋରତର ଉନ୍ନତି ହୋଇ ପାରିବ ସେ ବିଷୟରେ ଅତିଥି ମାନେ ପରାମର୍ଶ ଦେଇଥିଲେ । ଏହି ଶିବିରରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବିଡିଓ ଶରତ ମାଝି, ତହସିଲଦାର ହରିଓମ ଭୋଇ, ଜିଲା ନିଯୋଜନ ଅଧିକାରୀ ଶୁଭମ ମହାପାତ୍ର, ଏବିଡିଓ ପଦ୍ମନାଭ ତ୍ରିପାଠୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ରୂପାଲୀ ମଣ୍ଡଳ, ଦକ୍ଷତା ବ୍ଲକ ସହଭାଗୀ ମୋନାଲ ପରିଡା, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । ଏଥିରେ ୭ ଟି ତାଲିମ ଏଜେନ୍ସି ଯୋଗ ଦେଇଥିଲେ | ଏଥିରେ ବ୍ଲକ ରୁ ମୋଟ ୭୦ ଜଣ ଯୁବତୀ ଯୁବକ ବିଭିନ୍ନ ବିଭାଗରେ ତାଲିମ ନେବା ପାଇଁ ନାମ ରେଜିଷ୍ଟେସନ କରିଛନ୍ତି | ଏହି କାର୍ଯ୍ୟକ୍ରମକୁ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ମୋ ସ୍କୁଲ ଅଭିଯାନ,ଢେଙ୍କାନାଳ ଜିଲ୍ଲା ସ୍ତରୀୟ ପୁରାତନ ଛାତ୍ରୀ ଛାତ୍ର ସମ୍ମିଳନୀ ଓ ଫୋଟୋ ପ୍ରଦର୍ଶନୀ -୨୦୨୩ ଅନୁଷ୍ଠିତ 

Sunil Chandra Nayak

ସ୍ଵୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତିରାଜ ଅନୁଷ୍ଠାନ ସହଭାଗିତା ଉପରେ ତାଲିମ 

masiha

ସୁର ତରଙ୍ଗ’ ଦ୍ଵାରା ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର କୋକିଳା ଲତା ମଙ୍ଗେଷ୍କରଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!