ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଏମ୍ ଜନମନ ଯୋଜନାରେ ନିୟମଗିରି ପର୍ବତ ସଂଲଗ୍ନ ୩ଟି ବ୍ଲକରେ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ

ପିଏମ୍ ଜନମନ ଯୋଜନାରେ ନିୟମଗିରି ପର୍ବତ ସଂଲଗ୍ନ ୩ଟି ବ୍ଲକରେ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ 

ରାୟଗଡ:-ତା. ୦୧-୦୯-୨୦୨୫ ଆଜି ଠାରୁ ପୁଣିଥରେ ନିୟମ ଗିରି ପର୍ବତ ସଂଲଗ୍ନ ବ୍ଲକ ଯଥା କଲ୍ୟାଣ ସିଂପୁର, ଵିଷମ କଟକ ଓ ମୁନିଗୁଡା ବ୍ଲକରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଚିହ୍ନଟ କରି ତାଲିକାଭୁକ୍ତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଆଦେଶ କ୍ରମେ ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାରେ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ବାର୍ଷିକ ଆୟ ପ୍ରମାଣପତ୍ର ଏବଂ ଜଙ୍ଗଲ ଜମି ପଟ୍ଟା, ଆଧାର କାର୍ଡ, ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବିଷମକଟକ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ମଙ୍ଗଳ ଅଧିକାରୀ ଶ୍ରୀ ଜଗବନ୍ଧୁ ମେହେର ଓ ଅନ୍ୟ କର୍ମଚାରୀ, କଲ୍ୟାଣ ସିଂପୁର ବ୍ଲକର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାଶ ଓ କର୍ମଚାରୀ,ଉପସ୍ଥିତ ରହି ସଚେତନତା କରିଥିଲେ ସେହିପରି ମୁନିଗୁଡା ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୈଳାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଭିନ୍ନ କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।

 କଲ୍ୟାଣସିଂପୁର ବ୍ଲକର ପାର୍ସଲୀ ଠାରେ ଅନୁଷ୍ଠିତ ଶିବିରରେ ୧୪ଟି ନୂତନ ଆଧାର ସଂଯୋଗ, ୧୦ଟି ଜବ କାର୍ଡ, ୧୦ଟି ଜନ୍ମ ପ୍ରଣାମ ପତ୍ର ଜେନେରେଟ କରାଯାଇଛି l ସେହିପରି ଵିଷମ କଟକ ବ୍ଲକର ଖମ୍ବେଷି ଗ୍ରାମରେ ଅନୁଷ୍ଠିତ ଶିବିରରେ ମଧ୍ୟ ଜନ୍ମ ପ୍ରମାଣ ପତ୍ର ୨ଗୋଟି, ସିକିଲ ସେଲ ୩ଟି ଚିହ୍ନଟ ହଥିଲା ଓ ସର୍ବମୋଟ ୨୨ଜଣକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା l ୨୦ଜଣଙ୍କ ଆଧାର କାର୍ଡ, ୨ଜଣ ପେନସନ ଯୋଜନାରେ ଆବେଦନ, ୮ଜଣକୁ ନୂତନ ଖାଉଟି କାର୍ଡରେ ଅନ୍ତର୍ଭୁକ୍ତ ପାଇଁ ଆବେଦନ କରିଛନ୍ତି l ଏହି ଶିଵିରରେ ସ୍ଥାନୀୟ ସରପଞ୍ଚ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ l ମୁନିଗୁଡା ବ୍ଲକର ମୁନିଖୋଲ ଗ୍ରାମ ପଂଚାୟତର ମର୍କେବଣ୍ଡିଲ ଗ୍ରାମରେ ଅନୁଷ୍ଠିତ ଶିବିରରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୫୯ଜଣକର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି,ମଧୁବାବୁ ପେନସନ ଯୋଜନାରେ ୭ଜଣକର ଆବେଦନ ଗ୍ରହଣ କରାଯଇଥିଲା,ଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟ କୁ ଯାଇ ନଥିବା ୭ଜଣକୁ ଚିହ୍ନଟ କରାଯାଇଛି, ଖାଉଟି କାର୍ଡ ପାଇଁ ୭ଟି ଆବେଦନ ଗ୍ରହଣ କରାଯାଇଥିଲା ବେଳେ ପ୍ରଧାନମନ୍ତ୍ରୀ ଜନମନ ଗୃହ ପାଇଁ ୪ଟି ଆବେଦନ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 ।

Related posts

ନବରଙ୍ଗପୁର ସଦରମହକୁମା ସ୍ତରୀୟ ଲୋକକଳା ଦିବସ ଓ ରଜପର୍ବ ପାଳିତ।

Sunil Chandra Nayak

ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ଭବାନୀପାଟଣା ଠାରେ ମିଳେଟ୍ ଶକ୍ତି ଆଉଟଲେଟ ର ଉଦଘାଟନ

Sunil Chandra Nayak

Leave a Comment

error: Content is protected !!