ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ଜନ ସୁରକ୍ଷା ମଞ୍ଚ ର ସ୍ବଛ ଗ୍ରାମ ମାନଙ୍କ ସମସ୍ୟା ସମାଧାନ ଜିଲ୍ଲା ସ୍ତର ରେ ଦାବୀ

ତେନ୍ତୁଳିଖୁଣ୍ଟି -୦୪/୦୨/୨୩ – ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ସମେତ ଛଅ ଗୋଟି ବ୍ଲକ ର ୨୪୨ ଟି ଗ୍ରାମ ସର୍ଭେ କରି ମହିଳା ଜନ ସୁରକ୍ଷା ମଞ୍ଚ ନବରଙ୍ଗପୁର ବିଶୁଦ୍ଧ ପାନୀୟ ଜଳ,ପରିମଳ ,ଗ୍ରାମ୍ୟ ସମ୍ବଳ ,ଜଳସେଚନ ସୁବିଧା ,ସାମାଜିକ ସୁରକ୍ଷା ସମସ୍ୟା ଚିହ୍ନଟ କରିଥିଲା। ପର୍ଯ୍ୟାୟ କ୍ରମେ ଏସବୁ ବିଷୟରେ ପଲ୍ଲୀ ସଭା କରି ପଂଚାୟତ ସ୍ତର ରେ ସମସ୍ୟା ସମାଧାନ ପାଇଁ ଚିଠା ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବ୍ଲକ ସ୍ତରରେ ବିଡ଼ିଓ ଙ୍କୁ ଉପରୋକ୍ତ ସମସ୍ୟା ଗ୍ରାମ ୱାରି ଚିଠା ପ୍ରସ୍ତାବ ସମ୍ବଳିତ ଦାବୀ ପତ୍ର ଦେଇଥିଲେ। ଗତକାଲି ଜିଲ୍ଲା ସ୍ତରରେ ଦାବୀ ପତ୍ର ଦେଇଛନ୍ତି ମହିଳା ଜନ ସୁରକ୍ଷା ମଞ୍ଚ ନବରଙ୍ଗପୁର। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଏଥି ନେଇ କିଛି ପଦକ୍ଷେପ ନିଆଯିବ ବୋଲି ଗ୍ରହଣ କରିଥିବା ଅଧିକାରୀ କହିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଚେମ୍ବର ଅଫ କମର୍ସ ର ତ୍ରୟ ମାସିକ ବୈଠକ , ଅନଲାଇନ ବେପାର କୁ ନେଇ ଚିନ୍ତା ବ୍ୟକ୍ତ କଲା ସଂଘ 

Sunil Chandra Nayak

ଅବିନାଶ ପାଢ଼ୀ ଓପି ଏସ ସି ଡାକ୍ତରୀ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ସ୍ଥାନ ,ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ

masiha

କୁସୁମୀ ବ୍ଲକର ପାହାଡ ପୁର ଗ୍ରାମ ରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ  ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସହାୟତା ଯୋଜନା

Sunil Chandra Nayak

Leave a Comment

error: Content is protected !!