ବାଲିଆପାଳ – 04/02 – ବାଲିଆପାଳ ବ୍ଲକ କୁଣ୍ତୁଳୀ ପଞ୍ଚାୟତ ଅନ୍ତର୍ଗତ କୁଣ୍ତୁଳିଚକ ସ୍ଥିତ ନବଜ୍ଯୋତି ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ରେ କାର୍ଯ୍ଯରତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ରାଉତ ଙ୍କ ଅବସରକାଳୀନ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଯାଇଛି , ସି ଆର ସି ସି ଯୁଧିଷ୍ଟିର ପଟ୍ଟାୟତ ଙ୍କ ସଭାପତିତ୍ବ ରେ ଅନୁଷ୍ଠତ ଏହି ସଭାରେ ବାଲିଆପାଳ ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ ସୁଧାଂଶୁ ଶେଖର ଜେନା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବାଲିଆପାଳ ଶିକ୍ଷକ ସମନ୍ବୟ ସମିତି ର ସଭାପତି ମନ୍ମଥ କୁମାର ବିଶ୍ବାଳ ମୁଖ୍ଯ ବକ୍ତା ଭାବରେ ଯୋଗଦେଇ ଶ୍ରୀ ରାଉତ ଜଣେ ଅତ୍ଯନ୍ତ ଛାତ୍ର ବତ୍ସଳ ଏବଂ କର୍ତ୍ତବ୍ଯନିଷ୍ଠ ଶିକ୍ଷକ ଥିଲେ, ବିଦ୍ଯାଳୟ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ବୋଲି ମତବ୍ଯକ୍ତ କରିଥିଲେ , ସମ୍ମାନିତ ଅତିଥି ଭାବରେ ଶିକ୍ଷକ ସମନ୍ବୟ ସମିତି ର ସମ୍ପାଦକ ଆଦିତ୍ଯ କୁମାର ରାଉତ , ସହ ସମ୍ପାଦକ ପଞ୍ଚାନନ ପ୍ରମାଣିକ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବନମାଳୀ ସାହୁ , ରତ୍ନାକର ଦାସ , ପୂର୍ବତନ ସି ଆର ସି ସି ବଂଶୀଧର ପ୍ରଧାନ ଯୋଗଦେଇ ଶ୍ରୀ ରାଉତ ଙ୍କ ଉଦ୍ଯେଶରେ ବକ୍ତବ୍ଯ ପ୍ରଦାନ କରିଥିଲେ , ଶିକ୍ଷକ ଲକ୍ଷ୍ମୀକାନ୍ତ ସାହୁ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ସୁଶାନ୍ତ କୁମାର ସାହୁ ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ , ଶେଷରେ ଶିକ୍ଷକ ଅସିତ ଜେନା ଧନ୍ଯବାଦ ଅର୍ପଣ କରିଥିଲେ , ବିଦ୍ଯାଳୟ ର ଶିକ୍ଷକ ନରୋତ୍ତମ ସାମନ୍ତ , ହେମନ୍ତ କୁମାର ମଣ୍ତଳ , କୃଷ୍ନାରାଣୀ ମଲ୍ଲୀକ ଙ୍କ ସମେତ ବିଦ୍ଯାଳୟ ର ପୂରାତନ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀ ମାନେ କାର୍ଯ୍ଯକ୍ରମ କୁ ପରିଚାଳନା କରିଥିଲେ ।