ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେକରେ ଦଉଡି ବାନ୍ଧି ବୃଦ୍ଧଙ୍କ ଆତ୍ମହତ୍ୟା

ଡାବୁଗାଁ, ୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ହାଟପଦା ଗ୍ରାମର ଜଣେ ବ୍ୟକ୍ତି ମଙ୍ଗଳବାର ସକାଳେ ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ହାଟପଦା ଗ୍ରାମର ମନବୋଧ ଜେନା (୫୮) ଆଜି ସକାଳ ୫ ଘ. ରେ ନିଜ ଘରୁ ବାହାରକୁ ଶୌଚ ପାଇଁ ଯାଇଥିଲେ | ପରେ ତାଙ୍କ ଘରକୁ ଖବର ଆସିଥିଲା ଯେ ମନବୋଧ ଗ୍ରାମ ନିକଟ ଅଙ୍ଗୀ ନଦୀ କୂଳରେ ଥିବା ଏକ ବରଗଛ ଡାଳରେ ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିଛି | ଖବରପାଇ ପରିବାର ଲୋକ ଯାଇ ଦେଖିଥିଲେ ଯେ ମନବୋଧ ଆତ୍ମହତ୍ୟା କରିଛି | ଏନେଇ ତାଙ୍କ ସ୍ତ୍ରୀ ରେଣୁକା ଜେନା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୭/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସମ୍ବିଧାନ ଦିବସ ଉପଲକ୍ଷେ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ

masiha

ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ପରିସରରେ ଦିପୋଛବର୍ ଆୟୋଜନରେ ଯୋଗ ଦେଲେ ଜୁଏଲ ଓରାମ

masiha

ନନ୍ଦଘର ଠାରେ କିଶୋର କିଶୋରୀ ମେଳା 

masiha

Leave a Comment

error: Content is protected !!