ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେକରେ ଦଉଡି ବାନ୍ଧି ବୃଦ୍ଧଙ୍କ ଆତ୍ମହତ୍ୟା

ଡାବୁଗାଁ, ୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ହାଟପଦା ଗ୍ରାମର ଜଣେ ବ୍ୟକ୍ତି ମଙ୍ଗଳବାର ସକାଳେ ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ହାଟପଦା ଗ୍ରାମର ମନବୋଧ ଜେନା (୫୮) ଆଜି ସକାଳ ୫ ଘ. ରେ ନିଜ ଘରୁ ବାହାରକୁ ଶୌଚ ପାଇଁ ଯାଇଥିଲେ | ପରେ ତାଙ୍କ ଘରକୁ ଖବର ଆସିଥିଲା ଯେ ମନବୋଧ ଗ୍ରାମ ନିକଟ ଅଙ୍ଗୀ ନଦୀ କୂଳରେ ଥିବା ଏକ ବରଗଛ ଡାଳରେ ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିଛି | ଖବରପାଇ ପରିବାର ଲୋକ ଯାଇ ଦେଖିଥିଲେ ଯେ ମନବୋଧ ଆତ୍ମହତ୍ୟା କରିଛି | ଏନେଇ ତାଙ୍କ ସ୍ତ୍ରୀ ରେଣୁକା ଜେନା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୭/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ୫ ଦିବସୀୟ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ପ୍ରଶିକ୍ଷଣ ଶିଵିର

Sunil Chandra Nayak

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

କାର୍ବନ ନିରପେକ୍ଷତା ଅବଲମ୍ବନ କରି ଜଳବାୟୁ ନିୟନ୍ତ୍ରଣ ନେଇ ତାଲିମ 

masiha

Leave a Comment

error: Content is protected !!