ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନ ମନ୍ତ୍ରୀ ଆବାସ ତାଲିକା ରେ ଅନିୟମିତତା ନେଇ ଭାରତୀୟ ଜନତା ପାର୍ଟି ର ବ୍ଲକ ଘେରାଉ

ତେନ୍ତୁଳିଖୁଣ୍ଟି ୦୭/୦୨/୨୩ – ନବରଙ୍ଗପୁର ଜିଲ୍ଲା ସମେତ ସାରା ରାଜ୍ୟରେ ଜାରୀ ହୋଇଥିବା ପ୍ରଧାନ ମନ୍ତ୍ରୀ ଆବାସ ତାଲିକା ରେ ବ୍ୟାପକ ଅନିୟମିତତା ହୋଇଥିବା ଭାରତୀୟ ଜନତା ପାର୍ଟି ଦାବୀ କରି ଆସୁଛି। ଏହିକ୍ରମରେ ଆଜି ଜିଲ୍ଲା ସଭାପତି ଜଗଦୀଶ ବିଶୋଇ ଙ୍କ ନେତୃତ୍ୱ ରେ ଶତାଧିକ ଭାଜପା କର୍ମୀ ଓ ନେତା ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଜ୍ୟ ସରକାର ବିରୋଧୀ ସ୍ଲୋଗାନ ଦେଇ ପହଞ୍ଚି ଥିଲେ। ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଶତାଧିକ ଯୋଗ୍ୟ ହିତାଧିକାରୀ ଯେଉଁ ମାନଙ୍କ ନାମ ଜାରି ହୋଇ ଥିବା ତାଲିକାରେ ନାହିଁ ସେମାନଙ୍କ ଆବେଦନପତ୍ର ବିଡ଼ିଓ ଦୁର୍ଯୋଧନ ଭୋଇ ଙ୍କୁ ପ୍ରଦାନ କରିଥିଲେ। ବି ଡି ଓ ଭୋଇ ଆବେଦନପତ୍ର ଗ୍ରହଣ କରି ତଦନ୍ତ କରି ସେହି ହିତାଧିକାରୀ ଙ୍କୁ ଆବାସ ଗୃହ ଦେବା କୁ ପ୍ରାଥମିକତା ଦେବାର ପ୍ରତିଶୃତି ଦେଇଥିଲେ। ବ୍ଲକ ଘେରାଉ ବେଳେ ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଭ୍ୟ ଗୌରୀ ଶଙ୍କର ମାଝୀ, ଜିଲ୍ଲା ଭାଜପା କାର୍ଯ୍ୟକାରିଣୀ ସଭ୍ୟ ସନ୍ତୋଷ ପାତ୍ର,ଜିଲ୍ଲା ଭାଜପା ଯୁବ ମୋର୍ଚ୍ଚା ପ୍ରଭାରୀ କାହ୍ନୁ ଦାସ ,ପ୍ରଶାନ୍ତ ନାୟକ , ରାଜେଶ ବାଘ ଚନ୍ଦ୍ର ଶେଖର ଜେନା ,ମୁନା ମହାନ୍ତି ଧରଣୀ ସିଂ ସମେତ ଶତାଧିକ କର୍ମୀ ସାମିଲ ଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି 

Related posts

ବିଜେଡି ର ମୋଟରସାଇକଲ ଶୋଭାଯାତ୍ରା 

masiha

ରାଜନଗର ବିକାଶ ପାଇଁ ମୈଦାନକୁ ଓହ୍ଲାଇଲେ ଧୃବ ଓ ଅଂଶୁମାନ,ବିଶାଳ ବାଇକ୍ ରାଲିରେ କଲେ ଶକ୍ତି ପ୍ରଦର୍ଶନ

masiha

ବିକ୍ରମ ଦେବ କଲେଜକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୋରାପୁଟ ଜନ ଉପ ସଭାପତି ହିମାଂଶୁ ଜେନା

Sunil Chandra Nayak

Leave a Comment

error: Content is protected !!