ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଙ୍ଗଳା ଗୁଡା କୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଗ୍ରାମବାସୀ ଙ୍କ ଜିଲ୍ଲାପାଳ ଙ୍କ ନିକଟରେ ନିବେଦନ

ତେନ୍ତୁଳିଖୁଣ୍ଟି -୦୭/୦୨/୨୩ – ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଗତକାଲି ମଞ୍ଚା ଗାଁ ଗ୍ରାମ ପଞ୍ଚାୟତ ର ବଙ୍ଗଳା ଗୁଡା ଗ୍ରାମବାସୀ ସେମାନଙ୍କ ଗ୍ରାମ କୁ ରାଜସ୍ୱ ଗ୍ରାମ ର ମାନ୍ୟତା ଦେବାକୁ ନିବେଦନ ସମ୍ପର୍କିତ ଦାବୀ ପତ୍ର ଦେଇଛନ୍ତି। ବଙ୍ଗଳା ଗୁଡା ଗ୍ରାମ ରେ ତିନୋଟି ୱାର୍ଡ ଥିବା ବେଳେ ତିନୋଟି ଅଙ୍ଗନବାଡି କେନ୍ଦ୍ର ରହିଛି। ପ୍ରାୟ ୮୭୧ ଭୋଟର ରହିଛନ୍ତି। ପାଞ୍ଚ ଶହ ଜନସଂଖ୍ୟା ଥିବା ଗ୍ରାମ ରାଜସ୍ୱ ଗ୍ରାମର ମାନ୍ୟତା ପାଉଥିବା ବେଳେ ସବୁଦୃଷ୍ଟି ରୁ ଯୋଗ୍ୟତା ଥାଇ ବଙ୍ଗଳା ଗୁଡା ବାସୀ ଆଜି ପର୍ଯ୍ୟନ୍ତ ମଞ୍ଚା ଗାଁ ର ପଡା ଗ୍ରାମ ଭାବରେ ରହିଛି। ଏଥିପାଇଁ ବଙ୍ଗଳା ଗୁଡା ବାସୀ ବହୁ ସରକାରୀ ଯୋଜନାରେ ସିଧାସଳଖ ଫାଇଦା ପାଇବାରୁ ବଞ୍ଚିତ ହେଉଛନ୍ତି। ବିଶେଷ ଭାବେ ଯୋଜନା ପ୍ରଣୟନ ତଥା ହିତାଧିକାରୀ ନିର୍ଦ୍ଧାରଣ ଗ୍ରାମସଭା ମାନଙ୍କ ରେ ବଙ୍ଗଳା ଗୁଡା ବାସୀ କିଛିଟା ପାତର ଅନ୍ତର ର ଶିକାର ହେଉଛନ୍ତି। ଗାଁ କଲ୍ୟାଣ ସମିତି ଗଠନ ରେ ମଧ୍ୟ ଉଚିତ୍ ନ୍ୟାୟ ବଙ୍ଗଳା ଗୁଡା କୁ ମିଳୁନି , ବଙ୍ଗଳା ଗୁଡା ଠୁଁ ସାନ ଗାଁ ଦାଣ୍ଡୁଗୁଡା ରାଜସ୍ୱ ଗ୍ରାମ ହୋଇଥିବାରୁ ସେହି ଗ୍ରାମ ନାମରେ ଗାଁ କଲ୍ୟାଣ ସମିତି ହେଉଛି। ଏଭଳି ଅନେକ କାରଣ ରହିଛି,କିନ୍ତୁ ରାଜ୍ୟ ସରକାର ନୂତନ ଭାବେ ରାଜସ୍ୱ ଗ୍ରାମ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ମଞ୍ଚା ଗାଁ ରାଜସ୍ୱ ସର୍କଲ ର ଅଳଚିଆ ଗୁଡା କୁ ନେଇ ସର୍ଭେ ହେଉ ଥିବା ବେଳେ ବଙ୍ଗଳା ଗୁଡା ଗ୍ରାମ କୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ବିଚାରକୁ ନିଆ ଯାଇ ନଥିବାରୁ ଗ୍ରାମବାସୀ ସଭିଏଁ ଦସ୍ତଖତ ଅଭିଯାନ କରି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ନିବେଦନ ପତ୍ର ଦେଇଛନ୍ତି। ଜିଲ୍ଲାପାଳ ମିଶ୍ର ରାଜସ୍ୱ ଗ୍ରାମ ର ସମସ୍ତ ଯୋଗ୍ୟତା ରହିଥିବା ମାନିବା ସହ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଆବଶ୍ୟକ ସରକାରୀ ପ୍ରକ୍ରିୟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସନ୍ଦୀପ କର୍କରା, ପ୍ରଫୁଲ୍ଲ ହରିଜନ ,ମୁରଲୀଧର ନାୟକ ,ପ୍ରଶାନ୍ତ ନାୟକ , କିଶୋର ନାୟକ 587 ଗ୍ରାମବାସୀ ଙ୍କ ଦସ୍ତଖତ ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାମନଘାଟୀ ସାଂସ୍କୃତିକ ପରିଷଦ, ସମାଜ ପାଠକ ମଞ୍ଚ, ସେବାସ୍ତମ୍ଭ ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୁଦନ ଦାସ ଜୟନ୍ତୀ ପାଳିତ

masiha

ଜଙ୍ଗଲ ବିଭାଗର ବନ୍ୟ ପ୍ରାଣୀ ସୁରକ୍ଷା କେତେ ଫଳପ୍ରଦ, ପାଣି ନପାଇ ଘରେ ପଶିଲା ହରିଣ 

ପ୍ରଧାନ ଶିକ୍ଷକ ରାଜକିଶୋର ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!