ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା କରାଯାଇଥିବା ପ୍ରତିବାଦରେ ବିଜେପିର ବ୍ଲକ ଘେରାଉ

ଜୟପାଟଣା:୦୪/୦୨ // ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତାକୁ ନେଇ ସାରା ରାଜ୍ୟରେ ଗରିବ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଶ୍ରୁଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ ମଧ୍ୟ ଏହି ସ୍ଥିତି । ବିଭିନ୍ନ ପଞ୍ଚାୟତରେ ସାମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ପରେ ଅନେକ ଗରିବ ହିତାଧିକାରୀଙ୍କର ଏଥିରେ ନାମ ନଥିବା ଯୋଗୁଁ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି । ସ୍ଥାନୀୟ ବିଜେପି ପକ୍ଷରୁ ଏନେଇ ଆଜି ଜୟପାଟଣା ବ୍ଲକ ଘେରାଉ କରାଯାଇଛି । ସେମାନଙ୍କର ଦାବି ଅନୁଯାୟୀ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ୨୭ଲକ୍ଷ ଘର ମାଗିଥିବା ସ୍ଥଳେ କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ପ୍ରଥମେ ୧୮ଲକ୍ଷ ଏବଂ ବର୍ତ୍ତମାନ ୯ଲକ୍ଷ ୫୮ହଜାର ଏପରି ସମୁଦାୟ ୨୭ ଲକ୍ଷ ୫୮ ହଜାର ଘର ମଞ୍ଜୁର କରିଛନ୍ତି । କିନ୍ତୁ ଯେଉଁ ଅଧିକାରୀ ମାନେ ଏହି ସର୍ଭେ କରିଥିଲେ ଏବଂ ବ୍ଲକରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ମାନଙ୍କର ପ୍ରିୟାପ୍ରୀତି ନୀତି ଯୋଗୁଁ ଅନେକ ନିସିହାୟ ଗରିବ ଲୋକଙ୍କର ନାମ ପଞ୍ଜିକରଣରୁ ବାଦ ଦିଆ ଯାଇଥିବା କୁହାଯାଉଛି । ଏବେ ତାଲିକା ପ୍ରକାଶନ ପରେ ନିଜ ଅଠାକୁ ଛଡେଇବା ପାଇଁ ଜନସାଧାରଣଙ୍କୁ ଅଯୋଗ୍ୟ ହିତାଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ପାଇଁ ସୂଚନା ଦେବା ନିଷ୍ପତ୍ତି କେତେଦୂର ସମୁଚିତ । ରାଜ୍ୟ ସରକାର ନିଜସ୍ୱ ଲୋକଙ୍କୁ ଥଇଥାନ କରେଇବାକୁ ଯାଇ କାହିଁକି ତେଲିଆ ମୁଣ୍ଡରେ ତେଲ ମାରୁଛନ୍ତି । ବିଭାଗୀୟ ଅଧିକାରୀ କାହିଁକି ଦୋମୁହାଁ ନୀତି ଅବଲମ୍ବନ କରି ସାଧାରଣ ଜନତାଙ୍କ ଅଧିକାର ସହିତ ଖେଳୁଛନ୍ତି । ନିୟମାନୁଯାୟୀ ସରକାରୀ ଗାଇଡଲାଇନ ଅନୁସାରେ, ବାଇକ, ସ୍କୁଟି, ଫ୍ରିଜ୍‌‌, ମାସିକ୧୦ହଜାରରୁ ଅଧିକ ରୋଜଗାର, ସରକାରୀ ଚାକିରିଆ, ଲ୍ୟାଣ୍ଡଲାଇନ ଫୋନ, ଦୁଇ ଋତୁରେ ଚାଷ ହେଉଥିବା ୫ଏକରରୁ ଅଧିକ ଜଳସେଚନ ଜମି ଭଳି ୧୩ଟି ସର୍ତାବଳୀରେ ଅର୍ନ୍ତଭୂକ୍ତଥିବା ହିତାଧିକାରୀଙ୍କୁ ତାଲିକାରୁ ବାଦଦେବାକୁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ ତାଲିକା ପ୍ରସ୍ତୁତହେଲେ ପ୍ରାୟ ୩ଲକ୍ଷ ହିତାଧିକାରୀ ଏଥିରୁ ବାଦ ପଡ଼ିବେ ବୋଲି ଆକଳନ କରାଯାଇଛି । ଆଜି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ବିଜୟ କୁମାର ଦିଶାରୀ, ବିଭୁତି ଭୂଷଣ ପାଣିଗ୍ରାହୀ, ତୀର୍ଥରାଜ ଦଳପତି,ଉଆଁସୁ ବିଶ୍ୱାଳ,ଅଙ୍ଗଦ ମାଝୀ,ମନୋଜ ପାତ୍ର,ଅଭିନାଶ ନନ୍ଦ,ଫକୀର ଚରଣ ଦାସ,ନିରଞ୍ଜନ ଛାତ୍ରୀଆ, ପ୍ରବୀର ପଣ୍ଡା,ମମତା ପଣ୍ଡା,ବୈଦ୍ୟନାଥ ଠାକୁର ପ୍ରମୁଖ ରାଜ୍ୟ ସରକାରଙ୍କର ଜନତା ମାରଣ ନୀତିକୁ ସମାଲୋଚନା କରିଥିଲେ । ବରିଷ୍ଠ ନେତା ଜଗମୋହନ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନରେ ବରିଷ୍ଠ ସଦସ୍ୟ ସୀତାରାମ ନାଏକ,ମାଧବ ବାଗ,ସକଳେଶ୍ୱର ମିଶ୍ର,ପ୍ରମିଳା ମହାଳିକ, ସୁନିତା ପଟେଲ, ବିକାଶ ସାହୁ,ବିବେକାନନ୍ଦ ଚିନ୍ଦା ଏବଂ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଅବଦାନ ଥିଲା ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ପବିତ୍ର ଦଶହରା ଉପଲକ୍ଷେ ବିଜେପି ନେତାଙ୍କ ବନ୍ଧୁ ମିଳନ

masiha

ରାଉରକେଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ ର ସଂକୀର୍ତ୍ତିନ ସତ୍ୟାଗ୍ରହ 

masiha

ମୟୁରଭଞ୍ଜ ଜିଲ୍ଲା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ଜାତୀୟ କଂଗ୍ରେସ ରେ ଯୋଗଦେଲେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort