ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଛାତ୍ର କଂଗ୍ରେସର ଦୁଇଦିନିଆ ଅହୋରାତ୍ର ଧାରଣା ଶେଷ

ଛାତ୍ର କଂଗ୍ରେସର ଦୁଇଦିନିଆ ଅହୋରାତ୍ର ଧାରଣା ଶେଷ

ଭୁବନେଶ୍ୱର ତା. ୯.୮ – ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବହିଷ୍କାର ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଦୁଇଦିନିଆ ଅହୋରାତ୍ର ଧାରଣା ଶେଷ ହୋଇଛି । ଏହି ଅବସରରେ ଲୋୟର ପିଏମଜି ସ୍ଥିତ ଧାରଣାସ୍ଥଳରୁ ଛାତ୍ର କଂଗ୍ରେସର ନେତୃବର୍ଗ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସରକାରୀ ବାସଭବନକୁ ଘେରାଉ କରିବାପାଇଁ ଏକ ରାଲି ଯୋଗେ ଯାଉଥିବା ବେଳେ ପୋଲିସ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା । 

 ଦୁଇଦିନିଆ ଅହୋରାତ୍ର ଧାରଣାର ନେତୃତ୍ୱ ନେଇଥିବା ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ବିଭୁତି ଭୂଷଣ ମହାପାତ୍ର କହିଥିଲେ ଯେ ଏହାପରେ ଆମର ଆନ୍ଦୋଳନ କଲେଜ ସମ୍ମୁଖରେ ହେବ । ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନକୁ ଅଗଣତାନ୍ତ୍ରିକ ଭାବେ ବନ୍ଦ କରିଦିଆଯାଇଛି । ନିର୍ବାଚନ କରିବାପାଇଁ ସରକାରଙ୍କ ପକ୍ଷରୁ କୁହାଯାଉଛି କିନ୍ତୁ ଏହା କାର୍ଯ୍ୟକାରୀ ହେଉନାହିଁ । ଓଡ଼ିଶାର ସରକାରୀ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିବା ବେଳେ ଏହା ବିରୁଦ୍ଧରେ ଛାତ୍ର ଆନ୍ଦୋଳନକୁ ଭୟ କରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ରଖାଯାଇଛି । କ୍ୟାମ୍ପସରେ ଏବିଭିପିର ଦୌରାତ୍ମ୍ୟ ବଢ଼ିଛି, ହଷ୍ଟେଲ ଅସୁରକ୍ଷିତ, ଭିତ୍ତିଭୂମିକୁ ଉନ୍ନତ କରାଯାଉ ନାହିଁ ଏବଂ ବିଶେଷକରି ଶିକ୍ଷକ ମରୁଡ଼ି ଯୋଗୁଁ ସରକାରୀ ଉଚ୍ଚ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯେହେତୁ ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ନିର୍ବାଚନ ହେଉନାହିଁ ତେଣୁ ଅବ୍ୟବସ୍ଥା ବିରୁଦ୍ଧରେ ଛାତ୍ର ଆନ୍ଦୋଳନ ହେଇପାରୁ ନାହିଁ । ସୁତରାଂ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯଦି ଛାତ୍ର ସଂସଦ ନିର୍ବାଚନ କରିପାରୁ ନାହାନ୍ତି ତେବେ ମନ୍ତ୍ରୀ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ । 

 ସେହିଭଳି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜଣେ ଗଣ୍ଡ ମୁର୍ଖ ବୋଲି ଓଡ଼ିଶାର ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅନୁଭବ କରିଛନ୍ତି । ଓଡ଼ିଶାର ଗଣଶିକ୍ଷା ବ୍ୟବସ୍ଥାକୁ ସେ ଏଭଳି ପରିସ୍ଥିତିରେ ପହଞ୍ଚାଇ ଦେଇଛନ୍ତି ଯେ ଯାହାକି ଘରେ ଘରେ ଚର୍ଚ୍ଚା ହେଉଛି । ସ୍କୁଲ ପିଲାଙ୍କର ବହିକୁ ସେ ରଫ ଖାତାରେ ପରିଣତ କରିଦେଇଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଦୁଇହଜାର ସାଂଘାତିକ ଭୁଲ ଗଣ୍ଡଙ୍କର ମୁର୍ଖାମୀର ପରିଚୟ ଦେଇଛି । ନିଜ ଦାୟିତ୍ୱକୁ ଠିକରେ ସମ୍ଭାଳିନପାରି ମଧ୍ୟ ମନ୍ତ୍ରୀ ପଦବୀରେ ଏବେବି ଗଣ୍ଡ ମଜବୁତ ହେଇ ବସିଛନ୍ତି । ବିଜେପି ଦଳ ଓ ବିଜେପି ସରକାର କିଭଳି ଭାବରେ ରାଜ୍ୟର ଭବିଷ୍ୟତଙ୍କୁ ସହ ଖେଳଖେଳିପାରେ ତାହାର ଉଦାହରଣ ପାଠ୍ୟପୁସ୍ତକରେ ସ୍ପଷ୍ଟ ହୋଇପଡ଼ିଛି । ସୁତରାଂ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ତଥା ଛାତ୍ର ସଂସଦ ନିର୍ବାଚନ ପାଇଁ ଛାତ୍ର କଂଗ୍ରେସ ଦୁଢ଼ ଦାବି କରୁଛି । ଏହି ଦାବିକୁ ସଫଳ କରିବାପାଇଁ ରାଜ୍ୟବ୍ୟାପି ଛାତ୍ର ଆନ୍ଦୋଳନ ମଧ୍ୟ କରାଯିବ । ଆଜିର କାର୍ଯ୍ୟକ୍ରମ ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ, ସ୍ପନ୍ଦନ ସ୍ୱାଇଁ, ଆକାଶ ମହାନ୍ତି, ସାହାରୁଖ ଖାନ, ଚିତ୍ତରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

Related posts

ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ

masiha

ମିଶ୍ରଣ ପର୍ବରେ ସାଂସଦକୁ ବିରୋଧ ପାଇଁ ଶପଥ ନେଲେ ବିଜେପି କର୍ମୀ

ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ

masiha

Leave a Comment

error: Content is protected !!