ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜନଜାତି ସମ୍ପ୍ରଦାୟ ସଂଖ୍ୟା କୁ କେନ୍ଦ୍ର କରି କନ୍ଧମାଳ ବି ଜେ ଡି ରେ ହାଟ୍ଟୋ ଗୋଳ ! ଧାରଣା ଦେବା ଓ ବିକ୍ଷୋଭ କରିବା ଭୁଲିଗଲେ 

ଗତ ୨୮ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶରେ ଓଡିଶା ଜନଜାତି ସମ୍ପ୍ରଦାୟ କୁ କେନ୍ଦ୍ର ତାଲିକାଭୁକ୍ତ କରିବା ଅବହେଳା ଯୋଗୁଁ କେନ୍ଦ୍ର ସରକାର ବିରୋଧରେ ଧାରଣା ଓ ବିକ୍ଷୋଭ କରିବା ପାଇଁ କନ୍ଧମାଳ ଜିଲ୍ଲା ବିଜେଡି ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଶତାଧିକ କର୍ମୀ, ନେତା, ବିଧାୟକ, ଜ଼ିଲ୍ଲା ପରିଷଦ, ସମିତି ଅଧକ୍ଷା, ପୂର୍ବତନ ବିଧାୟକ, ସମିତି ଅଧକ୍ଷ, ଏସ. ଡି. ସି ଅଧକ୍ଷ ଧାରଣାରେ ବସିଥିଲେ! ଧାରଣା ସଭା ଆରମ୍ଭ ହେଉ ହେଉ ଜନଜାତି ସମ୍ପ୍ରଦାୟ ସଂଖ୍ୟା କୁ ନେଇ ବିବାଦ ଓ ଉତେଜନା ଦେଖାଦେଇଥିଲା! ଧାରଣା ସ୍ଥଳରେ ଲାଗିଥିବା ପୋଷ୍ଟର ରେ ୧୬୦ ଜନଜାତି ବୋଲି ଉଲ୍ଲେଖ ଥିଲା! ଆଦିବାସୀ କର୍ମୀ ପ୍ରତିନିଧି ମାନେ ମତବ୍ୟକ୍ତ କରିଥିଲେ ଯେ ଓଡ଼ିଶାରେ ୬୨ ପ୍ରକାର ଜନଜାତି ଅଛନ୍ତି! କିନ୍ତୁ ଏହା ୧୬୦ ସମ୍ପ୍ରଦାୟ ରେ କିଭଳି ପହଁଚିଲା ବୋଲି ପ୍ରଶ୍ନ୍ନ କରିଥିଲେ । ଅଧିକା ୯୮ ଟି ଜାତି କିପରି ପୂର୍ବରୁ ଥିବା ୬୨ ଟି ଜାତିରେ ମିଶିଲା ବୋଲି ପରସ୍ପର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଜଣେ ପୂର୍ବତନ ସମିତି ଅଧକ୍ଷ ପୋଷ୍ଟର ଚିରି ଦେଇଥିଲେ । ଫଳରେ ଉତ୍ତେଜନା ଦେଖାଦେଇଥିଲା । ପୋଷ୍ଟର ରେ ବିଜେଡି ସୁପ୍ରିମୋ ଙ୍କ ର ଫୋଟୋ ଥିଲା । କିଛି କର୍ମୀ ପୋଷ୍ଟର ଚିରିବା ଘଟଣାକୁ ନିନ୍ଦା କରିଥିଲେ । ବିଜେଡି କର୍ମୀ ପଞ୍ଚାନନ କଁହର ଆଗ ଜାତି ଓ ପରେ ଦଳ ବୋଲି କହିବା ସହ ଜନଜାତି ଜାତି କଣ ଗଛ ର ପତ୍ର ଭଳି କଉଁଳୁଛି କି ବୋଲି ପ୍ରଶ୍ନ୍ନ କରିଥିଲେ । ଧାରଣା ସ୍ଥଳରୁ ସମସ୍ତେ ଉଠି ଯାଇଥିଲେ । ଉପସ୍ଥିିତ ଥିବା ପ୍ରଭାରୀ ବିଜୟ ନାୟକ ପରିସ୍ଥିତି କୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଜନଜାତି ସମ୍ପ୍ରଦାୟ ତାଲିକାକୁ ନେଇ ଉପୁଜିଥିବା ବିବାଦକୁ ନେଇ ଧାରଣା ଦେବା ଓ ବିକ୍ଷୋଭ କରିବା ଭୁଲିଗଲେ। କନ୍ଧମାଳର ତିନୋଟି କୁଇ ସମାଜ ନିଷ୍ପତି ନେବେ ବୋଲି ପଞ୍ଚାନନ କଁହର ସୂଚନା ଦେଇଥିଲେ ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ୟଙ୍ଗ ଇଣ୍ଡିଆକେ ବୋଲ ର କାର୍ଯ୍ୟକ୍ରମ ବିବରଣୀ

Sunil Chandra Nayak

ବିଜେପି ର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ 

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟାଳୟରେ ଗୁଣ୍ଡୁରିଆ ସହିଦ ଦିବସ ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!