ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ୨ ଜଣ ନାମାଙ୍କନ ପତ୍ର ଦାଖଲ

ରାଇରଙ୍ଗପୁରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ୨ ଜଣ ନାମାଙ୍କନ ପତ୍ର ଦାଖଲ

 ମୟୂରଭଞ୍ଜ -୧୦/୦୫ ( ମସିହା)ଗୁରୁବାର ଦିନ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ସାରସକଣା ନିର୍ବାଚନ ମଣ୍ଡଳୀ -ଏସଟି -୨୭ ପାଇଁ ଓଡ଼ିଶା ଝାଡ଼ଖଣ୍ଡ ମୁକ୍ତିମୋର୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀଅଂଜନୀ ସୋରେନ ତାଙ୍କ ସମର୍ଥକଙ୍କ ସହ ଆସି ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ଯାଳୟରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଠାରେ ନାମାଙ୍କନ ପତ୍ରଦାଖଲ କରିଛନ୍ତି ।ତାଙ୍କ ସହିତ ତାଙ୍କ ଭାଉଜ ଯେ କି ଝାଡ଼ଖଣ୍ଡ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ ଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ଉପସ୍ଥିତ ଥିଲେ ।ସେହିଭଳି ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ଏସଟି-୨୮ ପାଇଁ ସୁନାରାମ ଟୁଡୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

 ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଦଳୀୟ ପ୍ରାର୍ଥୀଙ୍କ  ସପକ୍ଷରେ ଆଜି ଝାଡ଼ଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ଚାମ୍ପାଇ ସୋରେନ, ସ୍ବାସ୍ଥ୍ୟ ମନ୍ତ୍ରୀ ବାନ୍ନା ଗୁପ୍ତା ଏବଂ ପ୍ରାକ୍ତନ ଝାଡ଼ଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ହେଲିକେପ୍ଟର ଯୋଗେ ରାଇରଙ୍ଗପୁର ମହୁଲଡିହା ଖେଳପଡିଆରେ ଅବତରଣ କରି ଏକ ସାଧାରଣ ନିର୍ବାଚନ ସଭାରେ ଯୋଗ ଦେଇଥିଲେ । ଦଳ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।ମୁଖ୍ୟମନ୍ତ୍ରୀ ଚାମ୍ପାଇ ସୋରେନ କହିଥିଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଆଦିବାସୀ,ଦଳିତ,ପଛୁଆ ଖଟିଖିଆ,ମେହନତି,ଶ୍ରମିକ,କୃଷକ,ଯୁବ, ଛାତ୍ର,ଅସହାୟ ମାନଙ୍କ ଦଳ ।ଜଳ, ଜଙ୍ଗଲ ,ଜମି ଓ ମାନୁଷର ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ଦଳ ଉଦ୍ଦିଷ୍ଟ । ଝାଡ଼ଖଣ୍ଡ ରାଜ୍ୟରେ ଝାଡ଼ଖଣ୍ଡ ସରକାର ବହୁ ଜନକଲ୍ଯାଣ ଯୋଜନା କରିଛନ୍ତି । ସେହିଭଳି ଶ୍ରୀମତୀ କଳ୍ପନା ସୋରେନ କହିଥିଲେ ସମସ୍ତ ଆଦିବାସୀଙ୍କ ଉନ୍ନତି, ସଂସ୍କୃତି,କଳା,ଭାଷ୍କର କୁ ଉଜ୍ଜିଵତ ଓ ଅଧିକ ଗବେଷଣା ପାଇଁ ସରକାର ଟ୍ରାଇବାଲ ୟୂନିଭରସିଟି ପ୍ରତିଷ୍ଠା କରିଛନ୍ତି ।କେନ୍ଦ୍ର ସରକାରଙ୍କ ଆଦିବାସୀ ମାରଣ ନୀତି, ସମ୍ବିଧାନ ଉପରେ କଠୋରାଘାତ କରୁଛନ୍ତି । ଗଣତନ୍ତ୍ର ପ୍ରତି ଯାହା ବିପଦ ଦେଖାଦେଇଛି ।ଦରଦାମ ଅହେତୁକ ବୃଦ୍ଧି ନେଇ ଲୋକେ ଅତିଷ୍ଠ । ସେହିଭଳି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଆଦିବାସୀ ବିକାଶର ପରିପନ୍ଥୀ । ତେଣୁ ସମ୍ବିଧାନ ସୁରକ୍ଷା, ଆଦିବାସୀ ଉନ୍ନତି ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ର ମୟୂରଭଞ୍ଜ ସାଂସଦ ଏବଂ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥିନୀ ଅଂଜନୀ ସୋରେନ ଏବଂ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ସୁନାରାମ ଟୁଡୁଙ୍କୁ ଧନୁତୀର ଚିହ୍ନରେ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ବିନମ୍ର ଅନୁରୋଧ କରିଥିଲେ । ଏଥିରେ ସଚିବ ଦୁବରାଜ ନାଗ, କେନ୍ଦ୍ର କମିଟି ସଦସ ପବନ କୁମାର, ଜିଲ୍ଲା ସଭାପତି ସୁନିଲ ମାଝୀ, ସଂପାଦକ ଘନଶ୍ୟାମ ପିଙ୍ଗୁଆ ,ରାଜ କମିଟି ସଦସ୍ୟ ସାଲୁକିସ୍କୁ , ମଧୁସୂଦନ ଦାସ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଯାମଦା ରେ ବିଜେଡ଼ିର ବ୍ଳକ ସ୍ତରୀୟ ବୈଠକ

ସମୃଦ୍ଧ ଓଡିଶା ଗଠନ ବିଜୁ ଜନତା ଦଳର ଲକ୍ଷ , ଧର୍ମଗଡ:ମୂଷାପାଲି-ଡ଼ହଗାଁ,ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା

masiha

ରାଜ୍ୟ ସଭା ସାଂସଦ ମମତାଙ୍କ ବିଜେଡିରୁ ଇସ୍ତଫା ନେଇ ରାଇରଙ୍ଗପୁରରେ ବିଜେଡି ତରଫରୁ ମମତାଙ୍କ କୁଶପୁତ୍ତଳିକା ଦାହ

masiha

Leave a Comment

error: Content is protected !!