ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ପଶ୍ଚିମ ମୟୁରଭଞ୍ଜ ଜିଲା କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଗିରଫ ଓ କେନ୍ଦ୍ର ସରକାରର ଛାତ୍ର-ଆନ୍ଦୋଳନକୁ ଦମନଲୀଳା ପ୍ରତିବାଦ ରେ ପ୍ରଧାନମନ୍ତ୍ରୀ ମୋଦୀ, ଗୣହମନ୍ତ୍ରୀ ଅମିତ ଶାହ ତଥା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ ସହ ପୂତୂଳା ଦାହ କରାଗଲା

ରାଇରଙ୍ଗପୁର ପଶ୍ଚିମ ମୟୁରଭଞ୍ଜ ଜିଲା କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଗିରଫ ଓ କେନ୍ଦ୍ର ସରକାରର ଛାତ୍ର-ଆନ୍ଦୋଳନକୁ ଦମନଲୀଳା ପ୍ରତିବାଦ ରେ ପ୍ରଧାନମନ୍ତ୍ରୀ ମୋଦୀ, ଗୣହମନ୍ତ୍ରୀ ଅମିତ ଶାହ ତଥା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ ସହ ପୂତୂଳା ଦାହ କରାଗଲା

ରାଇରଙ୍ଗପୁର -୨୨/୦୭ –  ରାଇରଙ୍ଗପୂର ପଶ୍ଚିମ-ମଯୂରଭଞ୍ଜ ଜିଲା କଂଗ୍ରେସ ପକ୍ଷରୁ ଦିଲ୍ଲୀ ଜନ୍ତର ମନ୍ତର ୟୁବା ଛାତ୍ରୀଙ୍କ ଶିକ୍ଷା-ଆନ୍ଦୋଳନ ଓ କଂଗ୍ରେସ ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧିଜୀ ଙ୍କୁ ପ୍ରତି ବିଜେପି ନରେନ୍ଦ୍ର ମୋଦୀ ସରକାରର ଅତ୍ୟାଚାର ଆଛରଣ ଓ ଦମଲିଳା ତଥା ଗିରଫ୍ତାର ପ୍ରତିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁତୁଳା ସହିତ ଗୣହମନ୍ତ୍ରୀ ଅମିତ ଶାହ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପୁତୂଳା ଦହନ କରାଯାଇଥିଲା। ଏହା ସହିତ ଛାତ୍ର ୟୁବା ଓ ଜନସାଧାରଣଙ୍କ ଅସନ୍ତୋଷ,ଆକ୍ରୋଶ ଓ ଗଣତନ୍ତ୍ରକୁ ସମ୍ମାନ ଜଣାଇ, କଂଗ୍ରେସ ଦଳ ମୋଦୀ ସରକାରକୁ ଅବିଳମ୍ବେ ଇସ୍ତଫା ଦାବୀ ଜଣାଇଥିଲେ, ଏବଂ ମୣତାହତ ଛାତ୍ରୀଙ୍କ କ୍ଷତିପୂରଣ ପାଇଁ ଏକ କୋଟି ଟଙ୍କା ଓ ଆହାତ ଛାତ୍ରଙ୍କ ସମ୍ପୂର୍ଣ ଚିକିତ୍ସା ସରକାର ବହନ କରନ୍ତୁ ଓ ପୋଲିସ ଦ୍ୱାରା ଗିରଫ ଛାତ୍ରଙ୍କୁ ନିସର୍ତ୍ତ ଛାଡ଼ ଓ ପୋଲିସ କେସ କୁ ଛାଡ଼ କରାଯାଉ।

ଏହି ପ୍ରତିବାଦ ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ୟାଳୟ ସମୁଖରେ ସଭାରେ କଂଗ୍ରେସ ଦଳର ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପ୍ରହ୍ଲାଦ ପୂର୍ତ୍ତି ଓ ଶ୍ୟାମ ଚରଣ ହାଂସଦା: ତଥା କଂଗ୍ରେସ ଦଳର ବରିଷ୍ଠ ନେତା ହରି ସାହୁ ବିଡାର ମାଝୀ, ବୈଲୋଚନ ଗିରି ଜିଲା ସମ୍ଫାଦକ ରୂପକ କୁମାର ମହାନ୍ତି, ରାଇରଙ୍ଗପୁର ନଗର ସଭାପତି ଅମର ପ୍ରଧାନ ଦେବ ହେମ୍ବ୍ରମ, କୌଶିକ ମହାନ୍ତି, କିରଣ ବାଳ୍ମିକି, ଶ୍ୟାମ ପଟନାୟକ, ଚାମ୍ବରୂ ମୂର୍ମୁ, ମହମ୍ମଦ ଓ୍ବାସିମ ରାଇରଙ୍ଗପୁର ବ୍ଳକର ସଭାପତି ସିମଲ ମାଝୀ, ପ୍ରନେଶ ମଣ୍ଡଳ, ମାନସିଂହ ମାଝୀ, ଅମିତ ବୈଠା ଓ ବହଳଦା ବ୍ଲକ ଦଳ ଅସିତ ପାଣିଗ୍ରାହୀ, ଅଭିନବ ମହାନ୍ତି, ଶ୍ୟାମ ଡଗରା ଭବନ ଦାସ, ଶୁଭମ ମହାନ୍ତି ଓ ବହୁ ନେତା କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

Related posts

ଭୋଟ ପାଇଁ ସଚେତନତା ରାଲି

masiha

ହରେକୃଷ୍ଣ ମହତାବ ଭବନ ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ଯାୟ ପ୍ରଶିକ୍ଷଣ ମହା ଅଭିଯାନ

ବାସୁଳୀଦୀଗା ଗ୍ରାମରେ ବିଜେଡି ର ବିଶାଳ ମିଶ୍ରଣ ପର୍ବ,ଅନ୍ଯ ଦଳ ଛାଡି ବିଜେଡି ରେ ସାମିଲ ହେଲେ ଶହେ ରୁ ଉର୍ଧ୍ବ ପରିବାର

masiha

Leave a Comment

error: Content is protected !!