ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଳାହାଣ୍ଡି ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଲେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

କଳାହାଣ୍ଡି ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଲେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

ଭବାନୀପାଟଣା, ୨୩ ଜୁଲାଇ ୨୦୨୭: ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ଙ୍କ ସଭାପତିତ୍ୱରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ସାଙ୍ଗଠନିକ ଶକ୍ତି, ଆଦର୍ଶ, ସେବାଭାବ ଏବଂ ଜନସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରେରଣାଦାୟକ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ନିଜ ଉଦ୍ବୋଧନରେ ମାନନୀୟା ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତୀୟ ଜନତା ପାର୍ଟି ସଦା ସର୍ବଦା “ସେବା ହିଁ ସଂଗଠନ” ମନ୍ତ୍ରକୁ ଆଧାର କରି ଜନସାଧାରଣଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛି। ସେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ଗରିବ କଲ୍ୟାଣ କାର୍ଯ୍ୟକ୍ରମ, ମହିଳା ସଶକ୍ତିକରଣ, ସୁଭଦ୍ରା ଯୋଜନା, କୃଷକ କଲ୍ୟାଣ, ଯୁବଶକ୍ତିର ବିକାଶ ଏବଂ ସମାଜର ସର୍ବାଙ୍ଗୀଣ ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ଐତିହାସିକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଦଳର ଆଦର୍ଶ, ଶୃଙ୍ଖଳା, ସମର୍ପଣ ଓ ସେବାଭାବକୁ ପାଥେୟ କରି ଘରେ ଘରେ ସରକାରଙ୍କ ଜନହିତକର ଯୋଜନା ପହଞ୍ଚାଇବାକୁ ଆହ୍ୱାନ ଜଣାଇଥିଲେ। ତାଙ୍କର ପ୍ରେରଣାଦାୟକ ବକ୍ତବ୍ୟ ଓ ଗୁରୁମନ୍ତ୍ର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ନୂତନ ଉତ୍ସାହ, ଆତ୍ମବିଶ୍ୱାସ ଏବଂ ସାଙ୍ଗଠନିକ ଶକ୍ତିର ସଞ୍ଚାର କରିଥିଲା।

ଏହି ସମ୍ମିଳନୀରେ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟଯୋଶୀ, ରାଜ୍ୟ ଉପସଭାପତି ଶ୍ରୀ ଭବେନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ହିମାଂଶୁ ମେହେର, ଶ୍ରୀ ଦେବେନ୍ଦ୍ର ମହାନ୍ତି ଏବଂ ଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ନମିତା ରାଣୀ ସାହୁ, ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ରମେଶ ମାଝୀ, ଶ୍ରୀ ମନୋଜ ମେହେର, ଶ୍ରୀ ଅନିରୁଦ୍ଧ ପ୍ରଧାନ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିଜୟ ଦିଶାରୀ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସତ୍ୟ ବେହେରା, ଜିଲ୍ଲାର ସମସ୍ତ ପଦାଧିକାରୀ, ମଣ୍ଡଳ ସଭାପତି, ପ୍ରଭାରୀ, ମୋର୍ଚ୍ଚା ସଭାପତି, ସରପଞ୍ଚ, ସମିତି ସଦସ୍ୟ ଏବଂ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସମ୍ପୂର୍ଣ୍ଣ ସଭାକୁ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ଦୁର୍ଗା ସୁଚାରୁରୂପେ ପରିଚାଳନା କରିଥିବାବେଳେ, ଶେଷରେ ଜିଲ୍ଲାର ଅନ୍ୟତମ ସାଧାରଣ ସମ୍ପାଦକ ଶ୍ରୀ ହିମାଂଶୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀ କଳାହାଣ୍ଡି ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ଶକ୍ତିକୁ ଆହୁରି ସୁଦୃଢ଼ କରିବା ସହ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ନୂତନ ଉତ୍ସାହ, ସମର୍ପଣ ଓ ଜନସେବାର ସଂକଳ୍ପକୁ ଆହୁରି ଦୃଢ଼ କରିଥିବା ମତ ପ୍ରକାଶ ପାଇଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ଧର୍ମଗଡ ସହରାଞ୍ଚଳ ରେ ମାରାଥନ ନିର୍ବାଚନ ପ୍ରଚାର 

masiha

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ହାତରେ ହାତ ଯୋଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ        

Sunil Chandra Nayak

ଆମ୍ ଆଦମୀ ପାର୍ଟି ଉତ୍ତର ଭୁବନେଶ୍ୱରର ବିଧାନସଭା ସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!