ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଶୋଇ ଥାନା ! ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ଅସୁରକ୍ଷିତ; ଅଙ୍ଗନବାଡି କେନ୍ଦ୍ରର ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗ; ଆସାମି ଗିରଫ

ବିଶୋଇ ଥାନା !

ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ଅସୁରକ୍ଷିତ; ଅଙ୍ଗନବାଡି କେନ୍ଦ୍ରର ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗ; ଆସାମି ଗିରଫ

 ରାଇରଙ୍ଗପୁର – ୨୩/୦୭–  ଆଇନ ଯେତେ କଠୋର ହେଲେ ମଧ୍ୟ ଯୌନପିପାଷୁ ,ବିକୃତମାନସିକତା ଦିନକୁ ଦିନ ବୃଦ୍ଧି ପାଉଛି ।ସମୟ ଥିଲା ଜମିବାଡ଼ି ଫୌଜଦାରୀ ମାମଲା ବୃଦ୍ଧି ପାଉଥିଲା ।କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ଯୌନକେଳେଙ୍କାରୀ,ପରକ୍ରୀୟାପ୍ରିତି ,ଶିଶୁ ନିର୍ଯାତନା ଓ ବଳାତ୍କାର ମାମଲା ବୃଦ୍ଧି ପାଉଛି ।ଶିଶୁମାନେ ବିଶେଷତଃ ନିଜର ସମ୍ପର୍କୀୟ,ଜ୍ଞାତି ପରିଜନ ଏବଂ ପଡୋଶୀ ମାନଙ୍କ ଦ୍ଵାରା ଅଧିକ ସଂଖ୍ଯାରେ ଯୌନ ଶିକାର ହେଉଛନ୍ତି ।ସୂଚନାଯୋଗ୍ୟ ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବଡଯୋରା ଗ୍ରାମ ଅଙ୍ଗନବାଡ଼ି ର ଜଣେ ଶିଶୁକନ୍ୟା ଯୌନ ନିର୍ଯାତନାରେ ଶିକାର ହୋଇଥିବା ଅଭିଯୋଗ ହୋଇଛି ।ଗତ ୨୦ ତାରିଖ ଦିନ ଜନୈକ ଶିଶୁକନ୍ଯା ଗ୍ରାମ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲେ ।ସେହି ଗ୍ରାମର ଜଣେ ଯୌନ ମାନସିକ ବିକୃତି ଯୁବକ ତଥା ହିଷ୍ଟ୍ରିୟା ପେସେଣ୍ଟ ବିଦ୍ୟାଳୟରେ କେହି ନଥିବା ସମୟରେ ଜନୈକ ଶିଶୁକନ୍ୟାକୁ ଚକୋଲେଟ ପ୍ରଲୋଭନ ଦେଖାଇ ତାଙ୍କ ଘରକୁ ଡ଼ାକି ନେଇ ଦୁଷ୍କର୍ମ କରିଥିଲା ।ପିଡିତା ଶିଶୁକନ୍ୟା ଟି ଘରକୁ ଯାଇ କାନ୍ଦି କାନ୍ଦି ଘଟଣାର‌ ସଵିଶେଷ କହିଥିଲା ।ଘଟଣାକୁ ନେଇ ଗ୍ରାମବାସୀ ମଧ୍ୟରେ ଆଲୋଚନା ହୋଇଥିଲା ।ପରେ ୨୨ ତାରିଖ ଦିନ ପିଡିତାର ମାଆ ଘଟଣାକୁ ନେଇ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ଏକ ମାମଲା କେଶ ନମ୍ବର‌୧୬୪/୨୬ ରୁଜୁ କରି ଯୁବକକୁ ଗିରଫ କରିବା ସହ ଆଜି ବାରିପଦାରଷ ପସ୍କୋ କୋର୍ଟରେ ଆସାମିକୁ ହାଜର କରାଇବା ନେଇ ଆଇଆଇସି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ଘଟଣାରେ ସିଡିପିଓଙ୍କୁ ଏହି ବିଷୟରେ ଯୋଗାଯୋଗ କରିବାକୁ ଚାହୁଁଥିବା ବେଳେ ସେ ଧରାଛୁଆଁ ଦେଉ ନାହାନ୍ତି । ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ।ଘଟଣା ଲୋକଲୋଚନକୁ ଆସିବାପରେ ଅଙ୍ଗନବାଡ଼ି କେନ୍ଦ୍ର ଅଭିଭାବକ ମହଲରେ ଭୟର ବାତାଵରଣ ସୃଷ୍ଟି ହୋଇଛି ।କାହା ଭରୋଷାରେ ଆମେ ଆମର ଅମୁଲ୍ୟ ସୁକନ୍ୟା ମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଛାଡ଼ିବୁ ! ଅଧିକାଂଶ ଗରିବ ଗୁରୁବା ଖଟିଖିଆ,ଶ୍ରମିକ,ମୁଲିଆ କାମ ପାଇଁ ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଛାଡି ଖଟିବା ପାଇଁ ଯାଆନ୍ତି । ତେଣୁ ଯଦି କେନ୍ଦ୍ରରେ ଏଭଳି ଘଟଣା ଘଟିବ ତାହାହେଲେ ଆମ୍ଭେ ଆମର ଛୁଆକୁ ଆଉ ସ୍କୁଲକୁ ଛାଡ଼ିବୁ ନାହିଁ ।ଚର୍ଚା ହେଉଛି ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି ଦିଦି ଏବଂ ପାଚିକାଙ୍କ ଅନୁପସ୍ଥିତିରେ ଛୁଆକୁ ଡ଼ାକିନେଇ ପାଶଵିକ ଅତ୍ୟାଚାରରେ ଛୁଆ ଯଦି ଶିକାର ହୁଏ ତାହାହେଲେ କାହା ଭରୋଷାରେ ଅଭିଭାବକମାନେ ପିଲାମାନଙ୍କୁ ଛାଡ଼ିବେ । ଏଥିପାଇଁ ସତରେ କ’ଣ ଶିଶୁମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ଅସୁରକ୍ଷିତ !ବୁଦ୍ଧିଜିଵୀ ମହଲରେ ଦାବି ଅଙ୍ଗନବାଡ଼ି ଦିଦି ଏବଂ ପାଚିକା ସେହି ସମୟରେ କୁଆଡେ ଯାଇଥିଲେ ସେମାନଙ୍କୁ ତଦନ୍ତ ଭୁକ୍ତ କରାଯାଉ !

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ

Related posts

କ୍ରସର ମାଲିକ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲା। ଧର୍ମଗଡ଼ ଉପଜିଲ୍ଲାପାଳ ନିଲମ୍ବିତ….

masiha

ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ସମ୍ମୁଖସ୍ଥ ଠିପି ଖୋଲା ବିଦେଶୀ ମଦ ଦୋକାନ ଚୋରୀ ଉଦ୍ୟମ

masiha

କଳାହାଣ୍ଡି:ଜାତୀୟ ରାଜପଥ କଡରୁ ମିଳିଲା ପୋଲିସ ଏଏସଆଇ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ହତ୍ୟା କି ଦୁର୍ଘଟଣା ତଦନ୍ତ ଜାରି….

masiha

Leave a Comment

error: Content is protected !!