ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପମୁଖ୍ୟମନ୍ତ୍ରୀ ଙ୍କ ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରମାନଙ୍କ ସହ ଏକ ବିସ୍ତୃତ ସମୀକ୍ଷା ଓ ଆଲୋଚନା ସଭା

ଉପମୁଖ୍ୟମନ୍ତ୍ରୀ ଙ୍କ ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରମାନଙ୍କ ସହ ଏକ ବିସ୍ତୃତ ସମୀକ୍ଷା ଓ ଆଲୋଚନା ସଭା

ଭବାନୀପାଟଣା, ୨୩ ଜୁଲାଇ: ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଦାୟିତ୍ୱରେ ଥିବା ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଆଜି ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରମାନଙ୍କ ସହ ଏକ ବିସ୍ତୃତ ସମୀକ୍ଷା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଷୀ, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଅନନ୍ତ ନାରାୟଣ ସିଂହ ଲାଗୁରୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତନ୍ମୟ କୁମାର ଦରୱାନ, ସିଡିଓ-କମ୍-ଇଓ ଜିଲ୍ଲା ପରିଷଦ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀମତୀ ପ୍ରେକ୍ଷା ଅଗ୍ରୱାଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ମୁଜିବୁନ୍ ନିଶାଙ୍କ ସମେତ ବିଭିନ୍ନ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। ଜିଲ୍ଲାର ବହୁ ସଂଖ୍ୟକ ଅଙ୍ଗନୱାଡ଼ି କର୍ମୀ, ହେଲ୍ପର ଓ ସୁପରଭାଇଜରମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।ଆଲୋଚନା ସମୟରେ ଅଙ୍ଗନୱାଡ଼ି କର୍ମୀମାନେ ନିଜ କାର୍ଯ୍ୟ ସମ୍ପାଦନ ବେଳେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଦାବି ଉପସ୍ଥାପନ କରିଥିଲେ। ବର୍ଦ୍ଧିତ ଦରଦାମ ଯୋଗୁଁ ଅଣ୍ଡା ଯୋଗାଣରେ ସୃଷ୍ଟି ହେଉଥିବା ଅସୁବିଧା, ସମ୍ମାନରାଶି ବୃଦ୍ଧି, ₹୧୦,୦୦୦ ପ୍ରୋତ୍ସାହନ ରାଶିକୁ ଦୁଇଟି କିସ୍ତି (₹୫,୫୦୦ ଓ ₹୪,୫୦୦) ପରିବର୍ତ୍ତେ ଏକକାଳୀନ ପ୍ରଦାନ, ଆକସ୍ମିକ ବ୍ୟୟ (Contingency) ସମ୍ବନ୍ଧୀୟ ସମସ୍ୟା, ମୋବାଇଲ୍ ଫୋନ୍ ସୁବିଧା ଏବଂ ସୁଭଦ୍ରା ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଭଳି ବିଭିନ୍ନ ପ୍ରସଙ୍ଗ ସେମାନେ ସ୍ପଷ୍ଟ ଭାବେ ଉପସ୍ଥାପନ କରିଥିଲେ।ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଧୈର୍ଯ୍ୟର ସହ ସମସ୍ତଙ୍କ ମତାମତ ଓ ସମସ୍ୟା ଶୁଣିବା ସହ ସେଗୁଡ଼ିକର ଶୀଘ୍ର ଓ ଯଥାଯଥ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ୱାସନ ଦେଇଥିଲେ। ସେ ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରସଙ୍ଗକୁ ପ୍ରାଥମିକତାର ସହ ବିଚାର କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସମୟୋପଯୋଗୀ ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

କନିଷ୍ଠ ଶିକ୍ଷକ ସଂଘ  ଜିଲ୍ଲା ର ନେତୃତ୍ଵ ଚୟନ

masiha

ଇ-ଗଭରନାସ, ଡିଜିଟାଲ ଲିଟେରେସି ଓ ଅନଲାଇନ ଅଡିଟ ଉପରେ ତାଲିମ 

masiha

ଡ଼ାଇଭାରସନ ନିର୍ମାଣରେ ତ୍ରୁଟି, ଗମନାଗମନ ବ୍ୟାହତ

Sunil Chandra Nayak

Leave a Comment

error: Content is protected !!