ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଏସଏସ ପକ୍ଷରୁ ଆସିକାରେ ଶତାବ୍ଦୀ ବର୍ଷ ପୂରଣ କାର୍ଯ୍ୟକ୍ରମ

ଆରଏସଏସ ପକ୍ଷରୁ ଆସିକାରେ ଶତାବ୍ଦୀ ବର୍ଷ ପୂରଣ କାର୍ଯ୍ୟକ୍ରମ

ଆସିକା,୪/୧୦/୨୫ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ଆସିକା ନଗର ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶତାବ୍ଦୀ ବର୍ଷ ପୂରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ଆସିକା ନଗର କାର୍ଯ୍ୟବାହ ପି.ଶ୍ରୀନୁ ପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଓ ମୁଖ୍ୟବକ୍ତା ରୂପେ ଆରଏସଏସର ପୂର୍ବ ପ୍ରାନ୍ତର ଗ୍ରାମବିକାଶ ସଂଯୋଜକ ଅବିନାଶ ଆଚାର୍ଯ୍ୟ ଯୋଗଦେଇ ସମାଜ ଓ ରାଷ୍ଟ୍ର ନିର୍ମାଣରେ ସଂଘର ଶତାବ୍ଦୀ ଯାତ୍ରା ଓ ଗୌରବ ଇତିହାସ ଉପରେ ଆଲୋକପାତ କରିବା ସାଙ୍ଗକୁ ଆରଏସଏସର ଇତିହାସ, ରାଷ୍ଟ୍ରଧର୍ମର ସୁରକ୍ଷା, ସାମାଜିକ କାର୍ଯ୍ୟ, ପରିବର୍ତ୍ତନ ଯଥା – ସାମାଜିକ ସମରସତ୍ତା, କୁଟୂମ୍ବ ପ୍ରବୋଧନ, ପର୍ଯ୍ୟାବରଣ ଓ ସଂରକ୍ଷଣ, ସ୍ୱବୋଧ ଓ ନାଗରିକ କର୍ଭବ୍ୟ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିବା ସହ ସଂଘର ପ୍ରତିଷ୍ଠାତା ଡାକ୍ତର କେଶବ ବଳରାମ ହେଡଗୱାରଙ୍କ ଜୀବନାଦର୍ଶ ଉପରେ ମତବ୍ୟକ୍ତ କରି ୧୯୨୫ ମସିହା ପବିତ୍ର ବିଜୟାଦଶମୀ ଠାରୁ ଆରମ୍ଭ ହୋଇଥିବା ଏହି ଆରଏସଏସ ସଂଘ ଏକ ବର୍ଷ ପୁର୍ତ୍ତ ହେବା ଏକ ଯୁଗାନ୍ତକାରୀ ଘଟଣା ବୋଲି ସୂଚନା ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ଆସିକା ନଗର ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଶତାବ୍ଦୀ ବର୍ଷ ପୂରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଦସ୍ୟ ପି.ନାଗେଶ୍ୱର ପାତ୍ର, ବିଶ୍ଵନାଥ ସେଠୀ, ରବିନ୍ଦ୍ର ଆଚାରୀ, ବସନ୍ତ ବିଶ୍ୱାଳ, ଦିଲୀପ କୁମାର ସ୍ୱାଇଁ, ସୁନିଲ କୁମାର ଗୌଡ, ମାର୍କଣ୍ଡ ନାହାକ, ବାବୁଲା ପାତ୍ର, ପି.ଶ୍ରୀନୁ ପାତ୍ର, ଶିବପ୍ରସାଦ ଘଡେଇ, ମହେଶ୍ୱର ନାହାକ, ନାରାୟଣ ଗୌଡ, ତିରୁପତି ପାତ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲା l ଏହି ଅବସରରେ ସ୍ଵଂୟ ସେବକମାନଙ୍କ ଦ୍ୱାରା ସୂର୍ଯ୍ୟ ନମସ୍କାର, ଯୋଗାସନ, ବ୍ୟାୟାମ,ଦଣ୍ଡ ପ୍ରୟୋଗ, ଶାରୀରିକ ପ୍ରଦର୍ଶ ନର କୌଶଳ ପ୍ରଦର୍ଶନ କରିଥିବା ଲକ୍ଷ୍ୟ କରାଯାଇଥିଲା 

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ବ୍ରହ୍ମପୁର ଠାରୁ ଭବାନୀ ପାଟଣା ସରକାରୀ ବସ ଚଳାଚଳ ପାଇଁ ଦାବୀ 

ପଞ୍ଚାୟତ ସ୍ତରିୟ ପରବ ମହତ୍ସବ 

masiha

କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ପାଇଁ ସରକାର ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରନ୍ତୁ : ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନର ଦାବି  

Sunil Chandra Nayak

Leave a Comment

error: Content is protected !!