ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତକୁ ନେଇ ବିଜେପିର ପ୍ରସ୍ତୁତି ବୈଠକ
ଭବାନୀପାଟଣା: ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତକୁ ନେଇ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ଵ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଅଛି, ଆସନ୍ତା ୨୬ ତାରିଖରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଏବଂ ୨୭ ତାରିଖରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ଜିଲ୍ଲା ପ୍ରଭାରୀ ଶିବାଜି ମହାନ୍ତି , ଧର୍ମଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସୁଧିର ରଞ୍ଜନ ପଟ୍ଟଯୋଶୀ ଜିଲ୍ଲା ପଦାଧିକାରି ଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି।
କଳାହାଣ୍ଡିର ଗଣପର୍ବ ନୂଆଁଖାଇ ଭାଇଚାରା, ସାମାଜିକ ସମନ୍ୱୟ ଓ ପାରମ୍ପରିକ ଐତିହ୍ୟକୁ ଆଧାର କରି ଏହି ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ଓ ରାଜ୍ୟ ସଭାପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ସମସ୍ତେ ନିଜ ନିଜ ମତ ପ୍ରକାଶ କରି ଥିଲେ ଓ କାର୍ଯ୍ୟକ୍ରମରେ ତୃଣମୂଳ ସ୍ତରରୁ ପ୍ରତ୍ୟକ୍ ଵୁଥ ରୁ ବିଜେପିର କାର୍ଯ୍ୟକର୍ତ୍ତା ଙ୍କୁ ସାମିଲ କରାଯିବା ସହ କଳାହାଣ୍ଡିର ଚାଷୀ, ମହିଳା ,କଳାକାର, ବରିଷ୍ଠ ନାଗରିକ, ଯୁବ ବର୍ଗ ଙ୍କ ସମେତ ବିଭିନ୍ନ ବର୍ଗର ଲୋକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବେ ଓ କଳାହାଣ୍ଡି ରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ଙ୍କୁ ସମ୍ମାନିତ କରାଯିବ ବୋଲି ସ୍ଥିର ହୋଇଛି ଉକ୍ତ ବୈଠକ ରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ,ଜିଲ୍ଲା ଉପ ସଭାପତି ମୁକେଶ ଅଗ୍ରୱାଲ,ନିରୁପମା ସାମଲ , ସଂତୋଷୀ ଦାସ , ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ରଞ୍ଜନ ବେହେରା ,ହିମାଂଶୁ ପଣ୍ଡା ,ଲୋକ ନାଥ ଦୁର୍ଗ ଜିଲ୍ଲା ମିଡିଆ ସଂଯୋଜକ ନରହରୀ ପଟ୍ଟନାୟକ ଙ୍କ ସମତେ ସମସ୍ତ ପଦାଧିକାରୀ ଉପସ୍ଥିତ ରହିଥିଲେ।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

