ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡା ବ୍ଲକର ପ୍ରଥମ ମହିଳା ପିଏଚଡି ଡିଗ୍ରୀଧାରୀ ହେଲେ ସୀମନ୍ତିନୀ ସେଠ

କର୍ଲାମୁଣ୍ଡା ବ୍ଲକର ପ୍ରଥମ ମହିଳା ପିଏଚଡି ଡିଗ୍ରୀଧାରୀ ହେଲେ ସୀମନ୍ତିନୀ ସେଠ

କର୍ଲାମୁଣ୍ଡା, ୧୯/୦୯ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ରିଷିଡା ନିବାସୀ ବିଶିଷ୍ଟ କଳାକାର ଲକ୍ଷ୍ମୀପ୍ରସାଦ ସେଠ ଓ କିଶୋରୀ ସେଠ ଙ୍କ କନିଷ୍ଠ ଝୀଅ ସୀମନ୍ତିନୀ ସେଠ ସଂସ୍କୃତରେ ଗବେଷଣା କରି ପିଏଚଡି ଡିଗ୍ରୀ ପ୍ରାପ୍ତ ହୋଇଥିବାରୁ ଅଞ୍ଚଳରେ ଖୁସିର ମାହୋଲ ଦେଖାଯାଇଛି । ସୀମନ୍ତିନୀ ଗୁଜୁରାଟ ବିଶ୍ୱବିଦ୍ୟାଳୟ ଅହମ୍ମଦାବାଦ ଠାରେ ସଂସ୍କୃତରେ ପିଏଚଡି କରୁଥିଲେ । ସେ କାଳିଦାସ ଙ୍କ ରଘୁବଂଶ ଉପରେ ଦିନକର ମିଶ୍ରଙ୍କ ରଚିତ ସୁବୋଧିନୀ ଟୀକାର ପୁରାତନ ତଥା ଅପ୍ରକାଶିତ ପାଣ୍ଡଲିପିକୁ ଆଧାର କରି ଷଷ୍ଟ ରୁ ନବମ ସର୍ଗ ପର୍ଯ୍ୟନ୍ତ ପାଠର ସଂପାଦନ ଓ ସମୀକ୍ଷାତ୍ମକ ଅଧ୍ୟୟନ କରିଥିଲେ । ତାଙ୍କ ଥେସିସର ଶିର୍ଷକ ଥିଲା ଆନ ଏଡିସନ ଆଣ୍ଡ କ୍ରିଟିକାଲ ଷ୍ଟଡି ଅଫ ଦି ସୁବୋଧିନି କମେଣ୍ଟାରୀ ଅନ ଦି ରଘୁବଂଶ (ସିକ୍ସଥ ଟୁ ନାଇନ୍ଥ କାଣ୍ଟୋସ) ବାଏ ଦିନକର ମିଶ୍ର । ତାଙ୍କ ଗବେଷଣା କାର୍ଯ୍ୟ ଡ ମଞ୍ଜୁଲା ଜେ ବିରାତିୟା ଙ୍କ ମାର୍ଗଦର୍ଶନରେ ସଂପନ୍ନ ହୋଇଛି । ବିଭାଗ ମୁଖ୍ୟ ପ୍ରଫେସର ହେତଲ ପାଣ୍ଡ୍ୟା, ବାହ୍ୟ ପରୀକ୍ଷକ ଡ ଶ୍ୱେତା କେଜୁରେକର, ପ୍ରଫେସର ମୟୁରୀ ଭାଟିଆ ପ୍ରମୁଖ ପ୍ରମାଣପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ସିମନ୍ତିନୀ କର୍ଲାମୁଣ୍ଡା ବ୍ଲକର ପ୍ରଥମ ମହିଳା ପିଏଚଡି ଧାରୀ ହୋଇଥିବା ଜଣାଯାଇଛି । ସେ ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତଃ ଦୁର୍ବାଦଳ ସେଠ ଓ ମଦନାବତୀ ସେଠ ଙ୍କ ନାତୁଣି ହୋଇ ଥିବାବେଳେ ତାଙ୍କର ସଫଳତା ପାଇଁ ପରିବାରର କାକା, କାକି, ଭାଇ, ଭାଉଜ, ବଡବାପା, ବଡମା, ମାମୁଁ ମାଇଁ, ଦିଦି ଜିଜୁ, ପିଉସା ପିଉସୀ ମାନେ ଅଭିନନ୍ଦନ ଜଣାଇଛନ୍ତି ।

Related posts

ନୂଆପଡ଼ା ଜିଲ୍ଲା ସୀମାନ୍ତ ଖରୀଆର ରୋଡ ଠାରେ ଟ୍ରାଫିକ ପୋଷ୍ଟ ସେବା ଆରମ୍ଭ

Sunil Chandra Nayak

ଗୋ-ସମାବେଶ, ଓମଫେଡକୁ ବିପଣନ ସହାୟତା ଏବଂ ଗିଫ୍ଟମିଲ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ  ଆଭାସୀ ମାଧ୍ୟମ ରେ ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ଶୁଭାରମ୍ଭ 

masiha

ନନ୍ଦପୁରାରେ ବିକାଶ ବାହନ ଯାତ୍ରା

masiha

Leave a Comment

error: Content is protected !!