ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ମନୀତ ଶିଶୁ ବିକାଶ ସେବା ପ୍ରକଳ୍ପ ତରଫରୁ ବ୍ଳକ ସ୍ତରୀୟ ପୋଷଣ ମାସ ପାଳିତ

ସମ୍ମନୀତ ଶିଶୁ ବିକାଶ ସେବା ପ୍ରକଳ୍ପ ତରଫରୁ ବ୍ଳକ ସ୍ତରୀୟ ପୋଷଣ ମାସ ପାଳିତ

ଥୁଆମୂଳ ରାମପୁର:୨୯/୦୯ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ସମ୍ମନୀତ ଶିଶୁ ବିକାଶ ପ୍ରକଳ୍ପ ସେବା ତରଫରୁ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ସବିତା ସମାଦରା ଙ୍କ ତର୍ତ୍ତ୍ବାବଧାନରେ ବ୍ଳକ ସ୍ତରୀୟ ପୋଷଣ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ଓ ତାର ବିଶେଷତ୍ବ ବିଷୟରେ କିଶୋରୀ ବାଳିକା, ଗର୍ଭବତୀ, ପ୍ରସୂତୀଙ୍କୁ ଶିଶୁ ବିକାଶ ପ୍ରକଳ୍ପ ସେବା ଅଧିକାରିଣୀ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। ସାଧାରଣ ଭାବେ ଶିଶୁଙ୍କ କ୍ଷେତ୍ରରେ ପୋଷଣ ଅଭାବ ଦେଖାଯାଉଥିବା ବେଳେ ମୁଖ୍ୟତଃ ସଚେତନତା ଅଭାବ କାରଣରୁ ଏଭଳି ସ୍ଥିତି ଉପୁଜିଥାଏ। ଶିଶୁଙ୍କ ଯତ୍ନ ଆଉ ତାର ଖାଦ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକତା ରହିଛି। ଆମ ଆଖି ସାମ୍ମାରେ ସବୁ କିଛି ପୋଷଣର ଦୂରୀକରଣ ପନିପରିବା ରହିଥିବା ବେଳେ ତାକୁ ଚିହ୍ନିବା ଓ ବ୍ଯବହାର କରିବା ତେବେ ଯାଇ ପୋଷଣ ଶିକାରୁ ମୁକ୍ତି ହୋଇପାରିବ ବୋଲି ଶ୍ରୀମତୀ ସମାଦରା କହିଥିଲେ। ବିଶେଷ କରି ମଣିଷ ଭିତରେ ତିନିପ୍ରକାର ଜାତୀୟ ଖାଦ୍ୟ ଆବଶ୍ୟକ ରହିଥିବା ଓ ଏହା ଭିଟାମିନ ଦେହରେ ଯୋଗାଇ ଥିବା ସମସ୍ତେ ଜାଣିବା ନିହାତି ଜରୁରୀ ଅଟେ। ଏଥି ପ୍ରତି ଜ୍ଞାତ ହେଲେ ପୋଷଣ ଭଳି ସମସ୍ୟାରୁ ନିରାକରଣ ହୋଇପାରିବା ବୋଲି ବୁଝାଇଥିଲେ। କାର୍ଯ୍ଯକ୍ରମ ରେ ମହିଳା ପରିଦର୍ଶିକା ଥୁଆମୂଳ ରାମପୁର ସେକ୍ଟର ଶ୍ରୀମତୀ ସରୋଜା ସେଠୀ, ମହୁଲପାଟଣା ସେକ୍ଟର ସଶ୍ମିତା କାନୁନଗୋ, ଅଡ୍ରି ସେକ୍ଟର ସଭ୍ଯାରାଣୀ ମାଝୀ, ବଡଛତରଙ୍ଗ ସେକ୍ଟର ସୁନୀତା ମାଝୀ, କାଣିଗୁମା ସେକ୍ଟର ଜାନକୀ ମାଝୀ, ପେରମଞ୍ଜି ସେକ୍ଟର ସୌଦାମିନୀ ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର (୧) ର ଅଙ୍ଗନବାଡି କର୍ମୀ ଶ୍ରୀମତୀ ରାଜକୁମାରୀ ଛତ୍ରୀଆ, ସ୍ଥାନୀ ୨ ନମ୍ଵର କେନ୍ଦ୍ର ର ଅଙ୍ଗନବାଡି କର୍ମୀ ବିନୋଦିନୀ ମଙ୍ଗରାଜ, ଖମାରପଦର ଗ୍ରାମର ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଇତିଶ୍ରୀ ବେହେରା, ପାଡେଲଗଡା ଗ୍ରାମ ଅଙ୍ଗନବାଡି କର୍ମୀ ସ୍ମୁତିରେଖା ମାଝୀ, ଡାକକୋଟା ଗ୍ରାମ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ସବିତାଞ୍ଜଳୀ ନାଏକ ସମେତ୍ SHG ମହିଳ, ଗର୍ଭବତୀ ଓ ପ୍ରସୂତୀ ମାଁ ମାନେ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

Sunil Chandra Nayak

ନୂଆପଡ଼ା ଅବକାରୀ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ l ଚୋରା ନିଶା କାରବାରିଙ୍କୁ ଅଦାଲତରେ ପେଶ୍ କରିବା ଶତକଡା ହାରରେ ଜିଲ୍ଲା ରାଜ୍ୟରେ ପ୍ରଥମ 

Sunil Chandra Nayak

ମହାତ୍ମାଗାନ୍ଧୀ ଓ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ

masiha

Leave a Comment

error: Content is protected !!