ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିରିଂ ଥାନା ! ପୂର୍ବ ଶତ୍ରୁତାକୁ ନେଇ ମାରପିଟ ,ମୁଣ୍ଡ ଫଟାପଟି; ୩ ଜଣଙ୍କୁ ବାନ୍ଧିଲା ପୋଲିସ

ତିରିଂ ଥାନା ! ପୂର୍ବ ଶତ୍ରୁତାକୁ ନେଇ ମାରପିଟ ,ମୁଣ୍ଡ ଫଟାପଟି; ୩ ଜଣଙ୍କୁ ବାନ୍ଧିଲା ପୋଲିସ

ରାଇରଙ୍ଗପୁର ୩/୧୧ :- ପୂର୍ବ ଶତ୍ରୁତାକୁ ନେଇ ମାରପିଟ୍ ,ଗଣ୍ଡଗୋଳ,ମୁଣ୍ଡ ଫଟାଫଟି । ତିରିଂ ଥାନାରେ ପିଡିତଙ୍କ ଏତଲା ଥାନାରେ ଗ୍ରହଣ ନେଇ ଟାଳଟୁଳ ବିଳମ୍ବ ନେଇ ପିଡିତଙ୍କୁ ସପକ୍ଷବାଦୀ ଥାନା ସମ୍ମୁଖରେ ଧାରଣାରେ ବସି ରହିଲେ ।ସୂଚନାଯୋଗ୍ୟ ତିରିଂ ଥାନା ଅଞ୍ଚଳର ଲୁପୁଙ୍ଗ ପଞ୍ଚାୟତର ପାନ୍ଧଡା ଗ୍ରାମର ପଥର ଖାଦାନ ପାଖରେ ସୁରେଶ ଓରାମ, ହାବୁଲୁ ଓରାମ, ବାବୁଲୁ ଓରାମ ଥିଲେ । ସେହି ରାସ୍ତା ଦେଇ ସେହି ଗ୍ରାମର ଅର୍ଜୁନ ସୋରେନ ଯାଉଥିବା ସମୟରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ତଥା ମାରପିଟ ହୋଇଥିଲା। ଏହି ମାଡଗୋଳରେ ଅର୍ଜୁନ ସୋରେନଙ୍କ ମୁଣ୍ଡରେ ଆଘାତ ହୋଇଥିଲା ଏହାକୁ ନେଇ ସେ ତିରିଙ୍ଗ ଥାନାରେ ଏଫଆଇଆର ଦେଇଥିଲେ। ଏଫଆଇଆର ଅନୁସାରେ ତିନି ଅଭିଯୁକ୍ତ ଗିରଫ ନ ହେଵା ଫଳରେ ସେହି ଗ୍ରାମର ପୁରୁଷ ଓ ସ୍ତ୍ରୀ ଲୋକମାନେ ଥାନା ଆଗରେ ରୁଣ୍ଡ ହୋଇ ଅଭିଯୁକ୍ତ ତିନି ଜଣଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

ଶେଷରେ ଏସଡିପିଓ ବୀରେନ୍ଦ୍ର ସେନାପତି ହସ୍ତକ୍ଷେପ କରି ଗ୍ରାମ ଲୋକଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରାଯିବାର ପ୍ରତିଶୃତି ଦେଇ ତିନି ଅଭିଯୁକ୍ତ ସୁରେଶ ଓରାମ, ବାବଲୁ ଓରାମ, ହାବଲୁ ଓରାମଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଅବକାରୀ ଧର ପଗଡ ରେ ଦୁଇ ଜଣ ଆସାମୀ କୋର୍ଟ ରେ କରାଗଲା ହାଜର 

masiha

ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ତଥା ଯୋଗିମୁଣ୍ଡା ମଣ୍ଡଳ ବିଜେପି ସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

masiha

ବାଇକ ଧକ୍କାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ ଘଟଣା ; କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ 

masiha

Leave a Comment

error: Content is protected !!