ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାମ୍ପ୍ରତିକ ରାଜନୀତି ରେ “ଚାଟୁକାରିତା “ଏକ ବଡ଼ ଚାରିତ୍ରିକ ଆଵଶ୍ୟକତା ନା ବାଧ୍ୟ ବାଧକତା ? ନବୀନ ନନ୍ଦ, ପୁର୍ବତନ ବିଧାୟକ ଙ୍କ ସ୍ମୃତି ଓ ଅନୁଭୂତି

ସାମ୍ପ୍ରତିକ ରାଜନୀତି ରେ “ଚାଟୁକାରିତା “ଏକ ବଡ଼ ଚାରିତ୍ରିକ ଆଵଶ୍ୟକତା ନା ବାଧ୍ୟ ବାଧକତା ?

  ନବୀନ ନନ୍ଦ, ପୁର୍ବତନ ବିଧାୟକ (ସ୍ମୃତି ଓ ଅନୁଭୂତି)

‌ରାଜ୍ୟ ରାଜନୀତି ରେ ଯେଉଁମାନେ ଦିବଗନ୍ତ ଜନ ନେତା “ବିଜୁ ବାବୁ”ଙ୍କ ସଂଗେ ରାଜନୀତି କରିଛନ୍ତି ସେମାନ ଙ୍କ ଅଭିଧାନ ରେ ଏହି “ଚାଟୁକାରିତା” ଶବ୍ଦ ନଥାଏ । ବୋଧହୁଏ ସେଇମାନଙ୍କ ଭିତରୁ ମୁଁ ଗୋଟିଏ ପ୍ରାଣୀ । ଚାଟୁକରିତା କୁ ବିଜୁ ବାବୁ ପସନ୍ଦ କରନ୍ତି ନାହିଁ ଓ ଯିଏ କରେ ତାକୁ କଡା ଭାଷାରେ ଗାଳି କରନ୍ତି ।ଏବେ କିନ୍ତୁ “ବିଜୁ ଜନତା ଦଳ”ରେ ଯୋଗ୍ୟତା ଓ ଆନୁଗତ୍ୟତା ମାପକାଠି ନୁହେଁ । ଚାଟୁ କାରିତା ହେଉ କି ଆନୁଗତ୍ୟତା ହେଉ ଆଜି ସେଇଥିପାଇଁ ବିଜୁଜନତା ଦଳ ରେ ବିଜୁ ପଟ୍ଟନାୟକ ଙ୍କ ଅନୁଗାମୀ ଆଉ କେହି ନାହାନ୍ତି କହିଲେ ଚଳେ ।ସେ ବିଜୟ ମହାପତ୍ର ହୁଅନ୍ତୁ କି ଦିଲିପ ରାୟ ହୁଅନ୍ତୁ କି ରାମକୃଷ ପଟ୍ଟନାୟକ ହୁଅନ୍ତୁ। ଏଇ ମାପ କାଠି ପ୍ୟାରୀ ବାବୁ ଙ୍କ ସମୟ ପର୍ଯ୍ୟନ୍ତ ଉଣା ଅଧିକେ ଚାଲି ଥିଲା । ନହଲେ ମୁଁ “ଘଣ୍ଟା”ଚିହ୍ନରେ ୨୦୦୯ ମସିହାରେ ବିଜୁ ଜନତା ଦଳ ବୁଝାମଣା ରେ ବିଧାୟକ ହୋଇ ପାରି ନଥାନ୍ତି ।ମୁଁ ଭଗବାନ ଙ୍କୁ ଧନ୍ୟବାଦ ଦିଏ ଯେ ମୋ ପରି ଏକ ନିମ୍ନ ମଧ୍ୟବିତ୍ତ ପରିବାର ରୁ ଆସିଥିବା ଲୋକ ଟି ଯାହାର କୌଣସି ରାଜନୈତିକ ପରିଚୟ ନଥିଲା ସେ କେବେ ବିଧାୟକ ହେବା ତ ଦୂରର କଥା ସ୍ୱପ୍ନ ମଧ୍ୟ ଦେଖି ପାରି ନଥାନ୍ତା । 

‌ବିଜୁ ଜନତା ଦଳ ରେ ୨୦୧୨ ପର୍ଯ୍ୟନ୍ତ ଯୋଗ୍ୟତା କିମ୍ବା ଦଳ ପ୍ରତି ଅନୁଗତ୍ୟତା ଏକ ମାପ କାଠି ଥିଲା । ତା ଭିତରେ ମଧ୍ୟ ପ୍ୟାରିବାବୁ ଓଡିଶା ରାଜନୀତି ରେ କିଛି ଅନାମ ଧେୟ ଲୋକ ଙ୍କୁ ଆଣି ରାଜନୀତି ର ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଥିଲେ ସେହିମାନେ କିନ୍ତୁ ପ୍ୟାରୀ ବାବୁ ଙ୍କୁ ପଛରୁ ଛୁରୀ ମାରିବାକୁ ପଛାଇ ନଥିଲେ । ଏଠି କାହା ନାମ ନେବାର ଆବଶ୍ୟକ ନାହିଁ କିନ୍ତୁ ଆଜି ସେହିମାନେ ଓଡ଼ିଶା ରାଜନୀତି ର ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ! ପ୍ୟାରୀ ମହାପାତ୍ର ଙ୍କ ଅବର୍ତମାନ ରେ କଳ୍ପତରୁ ବାବୁ ଙ୍କ ର ଅଭ୍ୟୁଦୟ ହେଲା । ସେ ଆସିଲା ପରେ ବିଜୁ ବାବୁଙ୍କ ଅତ୍ୟନ୍ତ ଘନିଷ୍ଠ ଓ ତାଙ୍କର ପରମ ଶତ୍ରୁ ପ୍ରଫୁଲ ଘଡେଇ ମହୋଦୟ ଙ୍କୁ ଦଳ ର ବାହାର ରାସ୍ତା ଦେଖାଇ ଦିଆ ଗଲା । ଅବଶ୍ୟ ତାଙ୍କ ପୁଅ କୁ ଦଳୀୟ ବାଧ୍ୟ ବାଧକତା ରେ ଦଳ ରେ ଥଇଥାନ କରାଯାଇଥିଲା । ବିଜୁ ବାବୁ ଙ୍କ ସାଙ୍ଗରେ ମୋ ଭଳି ଯେଉଁ ମାନେ ଚାଟୁ କାରିତା କୁ ଠିକ ଢଙ୍ଗରେ କରି ପାରିଲେ ନାହିଁ ସେମାନଙ୍କୁ ମଧ୍ୟ ଦଳ ର ବାହାର ରାସ୍ତା ଦେଖେଇ ଦିଆ ଗଲା।ପ୍ୟାରୀ ବାବୁ କିନ୍ତୁ ଅଫିସର ରାଜ କୁ ପ୍ରସୟ ଦେଉନଥିଲେ ଓ ରାଜ୍ୟ ର ସମସ୍ତ ଅଫିସର ଙ୍କୁ ନିଜ ନିୟନ୍ତ୍ରଣ ରେ ରଖି ଶାସନ ଚଳାଉଥିଲେ। କିନ୍ତୁ କଳ୍ପତରୁ ବାବୁ ଙ୍କ ଆବିର୍ଭାବ ପରେ ୨୦୧୪ମସିହାରେ   “ବିଜୁ ଜନତା ଦଳ”ରାଜନୀତି ରେ ବ୍ୟବସାୟୀ କରଣ ଯୁଗ ର ଆରମ୍ଭ ହେଲା । ସେହି କ୍ରମ ରେ ମୋ ସହ ରାଜ୍ୟର ଅନେକ ବିଧାୟକ ଙ୍କ ଟିକେଟ କାଟି ଦିଆ ଯାଇଥିଲା । ମୁଁ ମଧ୍ୟ ସିଧା ସଳଖ ଭାବେ ମୁଖ୍ୟମନ୍ତ୍ରୀ ଙ୍କୁ ଏହି ଅଭିଯୋଗ କରିଥିଲି କିନ୍ତୁ ଫଳ କିଛି ହୋଇ ନଥିଲା କାରଣ ମୁଖ୍ୟମନ୍ତ୍ରୀ କେତେବେଳ ନା କେଉଁଠି କାହା ଉପରେ ନିର୍ଭର କରୁଥିଲେ ଓ ସେ କଳ୍ପତରୁ ବାବୁ ଙ୍କର ଉପରେ ନିର୍ଭରଶୀଳ ଥିଲେ।କଳ୍ପତରୁ ବାବୁ ସେହି ସୁଯୋଗ ର ଭରପୁର ଫାଇଦା ମଧ୍ୟ ଉଠାଇ ଥିଲେ । ସେତେବେଳେ ଯେଉଁ କେତେଜଣ କଳ୍ପତରୁ ବାବୁ ଙ୍କ ସାଙ୍ଗରେ ଥିଲେ ତାଙ୍କ ଆବର୍ତମାନ ରେ ଏବେ ସେମାନେ ରାଜ୍ୟ ଶାସନ କୁ ନିଜ ନିୟନ୍ତ୍ରଣ ରେ ରଖିଛନ୍ତି ।ଆଜି ଯେଉଁ ତୃତୀୟ ମହଲା ର ବାବୁ ଙ୍କ ନାଁ ଉଠୁଛି ତାଙ୍କର ଆବିର୍ଭାବ ପ୍ୟାରିବାବୁ ଙ୍କ ଅବର୍ତମାନ ରେ ଆବିର୍ଭାବ ହୋଇଥିଲା । ଏବେ ଚାଟୁ କାରିତା କରିବା ହେଉଛି “ବିଜୁ ଜନତା ଦଳ”ର ମୁଖ୍ୟ ଯୋଗ୍ୟତା।ନହଲେ ଧାମନଗର ରେ ରାଜୁ ଦାସ ଙ୍କ ଟିକେଟ କଟାଯାଇ ତାଙ୍କ ଜାଗାରେ ଆଉଜଣେ ଅନାମ ଧେୟ ମହିଳା ଙ୍କୁ ଟିକେଟ ଦିଆ ଯାଇ ନଥାନ୍ତା । ନିର୍ବାଚନ ରେ ବିଭିନ୍ନ କଳ କୌଶଳ କରି ଜିତିବା ବଡ଼କଥା ନୁହେଁ ।ଆଜି ର ରାଜନୀତି ରେ ମୁଲ୍ୟ ବୋଧ ଓ ନୈତିକତା ର କୌଣସି ଅର୍ଥ ନାହିଁ । କେବଳ ଯେଉଁମାନେ କୋଟେରୀ ଗୋଷ୍ଠି ଙ୍କ ଚାଟୁ କାରିତା କରି ପାରିବେ ସେହିମାନେ ଦଳରେ ଗୁରୁତ୍ୱ ପାଇବେ ଓ ପଦ ପଦବୀ ପାଇବେ ।

‌ ଆଜି ଯେଉଁ ଓଡିଶା ରାଜନୀତି ରେ ଯେଉଁ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ମୁଖ୍ୟତଃ ବିରୋଧି ଦଳ ମାନେ ସମ୍ପୂର୍ଣ୍ଣ ଦାୟୀ । ବିରୋଧୀ ଦଳ ଯଦି ରାଜ୍ୟରେ ବିକଳ୍ପ ନେତୃତ୍ୱ ତିଆରି କରି ପାରିଥାନ୍ତେ ତେବେ ଆଜି ଓଡ଼ିଶାରେ ଏକ ଦୃଢ଼ବିକଳ୍ପ ନେତୃତ୍ୱ ସୃଷ୍ଟି ହୋଇ ପାରିଥାନ୍ତା । ରାଜ୍ୟ ରେ ଥିବା ବିରୋଧୀଦଳ ର ନେତୃତ୍ୱ ମାନଙ୍କ ଭିତରେ ଯେପରି ଗୋଡ଼ ଟଣା ଟାଣି ଚାଲିଛି ତାହା ଲୋକମାନେ ଦେଖୁଛନ୍ତି ।ତାପରେ ବିରୋଧୀ ଦଳ କେଉଁଠି ନା କେଉଁଠି ସରକାରି ଦଳ ସାଙ୍ଗରେ କିଛି କ୍ଷେତ୍ର ରେ ବୁଝାମଣା କରିବା ଯୋଗୁଁ ଦଳ ତାର ବିଶ୍ୱାସନୀୟତ ହରାଇଛି।ତେଣୁ ସେସବୁ ଦୃଷ୍ଟିରୁ ଅନ୍ତତଃ ବିଜୁ ଜନତା ଦଳ ରେ ପରସ୍ପର ପ୍ରତି ବିରୋଧଭlସ ସାଧାରଣ ରେ ପରିପ୍ରକାଶ ହେଉନଥିବା ଦୃଷ୍ଟିରୁ ଜନ ମତ ବିଜୁ ଜନତା ଦଳ ର ସପକ୍ଷରେ ଯାଉଛି ।

‌ଆଜି ଓଡ଼ିଶାରେ ବହୁ ସମସ୍ୟା ଅଛି ।ସେ ବେରୋଜଗରୀ ହେଉ କି ପ୍ରଚଣ୍ଡ ପ୍ରଶାସନିକ ଦୁର୍ନୀତି ହେଉ କି ରାଜ୍ୟ ରେ ବିପର୍ଯ୍ୟସ୍ତ ସ୍ୱାସ୍ତ୍ୟ ଓ ଶିକ୍ଷା ବ୍ୟବସ୍ଥା ହେଉ କି ପିଇବା ପାଣି କି ଚାଷ ଜମିର ସମସ୍ୟା ହେଉ ତାହା ଆଜି ବିରୋଧୀ ଦଳ ର ଗୋଡ଼ ଟଣା ଟଣୀ ପାଇଁ ବିକଳ୍ପ ନେତୃତ୍ୱ ସୃଷ୍ଟି କରିନପାରିବା ଯୋଗୁଁ ଲୋକ ଙ୍କ ସମସ୍ୟା ଏଠି ଗୌଣ ହୋଇ ଯାଇଛି । ଏହି ଚାଟୁକରିତା ରାଜନୀତି ରୁ ବିରୋଧୀଦଳ ବାଦ ଯାଇନାହିଁ ବୋଲି ମଧ୍ୟ କୁହାଯାଇପାରେ । ସେଠାରେ ମଧ୍ୟ ଯୋଗ୍ୟତା ମାପକାଠି ନୁହେଁ ଯିଏ ବେସି ଚାଟୁକରିତା କରିପାରିବ ସେ ସେତେ ନେତା ଙ୍କ ପାଖ ଲୋକ ହୋଇ ପାରିବ । ଏହି ସବୁ କାରଣ ପାଈଁ ରାଜ୍ୟ ରେ ଥିବା ବିରୋଧୀ ଦଳ ସାଧାରଣ ଲୋକ ଙ୍କ ବିଶ୍ଵାସ ଭାଜନ ହୋଇ ପାରୁନାହାନ୍ତି।

‌ଏହିପରି ଅବସ୍ଥା ଲାଗିରହିଲେ ରାଜ୍ୟରେ ଆଗାମୀ ଦିନରେ ଏକ ଭୟଙ୍କର ପରସ୍ଥିତି ସୃଷ୍ଟି ହୋଇପାରେ । ଆଗାମୀ ଦିନରେ ରାଜ୍ୟରେ ଥିବା ସରକାରୀ ଦଳ ଏବେ ଏକ ଭୟଙ୍କର ପରୀକ୍ଷଣ କରିବାକୁ ଯିବା ଖବର ମିଲିଲାଣି ।ସାମ୍ପ୍ରତିକ ରାଜନୈତିକ ବ୍ୟବସ୍ତାରୁ ରାଜନୈତିକ ଲୋକ ଙ୍କୁ ବାଦ ଦେଇ କିଛି ଆଇ ଏ ଏସ ଓ ଓ ଏ ଏସ ଅଫିସର ମାନେ ନିର୍ବାଚନ ଲଢ଼ି କ୍ଷମତା ଦଖଲ କରିବା ପାଈଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ ହୋଇ ଗଲାଣି । ରାଜନୈତିକ ଇଛା ରଖୁଥିବା ଲୋକମାନେ ଆସ୍ତେ ଆସ୍ତେ ଯେ ଏହି ବ୍ୟବସ୍ତା ଭିତରୁ ଯେ ଦୁରେଇ ନଯିବେ କହି ହେବ ନାହିଁ।ଏଣୁ ଏବେ ସମୟ ଉପସ୍ଥିତ ଯଦି ବିରୋଧୀ ଦଳ କ୍ଷମତା ଦଖଲ ଚାହୁଁ ଥାନ୍ତି ତେବେ ୨୦୨୪ରେ ଆର ପାର ଲଢ଼େଇ ପାଇଁ ପ୍ରସ୍ତୁତ ରୁହନ୍ତୁ।

ଢ଼େଙ୍କାନାଳ ରୁ ତାପସ ଦାସ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ବିଜେପିର ସତ୍ୟାଗ୍ରହ

Sunil Chandra Nayak

ଜିଲ୍ଲା କଂଗ୍ରେସ କିଷାନ ସେଲ ର ଚିଠା ପ୍ରସ୍ତୁତ ବୈଠକ

Sunil Chandra Nayak

କଂଗ୍ରେସ ଦଳ ଏମ ପି ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ପଞ୍ଚାୟତରେ ମିଳିତ ପ୍ରଚାର କର୍ମୀ ସମ୍ମଳନୀ ଓ ମିଶ୍ରଣ ପର୍ବ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort