ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟିର ମଣ୍ଡଳ ପ୍ରବାସ ବୈଠକ ଅନୁଷ୍ଠିତ

ବାଲେଶ୍ଵର,୦୭/୦୧/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର ୫ ନ ଜୋନ୍ ତୁଡିଗଡିଆ ମଣ୍ଡଳରେ ମଣ୍ଡଳ ପ୍ରଭାସ ବୈଠକ ଦେଉଳି ସ୍ଥିତ କାର୍ଯ୍ୟାଳୟ ପରିସରେ ଅନୁଷ୍ଠିତ ହୋଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରବାସ ଯୋଜନାର ପ୍ରଭାରୀ ରାଜେଶ ମଲିକ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ସିମୁଳିଆ ନିର୍ବାଚନ ମଣ୍ଡଳୀର ନେତା ପଦ୍ମଲୋଚନ ପଣ୍ଡା, ମଣ୍ଡଳ ସଭାପତି ମହେଶ୍ବର ନାଥ, ମଣ୍ଡଳ ପ୍ରଭାରୀ ଅଜୟ ବେହେରା, ମିଡ଼ିଆ କୋଅଡ଼ିନେଟର ନିରାକାର ପଣ୍ଡା ଓ ଯୁବନେତା ଇଂ. ରାଜେଶ ମହାକୁଡ଼ ଅତିଥି ଭାବେ ଉପସ୍ଥିତ ରହି ସାଂଗଠାନିକ ସ୍ଥିତି ସୁଦୃଢ କରିବା ପାଇଁ ଆହ୍ବାନ ଦେବା ସହିତ କାର୍ଯ୍ୟକର୍ତ୍ତା ମାନକୁ ଉପଦେଶ ଓ କାର୍ଯ୍ୟାବଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଜୋନ୍ ସ୍ତରୀୟ କମିଟି ଓ ପଞ୍ଚାୟତ ସ୍ତରୀୟ ଶକ୍ତିକେନ୍ଦ୍ର କମିଟି ତାଲିକା ଘୋଷଣା ହୋଇଥିଲା । ଉକ୍ତ ବୈଠକରେ ମଣ୍ଡଳ ସଭାପତି ମହେଶ୍ବର ନାଥ ସଭାପତିତ୍ବ କରିଥିଲା ବେଳେ ଯୁବନେତା ଇଂ. ରାଜେଶ ମହାକୁଡ଼ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ବୈଠକରେ ଜୋନ୍ ର ୯ ଟି ପଞ୍ଚାୟତ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ପ୍ରାର୍ଥୀ ଓ ପଞ୍ଚାୟତ ସଭାପତି, ସମ୍ପାଦକ ଓ ମଣ୍ଡଳ କମିଟିର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ଏଵଂ ସେମାନଙ୍କୁ ଅତିଥି ମାନେ ପୁଷ୍ପଗୁଛ ଓ ଉତରି ଦେଇ ସମ୍ବର୍ଦ୍ଧନା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ସ୍ଵାଗତ ସମର୍ଦ୍ଧନା

masiha

ଲାଞ୍ଜିଗଡ ବ୍ଲକ ବିଜୁ ଜନତା ଦଳ ର ପ୍ରସ୍ତୁତି ବୈଠକ

Sunil Chandra Nayak

ଦରଦାମ ବୃଦ୍ଧିରେ ଦହଗଞ୍ଜ ଖାଉଟି: ବିଜେଡି ପୁଣି ବଢାଇଲେ କ୍ଷୀର ଦର, ଚିନ୍ତାରେ ଖାଉଟି

Leave a Comment

error: Content is protected !!