ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଯାପିତ

ପ୍ରଶାନ୍ତ ଓ ସୌମ୍ଯରଂଜନ ଚମ୍ପିୟାନ,ହିମାଂଶୁ ଓ ଶୁଭକାନ୍ତ ରନର୍ସଅପ 

ରାଉରକେଲା/ କୋଏଲନଗର ଏ ବ୍ଲକ ଦୁର୍ଗାପୂଜା ପଡିଆ ଠାରେ ଚାଲିଥିବା ୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଚମ୍ପିୟାନସିପର ଅଧ୍ୟକ୍ଷ ଆର ଏନ ମିଶ୍ର ଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକାରୀ ସଂପାଦକ ସୁମନ୍ତ ଜେନାଙ୍କ ଆବାହକତ୍ବ ତଥା ଅଧ୍ୟାପକ ରଶ୍ମିରଂଜନ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଯାପନୀୀ ଉତ୍ସବରେ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ମୁଖ୍ୟ ଅତିଥି , ରାଜ୍ୟ ଯୁବକଲ୍ୟାଣ ବିଭାଗର ଅଧ୍ୟକ୍ଷ କୁନବିହାରୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ଖେଳ ମାଧ୍ୟମରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ । ରାଜ୍ୟ ସରକାର ଖେଳକୁ ଗୁରୁତ୍ବ ଦେଉଥିବା ବେଳେ ଏହି ଚମ୍ପିୟାନସିପକୁ ଆଗାମୀ ଦିନରେ ଜାତୀୟ ସ୍ତର ଚମ୍ପିୟାନସିପରେ ପରିଣତ କରାଯିବାପାଇଁ ଉଦ୍ୟମ କରାଯିବ ଓ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯିବ। ଏହି ଚମ୍ପିୟାନସିପରେ ୧୬ ବର୍ଷରୁ କମ୍ ଏକକ ବିଭାଗରେ ୨୨ଜଣ, ଦ୍ବେତ ବିଭାଗରେ ୧୪ ଟିମ୍ ଓ ପୁରୁଷ ଦ୍ବେତ ବିଭାଗରେ ୩୪ ଟିମ୍ ଅଂଶଗ୍ରହଣ କରିଥିଲେ । ୧୬ବର୍ଷରୁ କମ୍ ଏକକ ବିଭାଗରେ ଶିବମ ମାହାତୋ ଚମ୍ପିୟାନ ହୋଇ ଟ୍ରଫି ସହ ନଗଦ ୨ ହଜାର, ଅଭିଜିତ ଜେନା ଟ୍ରଫି ସହ ନଗଦ ୧ହଜାର ଟଙ୍କା, ୧୬ ବର୍ଷରୁ କମ୍ ଦ୍ବେତ ବିଭାଗରେ ଅଭିଜିତ ଓ ପ୍ରିୟାଂଶୁ ଚମ୍ପିୟାନ ହୋଇ ଟ୍ରଫି ସହ ନଗଦ ୩ହଜାର ଟଙ୍କା,ନିଖିଲ ପ୍ରସାଦ ଓ କବିସ ଖେମାନୀ ରନର୍ସ ଟ୍ରଫି ସହ ନଗଦ ଦେଢ ହଜାର ଟଙ୍କା, ପୁରୁଷ ର ଦ୍ବେତ ବିଭାଗରେ ପ୍ରଶାନ୍ତ ଦାସ ଓ ସୌମ୍ଯରଂଜନ ମହନ୍ତ ଚମ୍ପିୟାନ ହେବା ସହ ଚମ୍ପିୟାନ ଟ୍ରଫି ଓ ନଗଦ ୧୦ହଜାର ଟଙ୍କା ତଥା ହିମାଂଶୁ ଓ ଶୁଭକାନ୍ତ ନାୟକ ରନର୍ସ ଟ୍ରଫି ସହ ନଗଦ ୬ହଜାର ଟଙ୍କା ପୁରସ୍କାର ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ମ୍ୟାଚରେ ମୁଖ୍ୟ ସମନ୍ବୟକାରୀ ରାଜେଶ ମହାପାତ୍ର, ଅଭିରାମଯ ମହାନ୍ତି,ସଦସ୍ୟ ଅଶୋକ ରଥ, ମୀନକେତନ ମିଶ୍ର, ଗାବୁ ବେହେରା,କଳିଙ୍ଗ ଗୁରୁ,ଶ୍ରୀନିବାସ ସାହୁ, ଶିବୁନ,ରାଜା ପଟ୍ଟନାୟକ, ଅମନ,ବିବେକ ସାହୁ, ବରୁଣ, ତୁଷାର,ଗୁଲସନ, ବିଶ୍ବରଂଜନ,ଅଧିକାନ୍ତ,ତାରିଣୀ,ପ୍ରତୀକ ପଟ୍ଟନାୟକ ,ବୁନୁ,ହରିଶ ଜେନା,ଅଜୟ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ପ୍ରଦୀପ ଦାସ ରେଫ୍ରି ଦାୟିତ୍ୱ ତୁଲାଇଥିବା ବେଳେ କାର୍ଯ୍ୟକାରୀ ସଂପାଦକ ଶ୍ରୀଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଠାରେ ଓଡିଶା କ୍ରୀଡ଼ା ମହକୁମ୍ବ ମୁଖ୍ୟମନ୍ତ୍ରୀ କପ୍ ଭଲିବଲ୍ , କବାଡି , ଫୁଟବଲ୍ ଓ ଖୋକୋ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

Sunil Chandra Nayak

ତନ୍ତିପାଲ୍ କ୍ରିକେଟ୍ ଟୁର୍ଣାମେଣ୍ଟ, ଚଚରାଗୁଡା,ବିଜେତା ଡାବୁଗାଁ ଦଳ /ଉପ-ବିଜେତା ମାନିଗାଁ ଦଳ

Sunil Chandra Nayak

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ 

masiha

Leave a Comment

error: Content is protected !!