ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଙ୍କ ବଳାତ୍କାର ଘଟଣା  ନେଇ ରାଇରଙ୍ଗପୁରରେ ଯୁବ ବିଜେପି ମୋର୍ଚା ତରଫରୁ ରାହୁଲ ଗାନ୍ଧୀ ଏବଂ ଭକ୍ତ ଦାସଙ୍କ କୁଶପୁତ୍ତଳିକା ଦାହ

ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଙ୍କ ବଳାତ୍କାର ଘଟଣା

 ନେଇ ରାଇରଙ୍ଗପୁରରେ ଯୁବ ବିଜେପି ମୋର୍ଚା ତରଫରୁ ରାହୁଲ ଗାନ୍ଧୀ ଏବଂ ଭକ୍ତ ଦାସଙ୍କ କୁଶପୁତ୍ତଳିକା ଦାହ

ମୟୂରଭଂଜ – ୨୨/୦୭ — ଓଡ଼ିଶାରେ ନାରୀ ନିର୍ଯାତନା, ବଳାତ୍କାର  ମାମଲା ନେଇ ସାରା ଭାରତରେ ଚର୍ଚ୍ଚାର ବିନ୍ଦୁ ପାଲଟିଛି ।ଓଡ଼ିଶାରେ କୋଣେ ଅନୁକୋଣେ ଚା ଖଟିରୁ ସଚିବାଳୟ ସବୁଠି ନାରୀ ନିର୍ଯାତନା,ନାରୀ ଅସୁରକ୍ଷିତ ନେଇ କଥା କଟାକଟି ଚାଲିଛି ।କଂଗ୍ରେସ ଦଳ ବିଜେପିକୁ ବାଲେଶ୍ଵରର ସୌମ୍ୟାଶ୍ରୀ ଆତ୍ମହୂତି ଏବଂ ନିମାପଡାର ବଳଙ୍ଗାରେ ନାବାଳିକାକୁ କିରୋସିନି ପୋଡ଼ି,କଲେଜ ମାନଙ୍କରେ ଅଧ୍ୟାପକ ମାନଙ୍କ ଦ୍ଵାରା ଶୋଷଣ,ହାଇସ୍କୁଲରେ ଶିକ୍ଷକଙ୍କ କୋମଳମତି ଛାତ୍ରୀଙ୍କ ଉପରେ ଲୋଲୁପ କାମାକ୍ତ ଦୃଷ୍ଟି ନେଇ ୧୫ ଦିନ ହେଲା ଓଡିଶା ଉଠୁଛି ପଡୁଛି ବେଳେ କଂଗ୍ରେସର ରାଜ୍ୟ ଛାତ୍ର ସଭାପତି ଉଦିତ ପ୍ରଧାନ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ନିଶା ପାନୀୟ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଏବଂ ଗିରଫ ହେବା ଘଟଣା ଖବରକୁ ଗରମାଗରମ କରି ରଖିଛି ଚା’ ଖଟି . । ଚା’ ଖଟି ବର୍ତ୍ତମାନ ଚର୍ଚାର ମାହଲ ବନି ଯାଇଛି ।ରାଜନୈତିକ ଦଳ ପରସ୍ପରକୁ ରାଜନୈତିକ ରୋଟି ଦେଖିବାକୁ ପଛାଉ ନାହାନ୍ତି ।ସମସ୍ତେ ପରସ୍ପରକୁ ଦୋଷ ଲଦାଲଦି କରୁଛନ୍ତି ।ସୌମ୍ଯାଶ୍ରୀ ଘଟଣାରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖ ରେ କଂଗ୍ରେସ ଦଳ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ଯଵଂଶୀଙ୍କ କୁଶପୁତ୍ତଳିକା ଦାହ କରିଥିଲା ।ଏବେ ପାଲା ଓଲଟି ଯାଇଛି ।ତମର ପାଳିକୁ ଆମର ପାଳି । ସେହି ନୀତିରେ ଆଜି ମଙ୍ଗଳବାର ଦିନ ଅପରାହ୍ନରେ ରାଜ୍ୟ ଛାତ୍ର କଂଗ୍ରେସ ଉଦିତ ପ୍ରଧାନ ଙ୍କ ଦୁଷ୍କର୍ମ ଘଟଣା ନେଇ ବିଜେପି ଯୁବ ମୋର୍ଚା ସଭାପତି ଆଲୋକ ରଞ୍ଜନ ମହାନ୍ତଙ୍କ ନେତୃତ୍ବରେ ସ୍ଥାନୀୟ ଦୁର୍ଗାମଣ୍ଡପ ଛକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।କଂଗ୍ରେସ ମୁର୍ଦାଵାଦ,ରାହୁଲ ଗାନ୍ଧୀ,ଭକ୍ତ ଦାସ ହାଏ ହାଏ ନାରା ଦେଇ ମୋ କୁଶପୁତ୍ତଳିକା ଦାହ କରିଥିଲେ ।

ଏହି କାର୍ଯ୍ଯକ୍ରମରେ ଲାଲା ବାରିକ,ରାନୀ ମଣ୍ଡଳ,ଶଶାଙ୍କ କୁମାର,ଜୀତେନ୍ଦ୍ର ବାରିକ,ସୁବ୍ରଜିତ ରାଉଳ,ଦେବାଶିଷ ନାଏକ ବିଶ୍ଵଜିତ ବାରିକ,ଭରତ ଗିରି,ଦିପୁ ପୃଷ୍ଟି, ଜଗନ୍ନାଥ ମହାନ୍ତ, ବିଜୟ ମହାନ୍ତି,ସୁରେଶ ଗିରି ସମେତ ବହୁ ଯୁବ ମୋର୍ଚା ସଦସ୍ୟ ଉପସ୍ଥିତ ଥିଲେ।

ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କେନ୍ଦ୍ର ବିରୋଧରେ ବିଜେଡି ର ଜୋରଦାର ବିକ୍ଷୋବ ପ୍ରଦର୍ଶନ

Sunil Chandra Nayak

ଲାଞ୍ଜିଗଡ ବ୍ଲକରେ ବିଜେଡିର ନିର୍ବାଚନୀ ସଭା, ଦଳକୁ ବିଜୟୀ କରିବାକୁ ଆହ୍ୱାନ ଦେଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

masiha

ମୋଦି ସରକାର ଙ୍କ ଜନବିରୋଧୀ ଓ ଶ୍ରମିକ ବିରୋଧୀ ନିତୀ ବିରୁଦ୍ଧରେ ନଭେମ୍ବର ୨୬ ରୁ ୨୮ ରାଜ୍ୟ ସ୍ତରୀୟ ଅହୋରାତ୍ର ମହାଧାରଣା କୁ ସଫଳ କରିବା ପାଇଁ ସି ଆଇ ଟି ୟୁ ଜିଲ୍ଲା କମିଟି ବୈଠକରେ ନିଷ୍ପତ୍ତି

masiha

Leave a Comment

error: Content is protected !!