ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

“ସରକାରୀ ଯୋଜନା ର ଲାଭ ସଧାରଣ ଲୋକଙ୍କ ପାଖ ରେ ପହଞ୍ଚାଅ” ଦର୍ଜିଂ ରେ ରାଉରକେଲା ବିଜେପି ର ଜିଲ୍ଲା ସ୍ତରୀୟ କର୍ମଶାଳା 

“ସରକାରୀ ଯୋଜନା ର ଲାଭ ସଧାରଣ ଲୋକଙ୍କ ପାଖ ରେ ପହଞ୍ଚାଅ”

ଦର୍ଜିଂ ରେ ରାଉରକେଲା ବିଜେପି ର ଜିଲ୍ଲା ସ୍ତରୀୟ କର୍ମଶାଳା 

ଲହୁଣୀପଡ଼ା ୦୬/୦୬ —  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ଵ ରେ ଭାରତୀୟ ଜନତା ପାର୍ଟିର ସରକାର କେନ୍ଦ୍ର ରେ ୧୧ ବର୍ଷ ଏବଂ ରାଜ୍ୟ ରେ ୧ ବର୍ଷ ର ଗୌରବଶାଳୀ ଅବଧି ପୂରଣ କରିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୯ ଜୁନ୍ ରୁ ୨୧ ଜୁନ୍ ପର୍ୟ୍ୟନ୍ତ ଏକ ରାଷ୍ଟ୍ରବ୍ୟାପି ଏବଂ ଓଡ଼ିଶା ପରିପ୍ରେକ୍ଷୀରେ ରାଜ୍ୟବ୍ୟାପି ପ୍ରଚାର ଅଭିଯାନ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କ ସମସ୍ତ ଉଲ୍ଳେଖନୀୟ ସଫଳତା ତଥା ଗରିବ କଲ୍ୟାଣ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରାଥମିକତା ଦିଆ ଯାଉଛି।”ବିକଶିତ ଭାରତ ର ଅମୃତ କାଳ – ସେବା, ସୁଶାସନ ଓ ଗରିବ କଲ୍ୟାଣ ର ୧୧ ବର୍ଷ ଉପଲବ୍ଧି ର ବର୍ଷ ହୋଇ ରହିବ। ଏହି ଅଭିଯାନ ର ସଫଳ ରୂପାୟନ ପାଇଁ ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲାର ଲହୁଣୀପଡ଼ା ମଣ୍ଡଳ ଅନ୍ତର୍ଗତ ଦର୍ଜିଂ ର ଜାତୀୟ ରାଜପଥ ଡାକ ବଙ୍ଗଳା ଠାରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। କର୍ମଶାଳା ରେ ବିଜେପି ରାଜ୍ୟ ଉପ ସଭାପତି ସୁଶ୍ରୀ ସୁକେଶୀ ଓରାମ, ଜିଲ୍ଲା ସଭାପତି ପୂର୍ଣ୍ଣିମା କେରକେଟା, ରାଜ୍ୟ ପ୍ରବକ୍ତା ଧିରେନ୍ ସଭାପତି, ରଘୁନାଥପଲ୍ଲୀ ବିଧାୟକ ଦୂର୍ଗା ତନ୍ତୀ, ପାନପୋଷ ଜିଲ୍ଲା ପ୍ରାକ୍ତନ ସଭାପତି ଲତିକା ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାହାସ ବିହାରୀ ପ୍ରଧାନ, ଜଗବନ୍ଧୁ ବେହେରା, ସହ ସଂଯୋଜକ ଅମରେନ୍ଦ୍ର ନାଥ ଶର୍ମା,ଲହୁଣୀପଡ଼ା ମଣ୍ଡଳ ସଭାପତି ପୂର୍ଣଚନ୍ଦ୍ର ଓରାମ, ଦର୍ଜିଂ ବୁଥ୍ ର ସଭାପତି ପ୍ରଦୀପ ପାତ୍ର ପ୍ରମୁଖ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ମଶାଳା କୁ ଉଦ୍ ଘାଟନ କରିଥିଲେ। ଉପସ୍ଥିତ ନେତୃମଣ୍ଡଳୀ ସରକାରୀ ଯୋଜନା ର ଲାଭ ତୃଣମୂଳ ସ୍ତର ର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଗୁରୁତ୍ତ୍ୟାରୋପ କରିବା ସହ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସୁନ୍ଦରଗଡ଼ ସାଂସଦ ତଥା ଭାରତ ସରକାର ଙ୍କ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମ ରେ ଦିଲ୍ଲୀ ରୁ ଯୋଡ଼ି ହୋଇ କାର୍ଯ୍ଯକର୍ତ୍ତା ଙ୍କୁ ସମ୍ବୋଧିତ କରିବା ସହ ଗୁରୁମନ୍ତ୍ର ଦେଇଥିଲେ। କାର୍ଯ୍ୟ କ୍ରମ ରେ ରାଉରକେଲା ସାଙ୍ଗଠନିକ ଜିଲ୍ଲା ର ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି ଗଣ, ପ୍ରାକ୍ତନ ମଣ୍ଡଳ ସଭାପତି ଗଣ, ଜିଲ୍ଲା ମୋର୍ଚ୍ଚା ସଭାପତି ଗଣ ତଥା ଜିଲ୍ଲାର ୨୯ ଟି ମଣ୍ଡଳ ର ଟୋଲି ସଦସ୍ୟ ତଥା ପ୍ରମୁଖ କାର୍ଯ୍ୟ କର୍ତ୍ତା ମାନେ ଯୋଗ ଦେଇ ଥିଲେ। ଆଗମୀ ଦିନରେ ମଣ୍ଡଳ ତଥା ବୁଥ ସ୍ତର ରେ ଏହି କାର୍ଯ୍ୟକ୍ରମ କୁ ବ୍ୟାପକ ଭାବେ ଅୟୋଜନ କରି ସରକାରୀ ଯୋଜନା ର ଲାଭ ସଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ କାର୍ଯ୍ୟ କର୍ତ୍ତା ମାନେ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ମଞ୍ଚାସିନ ନେତୃମଣ୍ଡଳୀ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷ ରେ ନେତୃମଣ୍ଡଳୀ “ମା ପାଇଁ ଗଛ ଟିଏ” ଆହ୍ୱାନ ରେ ବୃକ୍ଷ ରୋପଣ କରିଥିଲେ।କାର୍ଯ୍ଯକ୍ରମ କୁ ବିଜେପି ରାଉରକେଲା ର ଜିଲ୍ଲା ସଂଯୋଜକ ଅଭିରାମ ମହାକୁଳ ସଂଯୋଜନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସମୃଦ୍ଧ ଓଡିଶା ଗଠନ ବିଜୁ ଜନତା ଦଳର ଲକ୍ଷ , ଧର୍ମଗଡ:ମୂଷାପାଲି-ଡ଼ହଗାଁ,ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା

masiha

ବିଜେପି ବିଧାୟକ ପ୍ରାର୍ଥୀଙ୍କ କୋକସରା ବ୍ଲକରେ ମାରାଥନ ପ୍ରଚାର

masiha

କେଜ୍ରିୱାଲ ଙ୍କୁ ୩ ପୃଷ୍ଠାର ଚିଠି ଲେଖିଲେ ସିସୋଦିଆ, ପାଠ କଲେ ନବରଙ୍ଗପୁର ଆପ୍

Sunil Chandra Nayak

Leave a Comment

error: Content is protected !!