ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ୍ରାଫ ଟୀମ ଦେଲେ ଯୁବକମାନଙ୍କୁ ସନ୍ତରଣର ପ୍ରଶିକ୍ଷଣ

ଓଡ୍ରାଫ ଟୀମ ଦେଲେ ଯୁବକମାନଙ୍କୁ ସନ୍ତରଣର ପ୍ରଶିକ୍ଷଣ

ରାଉରକେଲା: ୬/୬/୨୫ :  ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବିର୍ସା ମୁଣ୍ଡା ଏଥଲେଟିକ ଷ୍ଟାଡିୟମରେ ଆଜିଠାରୁ ବିଭିନ୍ନ ହାଇସ୍କୁଲ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଓ ଯୁବକ ମାନଙ୍କୁ ସନ୍ତରଣ ଓ ପାଣିରେ ବୁଡି ଯାଉଥିବା ବ୍ୟକ୍ତି ମାନଙ୍କ ଉଦ୍ଧାର ପାଇଁ ଜୀବନ ରକ୍ଷା କୌଶଳ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l  ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନ କରିଥିଲେ l ସେ ଏହି ଅବସରରେ କହିଥିଲେ ଯେ ରାଉରକେଲା ଆଖ ପାଖରେ ନଦୀରେ  କିଶୋର ଓ ଯୁବକ ମାନଙ୍କର ନଦୀରେ ଗାଧେଇବା ବା ବୁଲିବାକୁ ଯାଇଥିବା ସମୟରେ ଦୁର୍ଘଟଣା ବଶତ ନଦୀରେ ବୁଡି ମତ୍ୟୁବରଣ  କରୁଛନ୍ତି l  ଏହାକୁ ଏଡାଇବା ପାଇଁ ଯୁବକ ମାନଙ୍କୁ ସନ୍ତରଣ କରିବା ଓ କେହି ବୁଡି ଯାଉଥିଲେ ତତକ୍ଷଣ କିପରି ଉଦ୍ଧାର କରାଯାଇପାରିବ ଏହାର ପ୍ରଶିକ୍ଷଣ ନିତାନ୍ତ ଆବଶ୍ୟକ l ଏହି ପ୍ରଶିକ୍ଷଣ ଦ୍ବାରା ନିଜର ତଥା ଅନ୍ୟର ଅମୂଲ୍ୟ ଜୀବନ ରକ୍ଷା କରିବାରେ ସହାୟକ ହୋଇ ପାରିବେ l ଏହି ପ୍ରଶିକ୍ଷଣ ଶିବିରରେ ପ୍ରତି ବ୍ୟାଚ୍ ରେ ୩୦ ଜଣ ଯୁବକ ଅଂଶ ଗ୍ରହଣ କରିବେ l  ପ୍ରତି ବ୍ୟାଚ କୁ ଓଡ୍ରାଫ (ODRAF) ର ୨୦ ସଦସ୍ୟ ବିଶିଷ୍ଟ ଟୀମ ୬ ଦିନ ପ୍ରଶିକ୍ଷଣ ପ୍ରଦାନ କରିବ l ପାଖାପାଖି ୧୦ଟିବ୍ୟାଚ୍ ର ୩୦୦ଜଣ ଯୁବକଙ୍କୁ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖା ଯାଇଛି l ଆଜିର କାର୍ଯ୍ୟକ୍ରମରେ ଡେପୁଟି ଡାଇରେକ୍ଟର କ୍ରୀଡା ସୁସ୍ମିତା ଦତ୍ତ, ଡେପୁଟି କଲେକ୍ଟର ପାନପୋଷ ଅର୍ପିତା ମହାନ୍ତି , େଡପୁଟି କଲେକ୍ଟର( ଆପାତକାଳୀନ) ସାଲମା ମାଝି ,ଜିଲ୍ଲା ପ୍ରୋଜେକ୍ଟ ଅଧିକାରୀ ସୁଜାତା ତିର୍କୀ (OSDMA)ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଉରକେଲା ସୀମା ଫାତିମା ଏକ୍କା ଉପସ୍ଥିତ ଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ହିଞ୍ଜିଳିରେ ଦୁଇ ପୁଞ୍ଜା ମେରୁଦଣ୍ଡ ଯାତ୍ରା ଉଦଯାପିତ

Sunil Chandra Nayak

ସୁନ୍ଦରଗଡ ପତଞ୍ଜଳି ଯୋଗ ସମିତିର ସୂର୍ଯ୍ୟ ନମସ୍କାର

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ 

masiha

Leave a Comment

error: Content is protected !!