ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସୋନିଆ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କଲେ ବିଜେପି କର୍ମୀ 

ସୋନିଆ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କଲେ ବିଜେପି କର୍ମୀ 

ବିଭିନ୍ନ ସମୟରେ କଟୁ ମନ୍ତବ୍ୟ ଦେଇ ଚର୍ଚାରେ ରହି ଆସୁଥିବା ଗାନ୍ଧୀ ପରିବାର ପୁଣି ଏବେ ଚର୍ଚାରେ।ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନ ଜନକ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହେବାକୁ ପଡିଛି।ଏନେଇ ଲକ୍ଷ୍ମୀପୁର ଠାରେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ଅଧକ୍ଷତାରେ ପ୍ରତିବାଦ କରାଯାଇଛି।ଏନେଇ ଆଜି ଆମ୍ବେଦକର ଛକ ନିକଟରେ ବିଜେପି କର୍ମୀଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନାରା ଦେଇ ସୋନିଆ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।ଯଦି ସୋନିଆ ଗାନ୍ଧୀ କ୍ଷମା ପ୍ରାଥନା ନ କରନ୍ତି ତାହେଲେ ଆଗାମୀ ଦିନରେ ଦେଶ ତଥା ରାଜ୍ୟର ତଳ ସ୍ତରରୁ ଆନ୍ଦୋଳନ ତୀବ୍ରତର ହେବ, ଘରେ ଘରେ ଯାଇ ଆଦିବାସୀ ଲୋକଙ୍କୁ କଂଗ୍ରେସ ବିରୋଧରେ ଅଣ୍ଟା ଭିଡ଼ିବାକୁ ସଜାଗ କର ହେବ ବୋଲି ବିଜେପି କର୍ମୀମାନେ ଚେତାବନୀ ଦେଇଛନ୍ତି।ଏଥିରେ କୈଳାସ ଚନ୍ଦ୍ର କୁଲେସିକାଙ୍କ ସମେତ ବହୁ ସଂଖ୍ୟାରେ ବିଜେପି ଦଳର ଛୋଟ ବଡ଼ ନେତା ଓ କର୍ମୀ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ କର୍ମି ନିୟୋଜିତ ହୋଇଥିଲେ। 

Related posts

ବିଜୁ ଯୁବ ଛାତ୍ର ଜନତା ଦଳର ଡିଜିଟାଲ କର୍ମଶାଳା

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଭାରତ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

୧୧ ଦଫା ଦାବିକୁ ନେଇ ଲୋୱର୍ ପିଏମଜିରେ ରାଜ୍ୟ ଯୋଗଣ ସହାୟକ ସଂଘ କୁ ପହଞ୍ଚିଲେ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି 

Sunil Chandra Nayak

Leave a Comment

error: Content is protected !!