ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ବୈଠକ ଅନୁଷ୍ଠିତ 

ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ବୈଠକ ଅନୁଷ୍ଠିତ 

କଟକ : ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନର ଏକ ବୈଠକ କଟକ ଜିଲ୍ଲା ୪୨ମୌଜା ଅନ୍ତର୍ଗତ ଦଧିବାମନପୁର ସ୍ଥିତ ମା ଭୁଆଶୁଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । କଟକ ଜିଲ୍ଲା ସଭାପତି ଅଗାଧୁ ଚରଣ ପ୍ରଧାନ ସଭାରେ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା, ମୁଖ୍ୟ ବକ୍ତା ରାଜ୍ୟ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହି,ସମ୍ମାନୀୟ ଅତିଥି ଭାବେ ପ୍ରଫୁଲ୍ଲ ଦାସ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ,ବିକ୍ରମ ଛୋଟରାୟ,ଉର୍ବଶୀ ମିଶ୍ର,ଧୀରେନ୍ଦ୍ର ପ୍ରତାପ,ସୁକାନ୍ତ ସ୍ବାଇଁ, ଅଲେଖ ଚନ୍ଦ୍ର ରାଉତ ଓ ଦଧିବାମନପୁର ଗ୍ରାମ ଅଧିକାରୀ କୃଷ୍ଣଚନ୍ଦ୍ର ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାର ନିଷ୍ପତ୍ତି କ୍ରମେ ୪୨ମୌଜା ଇପିଏଫ ଆଞ୍ଚଳିକ କମିଟିର ୧୦ଜଣ ପ୍ରତିନିଧିଙ୍କ ନାମ ରାଜ୍ୟ ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ସଭାରେ ଘୋଷଣା କରିଥିଲେ । ସେମାନେ ହେଲେ ବୁଲେଇ ବେହେରା,ଉମାକାନ୍ତ ରାଉତ, ଦେବେନ୍ଦ୍ର ନାଥ ନାୟକ,ଭଜକୃଷ୍ଣ ଲେଙ୍କା,ଶଶୀଭୂଷଣ ମିଶ୍ର,ଅଜୟ କୁମାର ନାୟକ,ବନବିହାରୀ ମୁଦୁଲି, ଉମେଶ ଚନ୍ଦ୍ର ସ୍ବାଇଁ,ଅଲେଖ ନାୟକ ଓ କୃଷ୍ଣ ଚନ୍ଦ୍ର ସେଠୀ । ଇପିଏଫ୍ ପେନସନଭୋଗୀଙ୍କ ମାସିକ ୯ ହଜାର ଟଙ୍କା ପେନସନ ସହ ମହଙ୍ଗାଭତ୍ତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପନ କରିବାରେ ଜିଲ୍ଲା ସଂଗଠନ ଓ ରାଜ୍ୟ ନେତୃମଣ୍ଡଳୀଙ୍କ ଦ୍ଵାରା ଜାରୀ ନିରନ୍ତର ଉଦ୍ୟମକୁ ସଭାରେ ଭୂୟିଷ ପ୍ରଶଂସା କରାଯାଇଥିଲା । ନୂତନ ସଭ୍ୟ ସଂଖ୍ୟା ବଢାଇ ଜିଲ୍ଲା ମାଧ୍ୟମରେ ରାଜ୍ୟ ସଂଗଠନକୁ ସୁଦୃଢ କରିବାକୁ ସଭାରେ ନିଷ୍ପତ୍ତି ନିଆଗଲା। ସଂଯୋଜକ ଦେବେନ୍ଦ୍ର ନାଥ ନାୟକ ଧନ୍ୟବାଦ୍ ପ୍ରଦାନ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ ସ୍ୱ-ଗଣନା ସ୍ୱ-ଗଣନାରେ ସାମିଲ ହେବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ 

Sunil Chandra Nayak

ଲଗାଣ ବର୍ଷା ରେ ଉପ ଜିଲ୍ଲାପାଳଙ୍କ ପାଚେରୀ ଭାଙ୍ଗି ୩ ବାଇକ୍ ଚୁରମାର

Sunil Chandra Nayak

ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଚିଲିଚିଲା ଠାରେ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମେଣ୍ଢା ର ମୃତ୍ୟୁ

masiha

Leave a Comment

error: Content is protected !!