ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ

କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ

ଖଇରା,୩୧/୦୧/୨୫- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା ଦ୍ବାରା ପ୍ରତି ରବିବାର ଗଦ୍ୟ ଓ ପଦ୍ଯକୁ ନେଇ ହ୍ଵାଟ୍ସଆପ୍ ଗୃପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ଏବଂ ସାହିତ୍ୟକୁ ଭଲ ପାଉଥିବା ସାହିତ୍ୟ ବନ୍ଧୁମାନେ ସୂଚନା ମୁତାବକ ଗଦ୍ୟ ଓ ପଦ୍ଯ ଲେଖି ସଠିକ୍ ସମୟରେ ପଠାଇବାକୁ ଭୁଲି ନଥାନ୍ତି । ସେହି ପରିପ୍ରେକ୍ଷୀରେ ଗତ ତା ୨୩/୦୧/୨୫ ରିଖ ଦିନ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା- ” ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ ” । ଯେଉଁଥିରେ (୧) ଦିଲିପ୍ କୁମାର ନାୟକ, ନରଣପଡା, କେନ୍ଦ୍ରାପଡା (୨) ସନ୍ଧ୍ୟାରାଣୀ ବେହେରା, କୋହି, ମୟୂରଭଞ୍ଜ (୩) ରୀନା ବେହେରା, ରାଉରକେଲା, ସୁନ୍ଦରଗଡ଼ (୪) ଶୁଭସ୍ମିତା ପାତ୍ର, କେ.ବରିଡା, ଗଞ୍ଜାମ (୫) ଭୂମିସୂତା ସାହୁ, ବରଗଡ଼ (୬) ସଞ୍ଜୁକ୍ତା ଦାଶ, ଜଗତପୁର, କଟକ (୭) କିରନ ବେହେରା, ଟିକିରି, ରାୟଗଡ଼ା (୮) ଚପଳା ପଣ୍ଡା, ଖୋର୍ଦ୍ଧା (୯) ଦଶରଥ ମାଝୀ, କୁରୁମାଚୁଆ, କଳାହାଣ୍ଡି (୧୦) ଅପରାଜିତା ରଥ, ଧୂଷୁରି, ଭଦ୍ରକ (୧୧) ରବୀନ୍ଦ୍ର କୁମାର ଦାସ, ଜଗତସିଂହପୁର (୧୨) ନିରୂପମା ମହାନ୍ତି, ଭୁବନେଶ୍ୱର, ଖୋର୍ଦ୍ଧା (୧୩) ସୁକାନ୍ତି ସ୍ବାଇଁ, ରାଇପଲ୍ଲୀ, ଗଞ୍ଜାମ (୧୪) କମଳିନୀ ସେନାପତି, ଜଳେଶ୍ବର, ବାଲେଶ୍ବର (୧୫) ପ୍ରତିମା ଶତପଥୀ, ଯାଜପୁର (୧୬) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୭) ଅନିତା କୁମାରୀ ପଣ୍ଡା, ବ୍ରହ୍ମପୁର, ଗଞ୍ଜାମ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।  

            ସମସ୍ତଙ୍କ କବିତା ଗୁଡିକୁ ଭଲଭାବେ ପଢି ସମୀକ୍ଷା କରିଥିଲେ ସୁସାହିତ୍ଯିକା ସୁଜାତା ଦାସ ମହାନ୍ତି, କଟକ । ତାଙ୍କ ସମୀକ୍ଷାରୁ ଦିଲିପ୍ କୁମାର ନାୟକ ପ୍ରଥମ ସ୍ଥାନ, ସନ୍ଧ୍ୟାରାଣୀ ବେହେରା ଦ୍ବିତୀୟ ସ୍ଥାନ ଓ ରୀନା ବେହେରାଙ୍କୁ ତୃତୀୟ ସ୍ଥାନ ମିଳିଛି ।ଅନ୍ୟ ମାନଙ୍କ ସୃଷ୍ଟି ମଧ୍ୟ ଭଲ ଥିଲା । ଏଥିସହିତ ସମସ୍ତ ୧୭ ଜଣ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଧନ୍ୟବାଦ ଦେବା ସହିତ ଚଲାପଥ କୁସୁମିତ ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଷ ପିଇ ଆତ୍ମହତ୍ୟା 

masiha

ସଚେତନ ନାଗରିକ ମଞ୍ଚ ର ସଭାପତି ବିମଳ କୁମାର ବିଶିଙ୍କ ମାତୃ ବିୟୋଗ 

Sunil Chandra Nayak

ବାଲ୍ୟ ବିବାହ ନିରାକରଣ ନିମନ୍ତେ “ଶିଶୁ ପାଇଁ ଦିନଟିଏ ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!