ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ପକ୍ଷରୁ ଆମପାଣି ବୁଢ଼ାରଜା ମନ୍ଦିରରୁ ମୋ ମାଟି ମୋ ଦେଶ ପାଇଁ ମାଟି ସଂଗ୍ରହ ଶୁଭାରମ୍ଭ, ଯୋଗଦେଲେ ସାଂସଦ 

ବିଜେପି ପକ୍ଷରୁ ଆମପାଣି ବୁଢ଼ାରଜା ମନ୍ଦିରରୁ ମୋ ମାଟି ମୋ ଦେଶ ପାଇଁ ମାଟି ସଂଗ୍ରହ ଶୁଭାରମ୍ଭ, ଯୋଗଦେଲେ ସାଂସଦ 

କୋକସରା,୧୨/୯ //ଆଜାଦି କି ଅମୃତ ମହୋତ୍ସବର ୭୫ ବର୍ଷ ପୂର୍ତ୍ତି ଅଵସରରେ ଦେଶର ସହିଦ ଯବାନ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଦିଲ୍ଲୀରେ ଏକ ଅମୃତ ବାଟୀକା ଉଦ୍ୟାନ ନିର୍ମାଣ କରାଯାଉଛି । ସାରାଦେଶରୁ ମାଟି ସଂଗ୍ରହ କରିବା ପାଇଁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଭାରତୀୟ ଜନତା ଦଳ ପକ୍ଷରୁ ଆୟୋଜିତ ହେଉଥିବା ବେଳେ ମଙ୍ଗଳବାର ଆମପାଣି ବୁଢ଼ାରଜା ମନ୍ଦିରରେ ପ୍ରଭୁ ବୁଢ଼ାରଜାଙ୍କ ନିକଟରେ ମାଟି କଳସ ପୂଜାର୍ଚ୍ଚନା କରିବା ପରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମର ଶୁଭାରମ୍ଭ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କରିଥିଲେ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ କୋକସରା ବ୍ଲକର ୨୨ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଜରିଆରେ ଦଳିୟ କର୍ମକର୍ତ୍ତା ମାନେ ପହଞ୍ଚି ମାଟି ସଂଗ୍ରହ କରିବା ଅଭିଯାନ ଜାରି ରହିବା ନେଇ ଜଣାପଡିଛି। ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମର ପ୍ରଭାରୀ ଲକ୍ଷ୍ମୀ କାନ୍ତ ବାଗଙ୍କ ତତ୍ୱାବଧାନରେ କଳାହାଣ୍ଡି ସାଂସଦଙ୍କ ସହ ବିଜେପିର ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, କଳାହାଣ୍ଡି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ, କୋକସରା ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର, ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, ସାଂସଦ ପ୍ରତିନିଧି ସୁଧୀର ପାତ୍ର, ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, ସମ୍ପାଦକ ମଧିବନ ପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମାନ ନାଏକ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ସାମ୍ପ୍ରତିକ ନାରୀ ନିର୍ଯ୍ଯାତନାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବୈଠକ

Sunil Chandra Nayak

ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବିଜେଡି ର ଯାଜପୁର ବିଧାୟକ ଓ ନେତୃବୃନ୍ଦ

Sunil Chandra Nayak

ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ସଭା

masiha

Leave a Comment

error: Content is protected !!