ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଡ଼ିଙ୍ଗା ରାଜା ଚାଉଁରୀୟା ମହାବିଦ୍ୟାଳୟ ରେ ଚାଲିଥିବା 5 ଟି କାମ ଅତି ନିମ୍ନ ମାନ ର ହେଉଥିବା ଅଭିଯୋଗ କରିଛନ୍ତି ଡଃ ଲିପିକା ମାଝୀ !

କୋଡ଼ିଙ୍ଗା ରାଜା ଚାଉଁରୀୟା ମହାବିଦ୍ୟାଳୟ ରେ ଚାଲିଥିବା 5 ଟି କାମ ଅତି ନିମ୍ନ ମାନ ର ହେଉଥିବା ଅଭିଯୋଗ କରିଛନ୍ତି ଡଃ ଲିପିକା ମାଝୀ !

ନବରଙ୍ଗପୁର 14/9(ମସିହା) ନବରଙ୍ଗପୁର ଜିଲ୍ଲା ଉପା କ୍କିନ୍ତ ବ୍ଲକ କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ରେ ରହିଥିବା ରାଜା ଚାଉଁରୀୟl ମହାବିଦ୍ୟାଳୟ ରେ ରାଜ୍ୟ ସରକାର ଙ୍କ 5ଟି ନାମରେ ଚାଲିଥିବା ଶ୍ରେଣୀଗୃହ ମରାମତି କାର୍ଯ୍ୟ କୁ ଜିଲ୍ଲା କଂଗ୍ରେସ ଯୁବ ନେତ୍ରୀ ଡଃ ଲିପିକା ମାଝୀ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି | ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରି ଶ୍ରେଣୀଗୃହ ମରାମତି କରାଯାଉଛି, ତାହା ପ୍ରଶଂସା ଯୋଗ୍ୟ କିନ୍ତୁ ପିଲା ଙ୍କୁ ଉତ୍ତମ ବ୍ୟବସ୍ଥା କରାଯିବା ନା ରେ ଯେଉ ପଇସା ଆସୁଛି ତାହା ପ୍ରତି ପ୍ରଶାସନ ର ଦୃଷ୍ଟି ପଡୁ ନାହିଁ l ଠିକାଦାର ଓ ଯନ୍ତ୍ରୀ ଙ୍କ ମିଳିତ ଭାଗମାପ ରେ ମରାମତି କାର୍ଯ୍ୟ ଅତି ନିମ୍ନ ମାନ ର କରାଯାଉଛି| ସିମେଣ୍ଟ କମ ବାଲି ବେଶୀ ମିଶ୍ରଣ କରି କାର୍ଯ୍ୟ ଚାଲିଛି | ଛାତ୍ର ଛାତ୍ରୀଙ୍କ ପାଠ ପଢିବା ରେ ଅସୁବିଧା ହେଉଛି । କାର୍ଯ୍ୟ ଚାଲିଥିବା ବେଳେ କୌଣସି ଅଧିକାରୀ କାର୍ଯ୍ୟ ତଦାରଖ କରୁନଥିବା ରୁ 5ଟି କାର୍ଯ୍ଯ ରେ ଦୁର୍ନୀତି ହେଉଛି । ଦଳୀୟ ନେତା ମାନଙ୍କ ଥଇଥାନ ପାଇଁ ରାଜ୍ୟର ବିଜେଡି ସରକାର ଏଭଳି ଯୋଜନା ଗୁଡିକ କରିଛନ୍ତି ବୋଲି ଡଃ ଲିପିକା ମାଝୀ ଅଭିଯୋଗ କରିଛନ୍ତି । ବିଜେଡି ନେତା ଓ ସ୍ଥାନୀୟ ପ୍ରଶାସନ ଙ୍କ ମିଳିତ ଭାବେ ଏଥିରେ ଜଡ଼ିତ , କେବଳ ରଙ୍ଗ ମାରି କୋଟି କୋଟି ଟଙ୍କା ବିଲ୍ କରି ଆତ୍ମସାତ କରିଥିବା ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଡଃ ଲିପିକା ମାଝୀ | ନିରୀହ ଆଦିବାସୀ ବହୁଳ ଅଞ୍ଚଳ ବୋଲି ସରକାରୀ ଯନ୍ତ୍ରୀ ଓ ଠିକାଦାର ମାନେ ନିମ୍ନ ମାନ ର କାମ କରି ସିଧାସଳଖ ସରକାର ଟଙ୍କା କୁ ଆତ୍ମ ସାତ କରୁଥିବା ଅତି ନିନ୍ଦନୀୟ lତୁରନ୍ତ ଜିଲ୍ଲା ପ୍ରଶାସନ ଚାଲିଥିବା 5ଟି କାମ ର ଯାଞ୍ଚ କରନ୍ତୁ ବୋଲି ଡଃ ଲିପିକା ମାଝୀ ନିଜ ମତପ୍ରକାଶ କରିଛନ୍ତି | ଏବେ ଦେଖିବାକୁ ବାକି ରହିଲା କଣ ଜିଲ୍ଲା ପ୍ରଶାସନ ଏକ ଜରୁରୀ କାଳୀନ ଯାଞ୍ଚ କମିଟି ଗଠନ କରି କୋଡ଼ିଙ୍ଗା ରାଜା ଚାଉଁରୀୟl ମହାବିଦ୍ୟାଳୟ ରେ ଚାଲିଥିବା 5ଟି କାମ କୁ ଯାଞ୍ଚ କରିବ କି ତାହା ବଡ଼ ପ୍ରଶ୍ନ ? ଯାହାକି ଦେଖିବାକୁ ବାକି ରହିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନଦୀ ରେ ବୁଡି ୨ବର୍ଷ ର ଶିଶୁ ମୃତ

Sunil Chandra Nayak

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ନିର୍ମାତା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ଵପ୍ନ ଅପୂରଣୀୟ ହୋଇ ରହିଛି : 135ତମ ଜୟନ୍ତୀ ଅବସରରେ ବିଭିନ୍ନ ବକ୍ତାଙ୍କ ଉଦବୋଧନ

Sunil Chandra Nayak

ପ୍ରଧାମନ୍ତ୍ରୀ ଆଦର୍ଶ ଗ୍ରାମ ହେବ ‘ ପିପଲା ‘  ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ନେଇ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!