ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷା -ଢେଙ୍କାନାଳ ପୂର୍ତ୍ତ ବିଭାଗ ମୁକୁଳା ନାଳ ସାଜିଛି ମରଣ ଯନ୍ତା

କାମାକ୍ଷାନଗର -(ମନିସ )20/3/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅଁଳାବେରେଣି ପଞ୍ଚାୟତ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ର କାମାକ୍ଷା -ଢେଙ୍କାନାଳ ରାଜ୍ୟ ରାଜପଥ ରେ ନିର୍ମାଣ ହୋଇଥିବା ନାଳ, ଏବେ ମରଣ ଯନ୍ତା ପାଲିଟିଛି l ଦୈନିକ ଏହି ରାସ୍ତା ଦେଇ ଶହଶହ ଗାଡି ଚଳାଚଳ ସାଧାରଣ ଲୋକ ଙ୍କ ଚଳପ୍ରଚଳ ହେଉଛି କିନ୍ତୁ ନିର୍ମାଣ ଧୀନ ନାଳ ଉପରେ ଢାଙ୍କୁଣୀ ନଥିବା ହେତୁ, ବିଗତ ଦିନରେ ଅନେକ ଅଘଟଣ ଘଟୁଛି. ଏହି ରାସ୍ତା ଦେଇ ଜିଲ୍ଲା ଓ ବ୍ଲକ ଅଧିକାରୀ ଓ ଲୋକ ପ୍ରତିନିଧି ଯାତାୟାତ କରୁଥିଲେ ମଧ୍ୟ ଅଣଦେଖା କରୁଛନ୍ତି l ଏହି ମୁକୁଳା ନାଳ ରେ ଅନେକ ଥର ନିରୀହ ଗୃହ ପାଳିତ ପଶୁ ପଡି ଜୀବନ ମରଣ ସଂଘର୍ଷ କରୁଛନ୍ତି l ଅଁଳାବେରେଣୀ ଗ୍ରାମ ର ସଭାପତି ରାମଚନ୍ଦ୍ର ନାୟକ, ଔଷଧ ଦୋକାନୀ ନବ କିଶୋର ସାହୁ, ରଞ୍ଜନ ବିଶ୍ୱାଳ, କୁନା ସାହୁ, କାହ୍ନ ନାୟକ, ଛବି ସାହୁ, ଅଥାନି ସାହୁ ଓ ପାରିମାଳ ଅଞ୍ଚଳର ଯୁବ ସମାଜସେବୀ /ସାମ୍ବାଦିକ ପର୍ଶୁରାମ ମହାଭୋଇଙ୍କ ନେତୃତ୍ୱରେ ଅନେକ ସମୟରେ ମୁକୁଳା ନାଳ ଭିତରୁ ଜୀବଜନ୍ତୁ ପଶୁପକ୍ଷୀ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନିଆଯିଉଛି l ତେଣୁ ପ୍ରଶାସନକୁ ନିବେଦନ ଏହି ମୁକୁଳା ନାଳ ଉପରେ ତୁରନ୍ତ ଢାଙ୍କୁଣୀ ଦେବାର ବ୍ୟବସ୍ଥା କରାଯାଉ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋକସରା ଓ ଆମପାଣି ପୁଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ଆଇନ ମହାବିଦ୍ୟାଳୟ ପରିଦର୍ଶନରେ ରାଜ୍ୟସଭା ସାଂସଦ

masiha

ଭିସି ମାଧ୍ୟମରେ ତୋହସିଲ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସବରେଜିଷ୍ଟ୍ରା କାର୍ଯକାରୀ ଉଦ୍ଧଘାଟନ

Sunil Chandra Nayak

Leave a Comment

error: Content is protected !!