ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷା -ଢେଙ୍କାନାଳ ପୂର୍ତ୍ତ ବିଭାଗ ମୁକୁଳା ନାଳ ସାଜିଛି ମରଣ ଯନ୍ତା

କାମାକ୍ଷାନଗର -(ମନିସ )20/3/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅଁଳାବେରେଣି ପଞ୍ଚାୟତ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ର କାମାକ୍ଷା -ଢେଙ୍କାନାଳ ରାଜ୍ୟ ରାଜପଥ ରେ ନିର୍ମାଣ ହୋଇଥିବା ନାଳ, ଏବେ ମରଣ ଯନ୍ତା ପାଲିଟିଛି l ଦୈନିକ ଏହି ରାସ୍ତା ଦେଇ ଶହଶହ ଗାଡି ଚଳାଚଳ ସାଧାରଣ ଲୋକ ଙ୍କ ଚଳପ୍ରଚଳ ହେଉଛି କିନ୍ତୁ ନିର୍ମାଣ ଧୀନ ନାଳ ଉପରେ ଢାଙ୍କୁଣୀ ନଥିବା ହେତୁ, ବିଗତ ଦିନରେ ଅନେକ ଅଘଟଣ ଘଟୁଛି. ଏହି ରାସ୍ତା ଦେଇ ଜିଲ୍ଲା ଓ ବ୍ଲକ ଅଧିକାରୀ ଓ ଲୋକ ପ୍ରତିନିଧି ଯାତାୟାତ କରୁଥିଲେ ମଧ୍ୟ ଅଣଦେଖା କରୁଛନ୍ତି l ଏହି ମୁକୁଳା ନାଳ ରେ ଅନେକ ଥର ନିରୀହ ଗୃହ ପାଳିତ ପଶୁ ପଡି ଜୀବନ ମରଣ ସଂଘର୍ଷ କରୁଛନ୍ତି l ଅଁଳାବେରେଣୀ ଗ୍ରାମ ର ସଭାପତି ରାମଚନ୍ଦ୍ର ନାୟକ, ଔଷଧ ଦୋକାନୀ ନବ କିଶୋର ସାହୁ, ରଞ୍ଜନ ବିଶ୍ୱାଳ, କୁନା ସାହୁ, କାହ୍ନ ନାୟକ, ଛବି ସାହୁ, ଅଥାନି ସାହୁ ଓ ପାରିମାଳ ଅଞ୍ଚଳର ଯୁବ ସମାଜସେବୀ /ସାମ୍ବାଦିକ ପର୍ଶୁରାମ ମହାଭୋଇଙ୍କ ନେତୃତ୍ୱରେ ଅନେକ ସମୟରେ ମୁକୁଳା ନାଳ ଭିତରୁ ଜୀବଜନ୍ତୁ ପଶୁପକ୍ଷୀ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନିଆଯିଉଛି l ତେଣୁ ପ୍ରଶାସନକୁ ନିବେଦନ ଏହି ମୁକୁଳା ନାଳ ଉପରେ ତୁରନ୍ତ ଢାଙ୍କୁଣୀ ଦେବାର ବ୍ୟବସ୍ଥା କରାଯାଉ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାକ୍ଷୀ ପୂର୍ଣ୍ଣିମା ପାଳନ           

masiha

୭୫ ତମ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

masiha

ଶିକ୍ଷା ବିକାଶ ଏଜୁକେଶନାଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ପି ଏମ୍ ସୂର୍ଯ୍ଯ ମାଗଣା ବିଜୁଳି ଯୋଜନା ତାଲିମ ଓ ଦକ୍ଷତା କାର୍ଯ୍ଯକ୍ରମ

Leave a Comment

error: Content is protected !!