ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାକ୍ଷୀ ପୂର୍ଣ୍ଣିମା ପାଳନ           

ରାକ୍ଷୀ ପୂର୍ଣ୍ଣିମା ପାଳନ               

ନବରଙ୍ଗପୁର:(୧୯|୮)(ରବିନାରାୟଣମହାନ୍ତି)ନବରଙ୍ଗପୁର ସଦରମହକୁମା ଦାରୁବନ୍ଧ ସାହି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ଭବ୍ୟ ବାତାବରଣ ଭିତରେ ରାକ୍ଷୀ ପୂର୍ଣ୍ଣିମା ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜରୁୀକାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ, ହିମାଂଶୁ ଶେଖର ପଟ୍ଟନାୟକ ଯୋଗ ଦେଇଥିଲେ, ତତ୍ ସଙ୍ଗେ ସଙ୍ଗେ ସେହି ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟା ରାଣୀ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ପଟ୍ଟନାୟକ ମହୋଦୟ ଭାରତୀୟ ସଂସ୍କୃତି ଓ ପୌରାଣିକ ଗାଥା ଉପରେ ଆଧାରିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ଓ ମହନୀୟତା ସମ୍ପର୍କରେ ଉଦବୋଧନ ଦେଇଥିଲେ। ଭାରତୀୟ ସଂସ୍କୃତି ଓ ପରମ୍ପରା କ୍ରମେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏଵଂ ସମସ୍ତ ଗୁରୁଜୀ ଏବଂ ଗୁରୂମା ପରସ୍ପର କୁ ରାକ୍ଷୀ ବାନ୍ଧିଥିଲେ। ସମସ୍ତ ଛାତ୍ର ଛାତ୍ରୀ ଏବଂ ଗୁରୁମା ଗୁରୁଜୀ ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ଟିକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିଥିଲେ। ପ୍ରଦୀପ ଗୁରୁଜୀ ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଆଦିକବି ସାରଳା ଦାସ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟର ବାର୍ଷିକ ଉତ୍ସବ

Sunil Chandra Nayak

ଶତାୟୁ,ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୭୫ତମ ସାଧାରଣତନ୍ତ୍ର ଦିବସ -୨୦୨୪ ଉତ୍ସବ ପାଳିତ

masiha

Leave a Comment

error: Content is protected !!