ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ବୃକ୍ଷରୋପଣ କାର୍ଯ୍ୟକ୍ରମ

ପୁରୀ ଭିଆଇପି ରୋଡ ସ୍ଥିତ ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲ ଆନୁକୁଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନ ପ୍ରାକୃତିକ ପରିସ୍ଥିତିରେ କେବଳ ପରିବେଶବିତ ବା ପ୍ରକୃତି ପ୍ରେମୀ ନୁହଁନ୍ତି ଛୋଟ ପିଲାମାନେ ମଧ୍ୟ କ୍ଷୟଗ୍ରସ୍ତ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପ୍ରତି ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ l ଏହି ବିଷୟକୁ ପାଥେୟ କରି ବିଦ୍ୟଳୟର ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ସ୍ରୁଷ୍ଟି ଓ ବୃକ୍ଷ ରୋପଣକୁ ଏକ ପ୍ରକଳ୍ପ ଭାବରେ ଦାୟିତ୍ବ ପ୍ରଦାନ କରାଯାଇଛି l ଏଥିରେ ଛାତ୍ର ଛାତ୍ରୀ ମାନେ ଆଗ୍ରହ ସହିତ ଭାଗ ନେଇ ଖତ ଓ ସାର ମିଶା ମାଟିରେ ମଞ୍ଜିକୁ ରଖି ଏକ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ବ ଗୁଳା (ସିଡ୍ ବଲ) ପ୍ରସ୍ତୁତ କରିବା ସହ ୫ସହ ବୃକ୍ଷ ଚାରା ସଂଗ୍ରହ କରିଥିଲେ l ଏହା କରିବାକୁ ପ୍ରାୟତଃ ୧୫ ଦିନ ସମୟ ଲାଗିଥିଲା l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧକ୍ଷା ସିଷ୍ଟର ମେରୀ ଜର୍ଜ ଓ ଜୀବବିଜ୍ଞାନ ବିଭାଗର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ପ୍ରେରିତ କରିଥିଲେ l ଏହି ପ୍ରସ୍ତୁତ ହୋଇଥିବା ମଞ୍ଜି ଗୁଳା ଗୁଡିକୁ ପୁରୀର ପାର୍ଶ୍ଵବର୍ତ୍ତୀ ଭୂଦାନ ଓ ନୂଆ ନଈ ନିକଟବର୍ତ୍ତୀ ବନାଞ୍ଚଳରେ ପକାଯିବା ସହ ଚାରା ଗୁଡିକୁ ବେଲେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ରୋପଣ କରାଯାଇଥିଲା l ବିଦ୍ୟାଳୟ ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ହୋଇଥିବା ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଅଭିଭାବକ ମାନେ ମତ ପ୍ରକାଶ କରିଛନ୍ତି l

ସତିଶ କୁମାର ଦାଶ ଙ୍କ ରିପୋର୍ଟ୍ 

Related posts

୭୯- ଧର୍ମଗଡ଼ ବିଧାନସଭା ନିର୍ଵାଚନ ମଣ୍ଡଳୀର ଖସଡ଼ା ଭୋଟର ତାଲିକା ପ୍ରକାଶିତ ୧୫ ହଜାର ୫୮୨ ଜଣ ଭୋଟର ତାଲିକା ରୁ ବାଦ ପାଇଁ ଚିହ୍ନଟ..

ଠିକାଦାର ସଂଘର ଆନ୍ଦୋଳନ ପ୍ରତ୍ୟାହାର 

Sunil Chandra Nayak

ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ

Leave a Comment

error: Content is protected !!