ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲଗାଁ ମହିମା ଆଶ୍ରମରେ ନୁଆଁଖାଇ ପର୍ବ ପାଲିତ

ବେଲଗାଁ ମହିମା ଆଶ୍ରମରେ ନୁଆଁଖାଇ ପର୍ବ ପାଲିତ 

ନବରଙ୍ଗପୁର: (ତା ୧୯/୦୮)(ରବିନାରାୟଣମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ପଂଚାୟତ ସଦର ମହକୁମା ସ୍ଥିତ ମହିମା ଆଶ୍ରମ ଠାରେ ଆଜି ବେଶ ଧୁମଧାମରେ ନୁଆଁଖାଇ ପର୍ବ ପାଳିତ ହୋଇଯାଇଛି |ଉକ୍ତ ନୁଆଁଖାଇ ଉତ୍ସବରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ରମେଶ ମାଝୀ ଯୋଗଦେଇ ସାଧୁସନ୍ଥ ମାନଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ମହିମା ଧର୍ମାବଲମ୍ବୀ ମାନଙ୍କୁ ଶୁଭେଚ୍ଛା ଜଣେଇଥିଲେ | ବ୍ରହ୍ମ ଅବଧୂତ ରାମଚନ୍ଦ୍ର ବାବା,, ସାଧୁ ଯଦୁମଣି ଦାସ, ସାଧୁ ବେଣୁଧର ଦାସ, ସାଧୁ ଗୋବର୍ଦ୍ଧନ ଦାସ, ସାଧୁ ଧନଞ୍ଜୟ ଦାସ, ଭିକାରୀ ତ୍ୟାଗୀ, ଗୁପ୍ତ ତ୍ୟାଗୀ, ଅଭିରାମ ତ୍ୟାଗୀ, ଲୋଧା ବଡଭାଇ, ମନୋହର ଅଧିକାରୀ, ଭଗତ ଟହଲିଆ, ଘାସିରାମ ଟହଲିଆ, ଈଶ୍ୱର ଟହଲିଆ, ନରସିଂହ ଭକ୍ତ, ଲେଖି ଭକ୍ତ, ସଭାପତି ଭଗବାନ ଭକ୍ତ, ମଙ୍ଗତୁ ଟୁଙ୍ଗି ପୂଜାରୀ, ବିଭୁ ପ୍ରସାଦ ଭକ୍ତ, ସୁନାଧର ଭକ୍ତ ଓ ବେଲଗାଁ ସରପଞ୍ଚ ଥବିର ପୂଜାରୀ ପ୍ରମୁଖଙ୍କ ସହଯୋଗରେ ନୁଆଁଖାଇ ପର୍ବଟି ବେଶ ହର୍ଷ ଉଲ୍ଲାସରେ ପାଳିତ ହୋଇଯାଇଛି |ବେଲଗାଁ ଅଞ୍ଚଳର ମହିମା ଧର୍ମା ବଲମ୍ବୀମାନେ ଶତାଧିକ ସଂଖ୍ୟାରେ ଯୋଗଦେଇ ନୁଆଁ ଖାଇଥିବା ଦେଖିବାକୁ ମିଳିଛି |ରାତ୍ରିରେ ଏକ ବିରାଟ ଯଜ୍ଞର ଆୟୋଜନ ସାଙ୍ଗକୁ ଅଖଣ୍ଡ ଧୁନୀ ପ୍ରଜ୍ୱଳନ ପୂର୍ବକ ନାମ ସଂକୀର୍ତନ କରାଯାଉଥିଲା, ପରେ ଆଜି ବ୍ରାହ୍ମ ମୁହୂର୍ତ୍ତରେ ସପ୍ତପଣା ଟେକିବା ପରେ ବାଳଭୋଗ ସାତ ଘଣ୍ଟା ତିରିଶି ମିନିଟ୍ ରେ ବଣ୍ଟନ କରାଯାଇଥିଲା |ପରେ ବ୍ରହ୍ମ ଅବଧୂତ ରାମଚନ୍ଦ୍ର ବାବା ଉପସ୍ଥିତ ଭକ୍ତମାନଙ୍କୁ ନୁଆଁ ବାଣ୍ଟିଥିଲେ |ସମସ୍ତେ ନୁଆଁ ଖିଆ ସାରିବା ପରେ ଭୋଜିଭାତ ଖାଇ ସାଧୁସନ୍ଥ ମାନଙ୍କୁ ପ୍ରଣାମ କରି ବିଦାୟ ନେଇଥିଲେ |

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅଙ୍ଗନବାଡି ସଂଘର ନବରଙ୍ଗପୁର ବ୍ଲକ ସମ୍ମିଳନୀ

masiha

ବନ୍ଧୁଗାଁ ଓ କୁଟ୍ରାବେଡା ପଞ୍ଚାୟତ କାର୍ଯ୍ୟାଳୟରେ ପେସା ଦିବସ ଅବସରରେ ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି 

masiha

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଆର୍ଯ୍ୟମାନଙ୍କ ସଫଳତା 

Leave a Comment

error: Content is protected !!