ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ନିର୍ବାଚିତ ମନ୍ତ୍ରୀ,ସାଂସଦ,ବିଧାୟକଙ୍କୁ ବ୍ରହ୍ମା କୁମାରୀ ପକ୍ଷରୁ ସମ୍ବର୍ଦ୍ଧନା 

ନବ ନିର୍ବାଚିତ ମନ୍ତ୍ରୀ,ସାଂସଦ,ବିଧାୟକଙ୍କୁ ବ୍ରହ୍ମା କୁମାରୀ ପକ୍ଷରୁ ସମ୍ବର୍ଦ୍ଧନା 

ନବରଙ୍ଗପୁର:(୧୯|୧୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ନବନିର୍ବାଚିତ ମନ୍ତ୍ରୀ ସାଂସଦ ଏବଂ ବିଧାୟକ ମାନଙ୍କ ଉଦ୍ଦେଶ୍ୟରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟରେ ନବରଙ୍ଗପୁର ତରଫରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ମାନ୍ୟବର ଶିକ୍ଷ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀଯୁକ୍ତ ବଳଭଦ୍ର ମାଝୀ, ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ମାନ୍ୟବର ବିଧାୟକ ଡ଼ାବୁଗାଁ ଶ୍ରୀଯୁକ୍ତ ମନୋହର ରନ୍ଧାରୀ, ମାନ୍ୟବର ବିଧାୟକ ଝରିଗାଁ ଶ୍ରୀଯୁକ୍ତ ନରସିଂହ ଭତରା,ମାନ୍ୟବର ବିଧାୟକ କୋଟପାଡ଼ ଶ୍ରୀଯୁକ୍ତ ରୂପୁ ଭତରା, ପୌରପାଳିକା ଅଧକ୍ଷ କୁନୁ ନାୟକ , ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଶ୍ରୀଯୁକ୍ତ ଜଗଦିଶ ବିଷୋୟୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ସମାଜରେ ଶାନ୍ତି ସ୍ଥାପନା ଦିଗରେ ଆଧ୍ୟାତ୍ମିକ ଶିକ୍ଷ୍ୟା ର ବହୁତ ଆବଶ୍ୟକ ଅଛି ଯାହା ଏହି ସଂସ୍ଥା ବହୁତ ଭଲ କାର୍ଯକାରୀ କରୁଅଛି।ନିଶା ନିବାରଣ,କର୍ମକୁ କିପରି ଶ୍ରେଷ୍ଠ କରିବା,କାରଣ କର୍ମର ଫଳ ଆଜି ନ ହେଲେ କାଲି ନିଶ୍ଚୟ ମିଳିବ ,ଏବଂ ମାଉଣ୍ଟ ଆବୁ ଥରେ ସମସ୍ତେ ଜିବାକଥା ବୋଲି ମାନ୍ୟବର ଶିକ୍ଷ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମତ ପ୍ରକାଶ କରିଥିଲେ। ବିଜ୍ଞାନ ଦ୍ଵାରା ଆଜି ସବୁକିଛି କାର୍ଯ୍ୟ ସମ୍ଭବ ହୋଇପାରୁଛି, କିନ୍ତୁ ବିଶ୍ୱରେ ଶାନ୍ତି ସ୍ଥାପନା ଦିଗରେ ଏହିପରି ଅନୁଷ୍ଠାନ ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀଯୁକ୍ତ ବଳଭଦ୍ର ମାଝୀ ମତବ୍ୟକ୍ତ କରିଥିଲେ। ସମସ୍ତ ବିଧାୟକ ବୃନ୍ଦ ଅନୁଷ୍ଠାନର ଉଲ୍ଲେଖନୀୟ ସେବା ପାଇଁ ଭୂୟସୀ ପ୍ରସଂସା କରିଥିଲେ । 

ଏହି ଅବସରରେ ମମତା ଭଉଣୀ, ବବିତା ଭଉଣୀ, ରାକ୍ଷୀ ଭଉଣୀ, ଅନ୍ୟ ସମସ୍ତ ଭଉଣୀ ମାନଙ୍କୁ ତିଲକ, ଚନ୍ଦନ, ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ, ବ୍ରହ୍ମାକୁମାରୀ ତାରା ଭଉଣୀ ଅନିର୍ବଚନୀ ପ୍ରଦାନ କରିଥିଲେ ଓ ବ୍ରହ୍ମାକୁମାରୀ ନମିତା, ସର୍ବେଶ୍ୱର ଭାଇ ମଞ୍ଚ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମର ପରିଶେଷରେ ଅତିଥି ମାନଙ୍କୁ ଇଶ୍ୱରୀୟ ଉପହାର ଗ୍ରହଣ ପରେ ପ୍ରସାଦ ସ୍ୱୀକାର କରିଥିଲେ । ବ୍ରହ୍ମାକୁମାରୀ ରାକ୍ଷୀ ଧନ୍ୟବାଦ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଥିବା ମନ୍ଦିର ପରିସରରୁ ଅଚିହ୍ନା ବ୍ୟକ୍ତିର ମୃତ ଦେହ ଉଦ୍ଧାର ପରିଚୟ ଅସ୍ପଷ୍ଟ

masiha

କୋଷାଗୁମୁଡାଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ଅସରାଏ ବର୍ଷା ରେ ଆଣ୍ଠୁଏ ପାଣି ଲୋକେ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!