ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମୃଗୁରୁ’ଙ୍କ ସ୍ମୃତୀ ଦିବସ ଅବସର ରେ ମାନସିକ ସ୍ବାସ୍ଥ୍ୟ ଶିକ୍ଷା ନେଇ ବୈଠକ ଅନୁଷ୍ଠିତ

ମୟୂରଭଞ୍ଜ:-‌.)୧୯/୦୪ (ମସିହା) ମୟୁରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ ବଡଡାଳିମା ଗ୍ରାମପଞ୍ଚାୟତ “ଡଲାଯୋଡି ଗ୍ରାମରେ ପାରମ୍ପାରିକ ମାନସିକ ସ୍ବାସ୍ଥ୍ୟ (ମେଣ୍ଟାଲ ହେଲଥ) ତଥା ପୂର୍ବ ପୁରୁଷ’ଙ୍କ ଯୁଗାନ୍ତକାରୀ ଚିନ୍ତାଧାରା ବିଷୟ ରେ ଶିକ୍ଷା ଦେଇଥିବା ଗୁରୁ ବାବା ଏବଂ ଗୁରୁ ମାତାଙ୍କ ଉଇହାର ହୋମର (ସ୍କୃତି ଦିବସ) ଅବସର ରେ ତିରିଂ ବ୍ଲକ ବଡ ଡାଳିମା ପଞ୍ଚାୟତ ଡଲାଯୋଡି ଗ୍ରାମ ସ୍ଥିତ ତୁର୍ସୀ କାମ୍ଳ” କ୍ଲବ ଗୃହରେ (ଏଟିସିଆଇଆର) ଏକାଡେମୀ ସାନ୍ତାଳୀ ଭାଷାବିଜ୍ଞାନୀ ପାଠକ, ଲେଖକ, କବି, ଓ ସାନ୍ତାଳୀ ଜର୍ଣାଲିଷ୍ଟ ମାନଙ୍କର ଏକ କାର୍ଯ୍ୟକାରିଣୀ ବୈଠକ (କାର୍ଯ୍ଯୀ ମିଦୁନ) ଅନୁଷ୍ଠିତ ହୋଇ ଯାଇଛି। 

ଏହି କାର୍ଯ୍ଯୀ ମିଦୁନ (କାର୍ଯ୍ୟକାରିିଣୀ) ବୈଠକରେ ଆଗାମୀ ବୈଶାଖ ପୂର୍ଣିମା ଶୁଭ ଅବସର ରେ ଏହି ମାନସିକ ସ୍ବାସ୍ଥ୍ୟ ଶିକ୍ଷା ବିଷୟର ଜ୍ଞାନ ପ୍ରସାରଣ ପାଇଁ କାର୍ଯକ୍ରମର ଶୁଭ ଉଦ୍ଘାଟନ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ଆମେରିକାର ଟାଇମ୍ ମେଗାଜିନ୍ ରେ ୨୦୨୩ ରେ ବିଶ୍ବର ସୁନ୍ଦର ସ୍ଥାନ ଭାବେ ମୟୂରଭଂଜ ର ସ୍ଥାନ ଶୀର୍ଷ ରେ ଜାଗା ପାଇଥିବା ହେତୁ ସମସ୍ତ ସଦସ୍ୟ ସଦସ୍ୟା ଖୁସି ବ୍ୟକ୍ତ କରିଥିଲେ। ଏଣୁ ଆଗାମୀ ବୈଶାଖ ପୂର୍ଣିମା ରେ ଏହାକୁ ନେଇ ଉତ୍ସବ ପାଳନ କରାଯିବାର ସ୍ଥିରିକୃତ ହୋଇଛି।

    ମଗଜ ଦାଳେ (ମାନସିକ ସ୍ବାସ୍ଥ୍ୟ) ଶିକ୍ଷା ର ପ୍ରସାର ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କ ସମୟରୁ ହିଁ ଆରମ୍ଭ ହୋଇଥିଲା, କିନ୍ତୁ ସେତେ ବେଳେ ଏହାକୁ ହେୟ ମନେକରି ଛାଡି ଦିଆଯାଇଥିଲା। ଯାହାଫଳ ରେ ଆଜି ପର୍ଯ୍ୟନ୍ତ ମାନସିକ ସ୍ବାସ୍ଥ୍ୟ ଶିକ୍ଷାର ପ୍ରସାର ପ୍ରଚାର ହୋଇ ପାରି ନାହିଁ।   ବର୍ତମାନ ଏହା ପ୍ରଚାର ପ୍ରସାର ହୋଇପାରିଲେ ମାନସିକ ସ୍ବାସ୍ଥ ସହିତ ଭାରତୀୟ ସଂସ୍କୃତିର ମଧ୍ୟ ନବୀକରଣ ହୋଇ ପାରିବ, ତତ୍ ସହିତ ପାରସ୍ପାରିକ ସମ୍ପର୍କ ରେ ମଧ୍ୟ ଦୃଢତା ଆସି ପାରିବ। 

ଏହି ଅବସର ରେ ଭାଷାବିଜ୍ଞାନ ଗୁରୁ ଠାକୁର ଲଛମନ ମୁର୍ମୁ ସାନ୍ତାଳୀ ସାମ୍ବଦିକ ମାନଙ୍କୁ ସାମ୍ବାଦିକତାର ଗୁରୁମନ୍ତ୍ର ଦେଇଥିଲେ, ଏବଂ ସାନ୍ତାଳୀ ସାମ୍ବାଦିକତା ଦ୍ବାରା ଭାରତରେ ବୈପ୍ଳବିକ ପରିବର୍ତନ ଆଣି ଗଣତନ୍ତ୍ର ର ସୁଦୃଢତା ଅଧିକ ମଜବୁତ କରି ପାରିବେ ବୋଲି ଆଶା ପ୍ରକଟ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଭାରତୀୟ ବିକାଶ ପରିଷଦ ପତ୍ର ସଂଖ୍ୟା ୯୭ ରେ ଟପିଲା ଆନ୍ଦୋଳନ 

ରାଉରକେଲାକୁ ଗୌରବାନ୍ୱିତ କଲେ ଆଇନଜୀବୀ ଜଗଦୀଶ

ଆଗେ ଥଇଥାନ ପଛେ ଉଛେଦ ଦାବିରେ ଗୋପାଳବନ୍ଧ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

Leave a Comment

error: Content is protected !!