ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ହୋ ସଂସ୍କୃତି ଭବନ’ ‘ସିଦାହାରା ସୁସୁର ଆକଳା’ ରେ ବିଶ୍ଵ ଆଦିବାସୀ ଦିବସ ପାଳିତ

ମୟୂରଭଞ୍ଜ -୯/୮ ( ମସିହା)ଅଗଷ୍ଟ ୯ ଆଜି ସାରା ବିଶ୍ବରେ ବିଶ୍ବ ଆଦିବାସୀ ଦିଵସ ପାଳନ‌ କରାଯାଉଛି । ଆଦିବାସୀ ହୋ ସମାଜ ପକ୍ଷରୁ ରାଇରଙ୍ଗପୁରସ୍ଥ ମହିଳା ମହାବିଦ୍ୟାଳୟ ସନ୍ନିକଟ ୧୪ ନମ୍ବର ଓ୍ବାର୍ଡରେ ଆଦିବାସୀ ହୋ ସଂସ୍କୃତି ଭବନ ‘ ସିଦାହରା ସୁସାର ଆକଳା’ ପରିସରରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ହୋ ଭାଷା ଲିପି ସ୍ରଷ୍ଟା ଗୁରୁ ଲାକୋ ଵଦ୍ରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦିଆଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା ।ଅନୁଷ୍ଠାନର ସଭାପତି ଜୟପାଲ ସିଂ ମୁନ୍ଦୟା ଆଦିବାସୀ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଆଦିବାସୀ ହୋ ସମାଜର ସ୍ବତନ୍ତ୍ର ଲିପି,ଭାଷା, ସଂସ୍କୃତି,କଳା, ଭାସ୍କର୍ଯ୍ୟ,ପରଂପରା ନିଆରା ଅଟେ । ସେମାନେ ପରିବେଶ ସୁରକ୍ଷା,ପ୍ରକୃତି ପୂଜକ । କିନ୍ତୁ ସ୍ବାଧୀନତାର ୭୭ ବର୍ଷ ପରେ ବି ସେମାନଙ୍କର ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସ୍ଥାନିତ କରାଯାଉନାହିଁ ।ଯାହାଫଳରେ ସେମାନଙ୍କର ଭାଷା ଓ ସଂସ୍କୃତି ବିପନ୍ନ ଓ ଅସୁରକ୍ଷିତ ହେବାକୁ ଯାଉଛି । ହୋଭାଷା ବସବାସ କରୁଥିବା ଅଂଚଳରେ ମାତୃଭାଷା ହୋ ଭାଷା ର ଶିକ୍ଷକ ନିଯୁକ୍ତି ଦିଆ ଯାଉନାହିଁ ।ଯାହା ଫଳରେ କୋମଳମତି ଶିଶୁମାନେ ‌ମାତୃଭାଷାରେ ବଂଚିତ ହେଉଛନ୍ତି ଯାହାକି ସେମାନଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଛି ।ଏହି ଅବସରରେ ବହୁ ହୋ ସମାଜର ବୁଦ୍ଧିଜୀବୀ,ବିଦ୍ୱାନ,ଜ୍ଞାନୀ ମାନୀ ବ୍ୟକ୍ତି ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ସେମାନେ ସମ୍ମୁଖୀନ ହେଉଥିବା ବହୁ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସମସ୍ତେ ସଂଗଠିତ ହୋଇ ନିଜର ହକ,ମାଟି, ମାତୃଭାଷା, ଅର୍ଥନୈତିକ ଅଧିକାର ହାସଲ ପାଇଁ ଚେଷ୍ଟା କରିବା ସହ ନିଜ ଲୋକଙ୍କର ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବା ଉଚିତ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ଵୀର୍ସା କାଣ୍ଡେଙ୍କାଲ, ପଦ୍ମ ଚରଣ ଵାନରା,ବାଜିନାଥ କାଣ୍ଡେଙ୍କାଲ,ଜଲେନ ବାର୍ଦା, ଚନ୍ଦ୍ର ମୋହନ ହାଁସଦା,ଜ୍ଞାନେଶ୍ବର ଗଡସେରା,ବିଜୟ କୁମାର ମୁନ୍ଦେୟା,ଅନିଲ ବିରୁଆ, ବିଶ୍ବନାଥ ବାନରା, ମନୋରଞ୍ଜନ ତିରିଲା,ଲମ୍ବୋଦର‌ ବାନରା,ଜଟିଆ ସାଇଁୟା,ବିଷ୍ଣୁ ଚରଣ ହାଁସଦା ସମେତ ବହୁ ହୋ ସମାଜର ଲୋକେ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅତିଥି ଅଧ୍ୟାପକଙ୍କୁ ମିଳିନି ୫ ମାସ ଦରମା ଡିଇଓ ଅଫିସରେ ପଡ଼ି ରହିଛି ଫାଇଲ 

masiha

କଳାକାର ସଂହତି ଓ ମହାସଂଘ ମହାସଚିବଙ୍କ ସ୍ବନକ୍ଷତ୍ର ଦିବସ ପାଳିତ

masiha

ମୁକୁନ୍ଦପୁର ରେ ବର୍ଷା, ଲୋକଙ୍କୁ ମିଳିଲା ଥଣ୍ଡା ପବନର ସ୍ୱର୍ଶ

Leave a Comment

error: Content is protected !!