ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାକ ଉପଖଣ୍ଡ ବିଭାଗ ପକ୍ଷରୁ କେରଡ଼ାଗଡ଼ ଠାରେ ଡାକ ମେଳା ଅନୁଷ୍ଠିତ 

ରାଜନଗର / ଆଜି ପଟ୍ଟାମୁଣ୍ଡାଇ ଡାକ  ଉପଖଣ୍ଡ ବିଭାଗ  ତରଫରୁ ମଦନପୁର ପୋଷ୍ଟ ଅଫିସ ଅଧୀନରେ ଥିବା କେରେଡାଗଡ଼ ଗ୍ରାମ ପଞ୍ଚାୟତ ମାର୍କେଟ ଠାରେ ଏକ ସବ୍ ଡିଭିଜନ   ସ୍ତରୀୟ ମାସିକ ଡାକ ମେଳା ର ଆୟୋଜନ କରା ଯାଇଥିଲା ତେବେ ଡାକ ମେଳା ସହ CELC (ଶିଶୁ ଆଧାର ପଞ୍ଜିକରଣ), ଆଧାର ମୋବାଇଲ ଅଫଡେସନ ଇତ୍ୟାଦି ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରା ଯାଇଥିଲା । ସେପଟେ ୪ ଟି ପଞ୍ଚାୟତ ର ପ୍ରାୟ 550 ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଲୋକ ମାନେ ଏଥିରେ ଯୋଗଦାନ ଦେଇଥିଲେ। ଆଜିର କାର୍ଯ୍ୟକ୍ରମ ରେ ପଟ୍ଟାମୁଣ୍ଡାଇ ଡାକ ନିରୀକ୍ଷକ ଶ୍ରୀ ଗୌରୀଶ କୁମାର ଜେନା ଏବଂ କେରେଡ଼ାଗଡ଼ ସହ ପୋଷ୍ଟ ମାଷ୍ଟର ଶ୍ରୀ କପିଳ ଚନ୍ଦ୍ର ଦାସ ଏହି ମେଳା ଆୟୋଜନ କରିଥିଲେ। ଏହି ମେଳାରେ ମୁଖ୍ୟ ଅତିଥି ହିସାବରେ ଶ୍ରୀ ଦେବରାଜ ସେଠୀ (କେନ୍ଦ୍ରାପଡ଼ା ଡାକ ମଣ୍ଡଳ ଅଧିକ୍ଷକ) ଏବଂ  ମ୍ୟାନେଜର ଆଇ ପି ପି ବି  କେନ୍ଦ୍ରାପଡ଼ା ବ୍ରାଞ୍ଚ ଶ୍ରୀ ଡି ଏମ୍ ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ମେଳା ପାଇଁ ସ୍ବତନ୍ତ୍ର ଅତିଥି ଭାବରେ କେରେଡ଼ାଗଡ଼ ସରପଞ୍ଚ ଶ୍ରୀ ତାପସ କୁମାର ସାହୁ, ସହ ରାଜପୁର ସରପଞ୍ଚ ଶ୍ରୀମତୀ ରାଣୀ ମଞ୍ଜରୀ ସେଠୀ ଙ୍କ ସହିତ ବାଲିସାହି ପାଟଣା ସରପଞ୍ଚ ଶ୍ରୀ କୈଳାଶ କୁମାର ପରିଡ଼ା ସଭାପତିତ୍ବ କରିଥିଲେ,! ତେବେ ଆଗମୀ ଦିନରେ  ବାଲିସାହି ପାଟଣା ପଞ୍ଚାୟତ ନିମନ୍ତେ ଏକ ନୂତନ ପୋଷ୍ଟ ଅଫିସ   ପାଇଁ ଦାବି କରିଥିଲେ।ଡାକ ଅଧିକ୍ଷକ ଶ୍ରୀ ସେଠୀ ବିଭିନ୍ନ ଯୋଜନା ବିଷୟରେ ଲୋକ ମାନଙ୍କୁ କହିବା ସହ ଆର୍ଥିକ ଆତ୍ମନିର୍ଭରତା ବିଷୟରେ କହିଥିଲେ। ଏହି ଡାକ ମେଳା ରେ ୭୦ RD, ୫୦ SB, ୪୪ SSA, ୧୫ TD account, ୩୪ ଟି ନୂଆ RPLI policy ସହ ୫୧,୫୬୦ ଟଙ୍କା ନୂତନ ପ୍ରେମିଅମ୍ ସଂଗ୍ରହ ହୋଇଥିଲା। ଏହା ସହ 350 ରୁ ଉର୍ଦ୍ଧ ଛୋଟପିଲା ଙ୍କ ନୂଆ ଆଧାର (CELC) କରା ଯାଇଥିଲା। ଏହାସହ ୧୨ ଟି TATA AIG GAG accidental insurance , ୦୫ IPPB premium account ଏବଂ 20 ଟି MNREGA account ଖୋଲା ଯାଇଥିଲା। ଏହି ମେଳାରେ ଡାକ ଅଧିକ୍ଷକ ଶ୍ରୀ ସେଠୀ ୭ ଟି RPLI policy maturity ସ୍ପଟ୍ settlement କରି ହିତାଧିକାରୀ ମାନଙ୍କୁ sanction letter ପ୍ରଦାନ କରିଥିଲେ। ଠିକ୍ ସେହିପରି, ଆସିଥିବା ଜମାକାରୀ ମାନଙ୍କୁ ତୁରନ୍ତ ୧୫ ଟି ନୂତନ SSA ପାସ ବହି ଖୋଲି ପ୍ରଦାନ କର ଯାଇଥିଲା, ତଥା ନୂତନ RPLI ଜମାକାରୀ ମାନଙ୍କୁ ତୁରନ୍ତ policy bond ଏବଂ ପାସ ବହି ପ୍ରଦାନ କର ଯାଇଥିଲା। ଉକ୍ତ ମେଳା ରେ ୪ ଟି ପଞ୍ଚାୟତ ର ଜନତା ବିପୁଳ ସଂଖ୍ୟାରେ ଯୋଗ ଦେଇ ଥିବାରୁ, ଡାକ ଅଧିକ୍ଷକ ଶ୍ରୀ ଦେବରାଜ ସେଠୀ ଗ୍ରାମବାସୀ ମାନଙ୍କୁ ସାଧୁବାଦ୍ ଜଣାଇଥିଲେ। ଏହି ଡାକ ମେଳା ର ସଫଳତା ଦେଖି, ଆସନ୍ତା ମାସ ରେ ଆଉ ଏକ ଅନୁରୂପ ମେଳା କରିବା ଲାଗି ଜନସାଧରଣଙ୍କ ପକ୍ଷରୁ ଅନେକ ଦାବି କରାଯାଇଛି।

କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ ମସିହା ନିୟୁଜ )

Related posts

ସ୍ଥାନାନ୍ତରିତ ହେଲା ବିପିୟୁଟି ଠାରେ ଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର

Sunil Chandra Nayak

ଶ୍ୟାମ ଜି ପରିବାର ଜୁନାଗଡ ଦ୍ଵାରା ତୃତୀୟ ବାର୍ଷିକ ଶ୍ରୀ ଶ୍ୟାମ ମହୋତ୍ସବ ପାଳିତ

masiha

ଆସିକା ଯୁବ ବିକାଶ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!